ପୁରୁଣା କେରାଣ୍ଡି ଗ୍ରାମରେ ଧୁମଧାମରେ ପାଳିତ ହେଲା ଶିବ ବିବାହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ପୁରୁଣା କେରାଣ୍ଡି ଗ୍ରାମରେ ଧୁମଧାମରେ ଶିବ ବିବାହ ପାଳିତ ହୋଇଯାଇଛି। ଶ୍ରୀ ଶ୍ରୀ ଗୋକୋନେଶ୍ବର ଓ ମାଆ ପାର୍ବତୀ ଙ୍କର ବିବାହ ପାଣିଗ୍ରହଣ ଉତ୍ସବ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି।
ବର ପକ୍ଷରୁ ବିଘ୍ନ ରାଜ୍ ପଣ୍ଡା , କନ୍ୟା ପକ୍ଷରୁ ଗୌରୀ ଶଙ୍କର ପଣ୍ଡା ପୁରୋହିତ ଭାବରେ ଅନ୍ତର୍ଯ୍ୟାମୀ ପାଢ଼ୀ ମହନ୍ତ ମହାରାଜ ଦାମଦୋର ଦାସ ପ୍ରମୁଖ ଉପସ୍ଥିତ ରହି ଗୋକୋନେଶ୍ବର ଓ ମାତା ପର୍ବତୀଙ୍କର ବିବାହ ମହୋତ୍ସବ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମକୁ ଗ୍ରାମର ୱାଡ଼ସଭ୍ୟ ସରୋଜ କୁମାର ଜେନା , ଦିଲୀପ ଜେନା , ଚିତରଞ୍ଜନ ପଣ୍ଡା , ସନ୍ତୋଷ ବରାଡ଼ , ସନ୍ତୋଷ ସ୍ୱାଇଁ , କାହ୍ନୁ ପଣ୍ଡା , ଜୟସେନ ବେହେରା ପ୍ରମୁଖଙ୍କ ଗ୍ରାମର ଯୁବ ଗୋଷ୍ଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ରାମରେ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି।

0
0
0
s2sdefault