ବରଗଡ:- ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ନୃସିଂହନାଥ ଠାରେ ଚଳିତ ବର୍ଷ ସୁରୁଖୁର ରେ ଶେଷ ହୋଇଯାଇଥିବା ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳାର ସମୀକ୍ଷା ବୈଠକ ମନ୍ଦିର ଟ୍ରଷ୍ଟ ବୋର୍ଡ ର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟୀ ତଥା ପାଇକମାଳ ବିଡିଓ ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଆରମ୍ଭରେ ଗତ ଦୁଇ ତାରିଖ ଦିନ ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ ଘଟି ଯାଇଥିବା ମର୍ମନ୍ଦୁତ ହୃଦୟ ବିଦାରକ ରେଳ ଦୃଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀମାନଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲେ ।ଏହା ପରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ବୈଶାଖ ମେଳାର ଆୟ ବ୍ୟୟ ହିସାବ ପଠନ କରିଥିଲେ । ଚଳିତ ବର୍ଷ ମହାପ୍ରଭୁଙ୍କ ମେଳାକୁ ଅତ୍ୟନ୍ତ ସୁନ୍ଦର ଓ ବ୍ୟବସ୍ଥିତ ଭାବରେ ପରିଚାଳନା କରିଥିବାରୁ ଉପସ୍ଥିତ ସମସ୍ତ ମେଳା କମିଟିର ସଦସ୍ୟ ମାନଙ୍କୁ ବିଡିଓ ଶ୍ରୀ ସାହୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲା । ଚଳିତ ବର୍ଷ ବୈଶାଖ ମେଳା କମିଟିର ସଦସ୍ୟ ମାନଙ୍କ ସାହାଯ୍ୟ ଯୋଗୁଁ ସୁରୁଖୁର ରେ ସମ୍ପନ୍ନ ହୋଇ ଥିବାରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଆଗାମୀ ବର୍ଷ ମାନଙ୍କରେ ମେଳାକୁ ଆହୁରି ଅଧିକ ଆକର୍ଷଣୀୟ କରାଯିବା ପାଇଁ ଓ ଏହି ଐତିହାସିକ ମେଳା କୁ ସରକାର ଅଧିକ ପ୍ରାଧାନ୍ୟ ଦେବା ପାଇଁ ମେଳା କମିଟି ର ସଭ୍ୟ ମନେ ମତ ପୋଷଣ କରିଛନ୍ତି ।
ରାଜ୍ୟ
ବୈଶାଖ ମେଳା ସମୀକ୍ଷା ବୈଠକ,ସମ୍ବର୍ଦ୍ଧିତ ହେଲେ ମେଳା କମିଟି
- Hits: 1258












