ପଦ୍ମପୁର - ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ପଦ୍ମପୁର ଏନ୍ ଏ ସି ପାଇଁ ମୁକ୍ତା ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅନୁମୋଦନ ହୋଇଥବା ଅନୁଦାନର ଭିଡିଓ କନଫରେନ୍ସ ମାଧ୍ୟମରେ ୫ଟି ସଚିବ ସମୀକ୍ଷା କରିଛନ୍ତି l ଏହି ସମୀକ୍ଷା ବୈଠକରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଏନ୍ ଏ ସି ଅଧ୍ୟକ୍ଷା ସାବିତ୍ରୀ ବାଗ, ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ,ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, କାଉନସିଲର କ୍ଷୀର ସାନବର୍ଷା, ଲକ୍ଷ୍ମି ସାହୁ, କବିତା ସେଠ, ସୁମିତ୍ ଘିଭେଲା, ସଂଯୁକ୍ତା ପୃଷ୍ଟି, ବିଜେଡି ଟାଉନ ସଭାପତି ନବ କିଶୋର ସାହୁ, ରଜନୀ ଦାଶ ସୁନୀଲ ପାଣିଗ୍ରାହୀ, ମୁକ୍ତା ଯୋଜନା ର ସମସ୍ତ କର୍ମକର୍ତ୍ତା, ମିଶନ ଶକ୍ତିର ସମସ୍ତ କର୍ମକର୍ତ୍ତା, ଓ ପଦ୍ମପୁରର ଯୁବ ଖେଳାଳି ଏହି ଭିଡିଓ କନଫରେନ୍ସ ରେ ବୈଠକ ରେ ଯୋଗ ଦେଇଥିଲେ l
ସେହିପରି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୁକ୍ତା ଯୋଜନାରେ ଆହାର କେନ୍ଦ୍ରରେ ଏକ ସ୍ଥାୟୀ ରୋଷେଇ ଘରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ନିର୍ମାଣ ସମ୍ପୁର୍ଣ୍ଣ ହେବା ପରେ ଆଜି ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ମିଶନ ଶକ୍ତି ର ମା ମାନେ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ତ୍ତୃପକ୍ଷଙ୍କ ସହିତ ବିଧିବଦ୍ଧ ଭାବରେ ପୂଜାର୍ଚ୍ଚନା କରି ଏହାର ଶୁଭାରମ୍ଭ କଲେ l
ରାଜ୍ୟ
ମୁକ୍ତା ଯୋଜନା ର ବାର୍ଷିକ କାର୍ଯ୍ୟ ପନ୍ଥା ସମୀକ୍ଷା କଲେ ୫ଟି ସଚିବ
- Hits: 1349












