ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ରାବନଡ଼ିହି ସ୍ଥିତ ଜରାଶ୍ରମ ଠାରେ ଜିଲ୍ଲା ରେଡକ୍ରସ ଶାଖା ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି I କାଯ୍ୟକ୍ରମ ରେ ଡେପୁଟି କଲେକ୍ଟର ( ଆପତକାଳୀନ) ତଥା ଜିଲ୍ଲା ରେଡକ୍ରସ ଶାଖା ର ସମ୍ପାଦିକା ଶ୍ରୀମତୀ କୁନ୍ତୀ ରାଣୀ ନାୟକ କାର୍ଯ୍ୟକ୍ରମ ଆୟୋଜନ ର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହିତ ନିଜ ପରିବେଶ ର କିଭଳି ଭାବେ ଯତ୍ନ ନେବା ସେସମ୍ପର୍କରେ ଅନ୍ତେବାସୀ ମାନଙ୍କୁ କହିଥିଲେ I କାର୍ଯ୍ୟକ୍ରମ ରେ ମୁଖ୍ୟ ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବିନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନ୍ତେବାସୀ ମାନଙ୍କ ସହ ଆଲୋଚନା କରିବା ସହିତ ସେମାଙ୍କର ଭଲ ମନ୍ଦ ପଚାରି ବୁଝିଥିଲେ ଏବଂ ସମସ୍ତେ ନିଜ ପରିବେଶ କୁ ସବୁ ବେଳେ ସଫା ସୁତରା ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ I ସେହିପରି ଅନ୍ତେବାସୀ ମାନେ ନିଜର ଅଭିଜ୍ଞତା ସମ୍ପର୍କରେ କହିବା ସହିତ ନିଜର ସୁବିଧା ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲେ I ଏଠାରେ ବିଶ୍ଵ ପରିବେଶ ଦିବସ ପାଳନ ହେବା ସହିତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ରେଡକ୍ରସ ଶାଖା ର କାର୍ଯ୍ୟକାରିଣୀ ବୈଠକ ମଧ୍ଯ ଅନୁଷ୍ଠିତ ହୋଇଥିଲା I
ଏହି ଅବସରରେ ଜରାଶ୍ରମ ସ୍ଥିତ ବଗିଚା ଠାରେ ସମସ୍ତ ଅତିଥି ମାନଙ୍କ ଦ୍ଵାରା ବୃକ୍ଷରୋପଣ ମଧ୍ୟ କରାଯାଇଥିଲା I କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ କୁମାର ପଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ସମାଜସେବୀ ଶ୍ରୀମତୀ ସ୍ନେହଲତା ପଟେଲ, ଜିଲ୍ଲା ରେଡକ୍ରସ ଶାଖା ର
ସହ- ସମ୍ପାଦକ ଶ୍ରୀ ଅଜିତ ପ୍ରସାଦ, ରେଡକ୍ରସ ର ଆଜୀବନ ସଦସ୍ୟ ଶ୍ରୀ ଦୂର୍ଗା ମାଧବ ପଟେଲ, ଶ୍ରୀ ଗୋପକୃଷ୍ଣ ନାୟକ,ଶ୍ରୀ ପ୍ରତାପ ତ୍ରିପାଠୀ, ଶ୍ରୀ ପ୍ରଦୀପ ସାହୁ, ଶ୍ରୀ ଅଭିଳାଷ ହୋ
ରାଜ୍ୟ
ଜିଲ୍ଲା ରେଡକ୍ରସ ଦ୍ଵାରା ରାବନଡ଼ିହି ଜରାଶ୍ରମ ଠାରେ ବିଶ୍ଵ ପରିବେଶ ଦିବସ ପାଳିତ
- Hits: 225











