ହେଡଲାଇନସ୍:

ପୁଅର କଳଙ୍କ ମୁଣ୍ଡାଇ ଏବେ ମନ୍ତ୍ରୀଙ୍କ ହଜିଯାଇଛି ନିଦ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭିଡିଓ ଦେଖିଲେ ଲାଗିବ ବାବୁ ଏ କାମରେ କେତେ ମାହିର 

ପଶ୍ଚିମ ଓଡ଼ିଶାରେ ଭାଇରଲ ହେବାରେ ଲାଗିଛି ମନ୍ତ୍ରୀ ଙ୍କର ସୁପୁତ୍ରଙ୍କ ରାସଲୀଳା

ଭୁବନେଶ୍ୱର/ ବରଗଡ଼ :- ପଶ୍ଚିମ ଓଡିଶାର ଜଣେ ମହିଳା ମନ୍ତ୍ରୀ ଙ୍କର ଜଣେ ବିବାହିତ ସୁପୁତ୍ର ଙ୍କର ଯୌନ କେଲେଙ୍କାରୀ ର ରଙ୍ଗୀନ ଭିଡିଓ କୁ ନେଇ ଗତ କିଛିଦିନ ପୂର୍ବରୁ କିଛି ଗଣମାଧ୍ୟମରେ ସାମାନ୍ୟ କିଛି ଚର୍ଚ୍ଚା ହୋଇଥିଲା । ଧୀରେ ଧୀରେ ଚର୍ଚ୍ଚା ବର୍ତମାନ ଜଙ୍ଗଲରେ ନିଆଁ ବ୍ୟାପିବା ଭଳି ସମଗ୍ର ପଶ୍ଚିମ ଓଡ଼ିଶାରେ ବ୍ୟାପିବାକୁ ଲାଗିଛି । ମାତ୍ର ଦୁଇ ମିନିଟ ପଚାଶ ସେକେଣ୍ଡ ର ଏହି ଭିଡିଓ କୁ ନେଇ ଲାଗିରହିଥିବା ଚର୍ଚ୍ଚା ବର୍ତ୍ତମାନ ମନ୍ତ୍ରୀଙ୍କ ସୁପୁତ୍ର ର ଚରିତ୍ର ଓ ପ୍ରକୃତି ଉପରେ ପ୍ରଶ୍ନବାଚି ସୃଷ୍ଟି କରୁଛି ।
ଭାଇରଲ ହେଉଥିବା ଭିଡିଓ ଟି ଦେଖିଲେ ଲାଗୁଛି ଯେ ଏହି ଭିଡିଓ ସୁଟିଂ ହେବାରେ ମନ୍ତ୍ରୀ ପୁତ୍ର ଙ୍କର ସହମତି ନିଶ୍ଚୟ ରହିଛି । କାରଣ ଭିଡିଓ ରେ ମନ୍ତ୍ରୀ ପୁତ୍ର ଙ୍କର ଶଯ୍ୟା ସଙ୍ଗିନୀ ରହିଥିବା ଯୁବତୀ ଜଣକ ନିଜେ କେମେରା କିମ୍ବା ମୋବାଇଲ ଅପରେଟ କରୁଥିବା ଜଣା ପଡୁଛି । ବାରମ୍ବାର କେମେରା ର ଦିଗ ପରିବର୍ତ୍ତନ କରିବା , କେମେରା କୁ ଠିକ ହିସାବରେ ଫୋକସ କରିବା ଇତ୍ୟାଦି ଅନେକ କାରଣ କୁ ଦେଖିଲେ ଲାଗୁଛି ଯେ ଏହି ଭିଡିଓ ସୁଟିଂ ପାଇଁ ଉଭୟ ଙ୍କର ସହମତି ରହିଥିଲା । କାହାରି ବ୍ୟକ୍ତିଗତ ଜୀବନ ଉପରେ ମନ୍ତବ୍ୟ ଦେବାର ଆମର କୋଣସି ଉଦେଶ୍ୟ ନାହିଁ କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେ ସମ୍ପୃକ୍ତ ଭିଡିଓ ଟି ତାଙ୍କର ଦୁହି ଜଣକ ମୋବାଇଲ ବା କେମେରା ରୁ ବାହାରକୁ ଆସିଲା କେମିତି ?
ମନ୍ତ୍ରୀ ଙ୍କର ବିବାହିତ ସୁପୁତ୍ର ଏହି ବାବୁ ଙ୍କର ଏହି ସୁପର ହିଟ ରଙ୍ଗୀନ ଭିଡିଓ ଭାଇରଲ ହେବା ପରେ ବର୍ତ୍ତମାନ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ରେ ବାବୁ ଜଣକ । ଭିଡିଓ ରେ ଥିବା ଯୁବତୀ ଜଣକ ଜଣେ ଅଣ ଓଡିଆ ଯୁବତୀ ବୋଲି ଜଣା ପଡୁଛି । ଅନୁମାନ ଯେ ଏହି ଭିଡିଓ ଟି ମନ୍ତ୍ରୀ ଙ୍କର ଭୁବନେଶ୍ୱର ବାସଭବନରେ ସୁଟିଂ କରାଯାଇଛି । କାମ ତ କଲେ ଆଉ ସୁଟିଂ ବି କରେଇଲେ , ହେଲେ ଭିଡିଓ କୁ ଭାଇରଲ କରେଇବା ପଛରେ ତାଙ୍କର ଉଦେଶ୍ୟ କଣ ହୋଇପାରେ ବୁଝା ପଡୁନାହିଁ ।
ବାବୁ ଙ୍କର ବାବଦରେ ଯାହା ଶୁଣିବାକୁ ମିଳୁଛି ଯେ ବାବୁ ଜଣକ ଏହି ଖେଳରେ ଟିକିଏ ସେ ପ୍ରକୃତିର ଓ ଜଣେ ଅଭ୍ୟସ୍ତ ଖେଲାଡ଼ି । ଏହା ସହିତ ମନ୍ତ୍ରୀ ଙ୍କର ପୁତ୍ର ହୋଇଥିବା କାରଣ ରୁ ନିଜକୁ ଅତ୍ୟନ୍ତ କ୍ଷମତା ଶାଳୀ ବୋଲି ମନେ କରନ୍ତି । ଏବେ ଚର୍ଚ୍ଚା ହେଉଛି ଯେ ଏହିଭଳି ଲୋଲୁପ ଲୋକଙ୍କ ହାତରେ ପ୍ରତକ୍ଷ ବା ପରୋକ୍ଷ ଭାବରେ କ୍ଷମତା ରହିଲେ ଆଗକୁ ସରକାର ଙ୍କର ବଦନାମ ହେବାଟା ଥୟ । ଆହୁରି ମଧ୍ୟ ଅଧିକ ଚର୍ଚ୍ଚା ହେଉଛି ଯେ ଏହି ବାବୁ ଜଣକ ଏହିଭଳି କାଣ୍ଡ କରି ନିଜର ସହଧାର୍ମିଣୀ ଙ୍କର ସହିତ ପ୍ରତାରଣା କରୁଛନ୍ତି । ଏହି ଭିଡିଓ ଦେଖିବା ପରେ ଲୋକଙ୍କ ମନରେ ବାବୁ ଙ୍କର ଚରିତ୍ର କୁ ନେଇ ଅନେକ ପ୍ରଶ୍ନ , ଅନ୍ୟପଟେ ଏହି ଭିଡିଓ ଟି ଭାଇରଲ ହେବା ପରେ ମନ୍ତ୍ରୀ ଓ ତାଙ୍କର ସମ୍ମର୍ଥକ ମାନଙ୍କର ଲୋକପ୍ରିୟତା ଓ ଗ୍ରହନୀୟତା କ୍ଷିପ୍ର ଗତିରେ ହ୍ରାସ ହେବାରେ ଲାଗିଛି ।
ନିଜ ପୁଅର କଲା କାରନାମାକୁ ନେଇ ଆଗକୁ ମନ୍ତ୍ରୀ ଏବେ ମୁହଁ ଦେଖାଇବା ସ୍ଥିତିରେ ନାହାନ୍ତି ଓ ପୁଅର କୁକର୍ମ ପାଇଁ ପାଇଁ ଅଡ଼ୁଆ ବହୁ ପରିମାଣ ରେ ପଡିପାରେ ଏଥିରେ ସନ୍ଦେହ ନାହିଁ ।

 

 

0
0
0
s2sdefault