ହେଡଲାଇନସ୍:

ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର କାର୍ଯ୍ୟାବଳୀ ସମୀକ୍ଷା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୬୫ ହଜାରରୁ ଅଧିକ ଅଣସଙ୍ଗଠିତ ଶ୍ରମିକଙ୍କୁ ପଞ୍ଜୀକୃତ କରାଯାଇଛି

  • ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ୨୯୬୧.୫୨ କୋଟି ଟଙ୍କାର ଲାଭ ବଣ୍ଟନ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଶ୍ରମ ଓ ଇଏସଆଇ ବିଭାଗର ପ୍ରମୁଖ କାର୍ଯ୍ୟର ସମୀକ୍ଷା କରିଥିଲୋ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଶ୍ରୀ ଶାରଦା ପ୍ରସାଦ ନାୟକ ଇସ୍ତାହାରରେ ପ୍ରଦତ୍ତ ପ୍ରତିଶ୍ରୁତିଗୁଡ଼ିକର ପୂରଣ ନେଇ ବିସ୍ତୃତ ସୂଚନା ଦେବା ସହିତ ବିଭିନ୍ନ ଲକ୍ଷ୍ୟ ହାସଲରେ ବିଗତ ୪ ବର୍ଷ ମଧ୍ୟରେ ବିଭାଗ ପକ୍ଷରୁ ଅନ୍ୟାନ୍ୟ ରୂପାନ୍ତରଣଶୀଳ ପଦକ୍ଷେପଗୁଡ଼ିକ ବାବଦରେ ଉଲ୍ଲେଖ କରିଥିଲୋ
ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ପରେ ଗୀତଗୋବିନ୍ଦ ସଦନରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ରାଜ୍ୟର ନିର୍ମାଣ ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କ ସାମାଜିକ-ଅର୍ଥନୈତିକ ମାନରେ ଉନ୍ନତି ଆଣିବାରେ ବହୁ ଅବଦାନ ରଖିଛିା ଅସଙ୍ଗଠିତ କ୍ଷେତ୍ରରେ ଶ୍ରମିକମାନଙ୍କ ପାଇଁ ଶ୍ରମ ଏବଂ ଇଏସଆଇ ବିଭାଗ ଅଧୀନରେ ଏହା ପ୍ରଥମ କଲ୍ୟାଣ ବୋର୍ଡା ୨୦୦୮ ଡିସେମ୍ବର ୧୫ ତାରିଖରୁ ୨୦୨୩ ଏପ୍ରିଲ ୩୦ ତାରିଖ ମଧ୍ୟରେ ୩୮ ଲକ୍ଷ ୪୦ ହଜାରରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ବୋର୍ଡ ଅଧୀନରେ ହିତାଧିକାରୀ ଭାବେ ପଞ୍ଜୀକୃତ କରାଯାଇଥିବାବେଳେ ୫ ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ହିତାଧିକାରୀ ଭାବେ ପଞ୍ଜୀକୃତ କରାଯାଇଛିା ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ୨୯୬୧.୫୨ କୋଟି ଟଙ୍କାର ଲାଭ ବଣ୍ଟନ କରାଯାଇଛିା ଅଦ୍ୟାବଧି ୩୬୬୧.୧୪ କୋଟି ଟଙ୍କାର ସେସ୍ ଆଦାୟ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲୋ
ମନ୍ତ୍ରୀ ଶ୍ରୀ ନାୟକ ପୁଣି କହିଲେ ଯେ ତୃଣମୂଳ ସ୍ତରରେ ପ୍ରବାସୀ ଶ୍ରମିକଙ୍କ ନିମନ୍ତେ ହସ୍ତକ୍ଷେପ ଆରମ୍ଭ କରିବା ପାଇଁ, ପ୍ରବାସୀ ଶ୍ରମିକଙ୍କ ଉପରେ ନଜର ରଖିବା, ଆନ୍ତଃରାଜ୍ୟ ସମନ୍ୱୟକୁ ସୁଦୃଢ଼ କରିବା ଏବଂ ଜୀବିକା ପଦକ୍ଷେପ ଏବଂ କଲ୍ୟାଣକାରୀ ଯୋଜନା ସହିତ ସଂଯୋଗକୁ ସୁନିଶ୍ଚିତ କରିବା ପାଇଁ ଏକ ରାଜ୍ୟ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ କରାଯାଉଛିା ନିକଟରେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଏକ ଅନଲାଇନ ସେ୍ୱଚ୍ଛାକୃତ ପଞ୍ଜୀକରଣ ମଡ୍ୟìଲ ବିକଶିତ କରାଯାଇଛିା ପ୍ରବାସୀ ଶ୍ରମିକଙ୍କ ସେ୍ୱଚ୍ଛାକୃତ ପଞ୍ଜୀକରଣ ସୁବିଧା ପାଇଁ 'PAReSHRAM' ପୋର୍ଟାଲରେ ମଡ୍ୟìଲ ବିକଶିତ କରାଯାଇଛିା ଗନ୍ତବ୍ୟ ସ୍ଥଳୀ ରାଜ୍ୟ ଗୁଡ଼ିକରେ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଠିକ୍ ସମୟରେ ସହାୟତା ଯୋଗାଇ ଦେବା ପାଇଁ ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ନୂଆଦିଲ୍ଲୀରେ ଓଡ଼ିଶା ପ୍ରବାସୀ ଶ୍ରମିକ ସହାୟତା ଡେସ୍କ ଏବଂ ସୁରଟରେ ଓଡ଼ିଶା ପ୍ରବାସୀ ଶ୍ରମିକ ସହାୟତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛିା ଏହା ବ୍ୟତୀତ ୧,୦୭,୩୩୦ ପ୍ରବାସୀ ନିର୍ମାଣ ଶ୍ରମିକ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ହିତାଧିକାରୀ ଭାବେ ପଞ୍ଜୀକୃତ ହୋଇଛନ୍ତିା
ରାଜ୍ୟର ଅଣସଙ୍ଗଠିତ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷାରେ ଅନ୍ତର୍ଭୁକ୍ତ କରିବା ପାଇଁ ଓଡ଼ିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଗଠନ କରାଯାଇ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୬୫ ହଜାରରୁ ଅଧିକ ଅଣସଙ୍ଗଠିତ ଶ୍ରମିକଙ୍କୁ ପଞ୍ଜୀକୃତ କରାଯାଇଛିା ୨୦୨୩ ମସିହା ମେ ୧ ତାରିଖରୁ ବୋର୍ଡ ଅଧୀନରେ ଅନଲାଇନ ମଡ୍ୟୁଲ ଆରମ୍ଭ କରାଯାଇଛିା ପଞ୍ଜିକରଣ ଏବଂ ବିଭିନ୍ନ ଯୋଜନାରେ ସହାୟତା ବିତରଣ ପାଇଁ ଏଣ୍ଡ-ଟୁ-ଏଣ୍ଡ ସେବା ପ୍ରଦାନକୁ ସୁଗମ କରିବା ନିମନ୍ତେ ଏହି ଯୋଜନା ଆରମ୍ଭ କରାଯାଇଥିଲାା ସମସ୍ତ ବର୍ଗର ଯୋଗ୍ୟ ଅସଙ୍ଗଠିତ ଶ୍ରମିକଙ୍କ ପଞ୍ଜୀକରଣ ପାଇଁ ପ୍ରସ୍ତାବ ଏବଂ ବୋର୍ଡର ଆବଶ୍ୟକତା ଆଧାରିତ ସାମାଜିକ ସୁରକ୍ଷା ଯୋଜନା ଏବଂ ଅନ୍ୟାନ୍ୟ ଲାଇନ୍ ବିଭାଗଗୁଡ଼ିକରେ ସେମାନଙ୍କୁ ସାମିଲ କରିବା ଲାଗି ସରକାରଙ୍କ ସକ୍ରିୟ ବିଚାରବିମର୍ଶ ଜାରି ରହିଛିା
ବ୍ୟବସାୟିକ ଅଂଶୀଦାରମାନଙ୍କ ପାଇଁ ଶ୍ରମ ଆଇନ ଅନୁପାଳନ ପ୍ରକ୍ରିୟାକୁ ସହଜ କରାଯାଇଛିା 'PAReSHRAM' ପୋର୍ଟାଲର ହସ୍ତକ୍ଷେପ ଦ୍ୱାରା ସହଜ ଏବଂ ବାଧାମୁକ୍ତ ସେବା ଯୋଗାଣର ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ବ୍ୟବସ୍ଥାକୁ ସୁଗମ କରିବା, ଆବେଦନ ପତ୍ର ଦାଖଲ କରିବା ଠାରୁ ଆରମ୍ଭକରି ବୈଧାନିକ ଶୁÂ ଅନଲାଇନରେ ପୈଠ କରିବା ସମେତ ଚୂଡାନ୍ତ ପ୍ରମାଣପତ୍ର ଡାଉନଲୋଡ କରିବା ପର୍ଯ୍ୟନ୍ତ କାର୍ଯ୍ୟ ଅତି ସହଜରେ ହୋଇପାରୁଛିା ଏହି ପୋର୍ଟାଲ ଇ-ଗଭର୍ଣ୍ଣାନ୍ସ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ମାନୁଆଲ ପଦ୍ଧତିରୁ ସେବା ଯୋଗାଣର ଉପସ୍ଥିତି ବିହୀନ ବ୍ୟବସ୍ଥାରେ ରୂପାନ୍ତରିତ କରି ଶୂନ୍ୟ ଶାରୀରିକ ହସ୍ତକ୍ଷେପ ସୁନିଶ୍ଚିତ କରୁଛିା ଏହା ଷ୍ଟାର୍ଟଅପ୍ ଏବଂ ଉଦୀୟମାନ ବ୍ୟବସାୟୀଙ୍କ ପାଇଁ ସୂଚନା ଆଦାନ ପ୍ରଦାନର ଏକ ପ୍ଲାଟଫର୍ମ ମଧ୍ୟା ଏହି ପୋର୍ଟାଲ ଅଧୀନରେ ଏବେ ୬୭ଟି ସେବା ଅନଲାଇନରେ ଉପଲବ୍ଧ ହେଉଛିା ବର୍ତ୍ତମାନ ସୁଦ୍ଧା ୩୯,୦୦୦ରୁ ଅଧିକ ଆବେଦନ ଗ୍ରହଣ କରାଯାଇଛି ଏବଂ ୩୫,୦୦୦ରୁ ଅଧିକ ଆବେଦନକୁ ଏହି ପୋର୍ଟାଲ ମାଧ୍ୟମରେ ଅନୁମୋଦନ କରାଯାଇଛିା ଭାରତ ସରକାରଙ୍କ ଇ ଆଣ୍ଡ ଆଇଟି ମନ୍ତ୍ରଣାଳୟ ଓଡ଼ିଶାରୁ ଡିଜିଟାଲ ପରିବର୍ତ୍ତନର ୨ଟି ଯୋଗ୍ୟ ଉଦାହରଣ ମଧ୍ୟରୁ 'PAReSHRAM'କୁ ଚୟନ କରିଛିା
ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୫-"ଟି' ପରିବର୍ତ୍ତନକାରୀ ପଦକ୍ଷେପ, ଅନଲାଇନ ମଡ୍ୟìଲ nirmanshramik.odisha.gov.in ରେଜିଷ୍ଟ୍ରେସନ ପାଇଁ ଏଣ୍ଡ-ଟୁ-ଏଣ୍ଡ ସର୍ଭିସ ଡେଲିଭରି ସହିତ, ନବୀକରଣ, ସଦସ୍ୟତା ଓ ଲାଭବଣ୍ଟନକୁ ପୁନଃ ଆରମ୍ଭ କରିବା ଏବଂ ପ୍ରତିଷ୍ଠାନ ଗୁଡ଼ିକ ଦ୍ୱାରା ସେସ୍ ଅନଲାଇନ ଜମା କରିବା ଲାଗି ସେସ୍ ମଡ୍ୟୁଲ କାର୍ଯ୍ୟକ୍ଷମ ହୋଇଛିା ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ଘରେ ଘରେ ଏଭଳି ଅନଲାଇନ ସେବା ଯୋଗାଇ ଦେବା ପାଇଁ ସମସ୍ତ ମୋ-ସେବା କେନ୍ଦ୍ରକୁ ସମନ୍ୱିତ କରାଯାଇଛିା ରାଜ୍ୟ ଛାତ୍ରବୃତ୍ତି ପୋର୍ଟାଲ ସହିତ ସମନ୍ୱୟ ରକ୍ଷା କରି ଶିକ୍ଷା ସହାୟତା ମଧ୍ୟ ପ୍ରଦାନ କରାଯାଉଛିା
ବିପର୍ଯ୍ୟସ୍ତ ସ୍ଥାନାନ୍ତର ସମସ୍ୟାର ସମାଧାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି, ଯେଉଁଥିରେ ୪ଟି ପ୍ରବାସୀ ପ୍ରବଣ ଜିଲ୍ଲା ଯଥା ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ାର ୨୦ଟି ବ୍ଲକ ମଧ୍ୟରୁ ୪୭୭ଟି ଗ୍ରାମ ପଞ୍ଚାୟତ ପାଇଁ ମନରେଗା ଯୋଜନାରେ ଅତିରିକ୍ତ ୨୦୦ ଦିନର ନିଯୁକ୍ତି ନିମନ୍ତେ ରାଜ୍ୟ ସରକାର ରାଜ୍ୟ ବଜେଟରେ ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତିା
ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ଥିବା ସେବାଗୁଡିକୁ ମୋ ସରକାର କାର୍ଯ୍ୟକ୍ରମରେ ସାମିଲ କରାଯାଇଛିା ସମସ୍ତ ହିତାଧିକାରୀଙ୍କୁ ଗୁଣାତ୍ମକ ସେବା ପ୍ରଦାନ ଏବଂ ସେମାନଙ୍କ ଅସୁବିଧାର ସୁସମାଧାନ ନିମନ୍ତେ ବିଭାଗ ସଦାସର୍ବଦା ଚେଷ୍ଟିତା କୋଭିଡ-୧୯ ମହାମାରୀ ସମୟରେ ଦୁଇ ପର୍ଯ୍ୟାୟରେ ସମସ୍ତ ସକ୍ରିୟ ପଞ୍ଜିକୃତ ର୍ନିମାଣଶ୍ରମିକ ମାନଙ୍କୁ ର୍ନିମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୧୫୦୦ ଟଙ୍କା ଲେଖାଏଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯାଇଛିା ପ୍ରଥମ ପର୍ଯ୍ୟାୟରେ ବ୍ଲକର କ୍ଷେତ୍ରସ୍ତରୀୟ କର୍ମକର୍ତ୍ତାଙ୍କ ଜରିଆରେ ୧୮.୫୩ ଲକ୍ଷ ସକ୍ରିୟ ନିର୍ମାଣ ଶ୍ରମିକଙ୍କୁ ସେମାନଙ୍କ ଘରକୁ ଘର ବୁଲି ୨୭୮.୦୫ କୋଟି ଟଙ୍କା ପ୍ରଦାନ କରାଯାଇଛିା ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୨୦.୭୨ ଲକ୍ଷ ସକ୍ରିୟ ନିର୍ମାଣ ଶ୍ରମିକଙ୍କୁ ଡିବିଟି ମାଧ୍ୟମରେ ୩୧୦.୯୧ କୋଟି ଟଙ୍କା ପ୍ରଦାନ କରାଯାଇଛିା
ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍କୁ ପ୍ରୋତ୍ସାହନ ଦେବା, କେତେକ ଶ୍ରମ ଆଇନ ଏବଂ ନିୟମରେ ସଂଶୋଧନ ଆକାରରେ ଶ୍ରମ ସଂସ୍କାର, ଶ୍ରମ ଆଇନ ଅନୁପାଳନ ପ୍ରକ୍ରିୟାକୁ ସରଳ କରିବା, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଜନସେବା ଯୋଗାଇ ଦିଆଯିବା, କ୍ଷମତା ହସ୍ତାନ୍ତର, କେତେକ କାର୍ଯ୍ୟର ପ୍ରଯୁଜ୍ୟତା ଏବଂ ଅନ୍-ଲାଇନ୍ ସେବା ଯୋଗାଣ ଆଦି ପାଇଁ ସୀମା ବୃଦ୍ଧି କରାଯାଇଛିା ରେଜିଷ୍ଟର ଓ ରେକର୍ଡର ଡିଜିଟାଲ ରକ୍ଷଣାବେକ୍ଷଣ, ସଂଯୁକ୍ତ ବାର୍ଷିକ ରିଟର୍ଣ୍ଣ ଦାଖଲ କରିବା ଏବଂ ପଞ୍ଜିକରଣ ଅନୁଦାନ ପାଇଁ ଅନଲାଇନ ଆବେଦନ ଦାଖଲ କରିବା, ଅନୁଜ୍ଞାପତ୍ର, ନବୀକରଣ, ସଂଶୋଧନ, ସ୍ଥାନାନ୍ତର, ପ୍ରମାଣନ, ଇଲୋକ୍ଟ୍ରୋନିକ୍/ଅନ-ଲାଇନ ପଦ୍ଧତିରେ ନାମ ଲେଖା ଏବଂ କର୍ତ୍ତୃପକ୍ଷଙ୍କୁ ଅନୁମୋଦନ କରିବା ବିଜ୍ଞପ୍ତି ଦ୍ୱରା ବାଧ୍ୟତାମୂଳକ କରାଯାଇଛିା
ରାଜ୍ୟ ସରକାରଙ୍କ ଦ୍ୱାରା ଶ୍ରମିକମାନଙ୍କ ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ବାବଦରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଲେ ଯେ ରାଜ୍ୟରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ପାଇଁ କାର୍ଯ୍ୟକୁ ତ୍ୱରାନ୍ୱିିତ କରିବା ଏବଂ ଅନାବଶ୍ୟକ ସମୟ ନଦେବା ପାଇଁ କେତେକ ଶ୍ରମ ଆଇନ ଅଧୀନରେ ସ୍ୱୟଂଚାଳିତ ପଞ୍ଜୀକରଣ ପ୍ରମାଣପତ୍ର/ଲାଇସେନ୍ସ ପ୍ରସ୍ତୁତ କରିବା ଲାଗି ବିଜ୍ଞପ୍ତି ଜାରି କରାଯାଇଛିା ବ୍ଲକ୍ ଓ ସବଡିଭିଜନ ସ୍ତରରେ ଶ୍ରମ ନିର୍ଦ୍ଦେଶାଳୟର ଉପସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାଡର ସଂଖ୍ୟା ୨୪୩ରୁ ୫୩୯କୁ ବୃଦ୍ଧିକରି ୨୦୧୮ରେ ଓଡ଼ିଶା ଶ୍ରମ ସେବା କ୍ୟାଡରର ପୁନର୍ଗଠନ କରାଯାଇଛିା ରାଜ୍ୟରେ ୪୯୪୬ଟି କାରଖାନା ପଞ୍ଜିକୃତ ହୋଇଥିବାବେଳେ ସେଥିମଧ୍ୟରୁ ୫ ଲକ୍ଷ ୬୦ ହଜାରରୁ ଅଧିକ ଲାଇସେନ୍ସ ପ୍ରାପ୍ତ ଶ୍ରମ ଶକ୍ତି ରହିଛନ୍ତିା ୨୦୧୮ରେ ଓଡ଼ିଶା ଦୋକାନ ଓ ବାଣିଜି୍ୟକ ପ୍ରତିଷ୍ଠାନ ଆଇନ ୧୯୫୬ରେ ସଂଶୋଧନ କରାଯାଇ ସମସ୍ତ ଦୋକାନ ଓ ବାଣିଜି୍ୟକ ପ୍ରତିଷ୍ଠାନ ପକ୍ଷରୁ ପ୍ରମୁଖ ସ୍ଥାନରେ ଓଡ଼ିଆ ଭାଷାରେ ସୂଚନା ଫଳକ ଲଗାଇବା ବାଧ୍ୟତାମୂଳକ କରାଯାଇଛିା ଏହା ସୁନିଶ୍ଚିତ କରିବା ପାଇଁ, ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ଚାଲୁ ରହିଛିା ରାଜ୍ୟ ସରକାର ଓଡ଼ିଶାରେ ୪୧ଟି ଇଏସ୍ଆଇ ଡିସ୍ପେନସରୀ ଓ ୪ଟି ଇଏସ୍ଆଇ ହସ୍ପିଟାଲ ମାଧ୍ୟମରେ ଇଏସ୍ଆଇ ସେବା ଅଧୀନରେ ୭ ଲକ୍ଷ ୪୧ ହଜାରରୁ ଅଧିକ ବୀମାଭୁକ୍ତ ବ୍ୟକ୍ତି ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତିା ସେହିପରି ପାରାଦୀପ, ବାଲେଶ୍ୱର, ଝାରସୁଗୁଡ଼ା ଓ ଡୁବୁରୀରେ ୪ଟି ନୂଆ ହସ୍ପିଟାଲକୁ ଅନୁମୋଦନ ମିଳିଛିା ଏତଦ୍ବ୍ୟତୀତ ଏହି ବର୍ଷ ଠାରୁ ୧୨ଟି ନୂତନ ଡିସ୍ପେନସରୀ ଖୋଲିବା ପାଇଁ ଅନୁମୋଦନ ମିଳିଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତିା
ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ଆର୍.ଏସ୍.ଗୋପାଳନ୍ ଏବଂ ଶ୍ରମ ଆୟୁକ୍ତ ଏନ୍. ଥିରୁମାଲା ନାୟକ ମଞ୍ଚାସୀନ ଥିବାବେଳେ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲୋ

0
0
0
s2sdefault