ହେଡଲାଇନସ୍:

5T ବିଦ୍ୟାଳୟ ଗସ୍ତ କରି କାର୍ଯ୍ୟ ର ସମୀକ୍ଷା କଲେ ବିଧାୟକ ପ୍ରତାପ ଜେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କୃତୀ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିବା ସହ  ବିଦ୍ୟାଳୟ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ନିର୍ଦେଶ l 

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ 5T ଯୋଜନାରେ ନିଶ୍ଚିନ୍ତକୋଇଲି ବ୍ଲକ କଟରପଡା ଗ୍ରାମ ପଞ୍ଚାୟତର କ୍ଷେତ୍ରମୋହନ ବିଦ୍ୟାପୀଠକୁ ସାମିଲ କରାଯାଇଥିଲା l 5T ରେ ରୁପାନ୍ତିକରଣ ବିଦ୍ୟାଳୟ କୁ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଗସ୍ତକରି କାର୍ଯ୍ୟର ସମୀକ୍ଷା କରିବା ସହିତ ବିଦ୍ୟାଳୟ ର ଉନ୍ନତିକରଣ କାର୍ଯ୍ୟ କୁ ଖୁବ ଶୀଘ୍ର ସାରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ l ଅପରପକ୍ଷରେ ହାଇସ୍କୁଲ 10ମ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା  ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହିତ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ l

ଏହି ସମୀକ୍ଷା ବୈଠକରେ ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ସମାଜସେବୀ ପ୍ରମୋଦ ସାହୁ, ପୂର୍ବତନ ଅଧକ୍ଷ ସରତ ନାୟକ, ସରପଞ୍ଚ ରାକେଶ ସାମଲ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଅଭିଭାବକ ଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ l ଶେଷରେ ବିଦ୍ୟାଳୟ ର  ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ପୁରାତନ ଶିକ୍ଷକ, ଗ୍ରାମବାସୀ ଏବଂ ବିଜୁ ଜନତା ଦଳ କର୍ମୀ ମାନଙ୍କ ପକ୍ଷରୁ ବିଧାୟକ ଶ୍ରୀ ଜେନା ଙ୍କ 29ତମ ବିବାହ ବାର୍ଷିକ ଅବସରରେ କୃତଜ୍ଞତା ଓ ଅଭିନନ୍ଦନ ଜଣାଯାଇଥିଲା l

0
0
0
s2sdefault