ମତୁଆ ସମାଜର ବିଶେଷ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଇଘର/ନରସିଂ ବାଘ.: ରାଇଘର ଶ୍ରୀ ଶ୍ରୀ ହରିଚାନ୍ଦ ଗୁରୁଚାନ୍ଦ ସଂଘ ର ସଭାପତି ଶ୍ରୀ ଅରୁଣ କୁମାର ସରକାର ଓ ଶ୍ରୀ ନିଖିଲ ଚନ୍ଦ୍ର ମଣ୍ଡଳ ଙ୍କ ଆହ୍ବାନ କ୍ରମରେ ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିଲ୍ଲା ସ୍ତରୀୟ ରେଜିଷ୍ଟ୍ରିଭୁକ୍ତ କମିଟି ଶ୍ରୀ ଶ୍ରୀ ହରି ଗୁରୁଚାନ୍ଦ ମତୁଆ ମିଶନ ର ସଭାପତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଢାଲି ( ବଲା ) ସଭାର ସଭାପତିତ୍ବ କରିବା ସହ ପରିଚାଳନା କରିଥିଲେ । ଉମରକୋଟ, ରାଇଘର ଓ ଝରି ଗାଁ ର ପ୍ରତିନିଧି ମାନେ ଯୋଗ ଦେଇ ଥିଲେ । ଏଥି ସହିତ ଜିଲ୍ଲା ପରିଷଦ ସଭ୍ଯ ଶ୍ରୀ ଚନ୍ଦନ ରାୟ ବକ୍ତବ୍ଯ ରଖିଥିଲେ । ସାହିତ୍ୟିକ ବଙ୍କିମ ଚନ୍ଦ୍ର ମଣ୍ଡଳ ଏବଂ ନାଟ୍ୟକାର ନିଖିଲ ଚନ୍ଦ୍ର ମଣ୍ଡଳ ମତୁଆ ଆଚରଣ ବିଧି ଉପରେ ଆଲୋକପାତ କରିଥିଲେ । ରାଇଘର ହରିଚାନ୍ଦ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ଆସନ୍ତ ମେ ମାସ 24 ତାରିଖ ସ୍ଥିର କରା ଯାଇଛି । ଅରୁଣ ବାବୁ - ସମସ୍ତ ପରିଚାଳନାରେ ଚିତ୍ତରଞ୍ଜନ ଢାଲିଙ୍କୁ ପ୍ରଶଂସା କରାଯାଇ ସଭା ସମାପ୍ତ କରିଥିଲେ । ଉକ୍ତ ସଭାରେ ବିଶିଷ୍ଟ ଭକ୍ତ ବଙ୍କିମ ଚନ୍ଦ୍ର ରାୟ , ଉପଦେଷ୍ଟା ଗୁରୁଦାସ ମଣ୍ଡଳ, ହରେନ ଡାକୁଆ , ନିଖିଲ ଅଧିକାରୀ , ବାଦଲ ମଣ୍ଡଳ , ସୁଧାଂଶୁ ସରକାର , ମଦନ ତରଫଦାର, ଦିଲିପ ମଣ୍ଡଳ, ତାରକ ବିଶ୍ବାସ , ସୁଶାନ୍ତ ସରଦାର , ମନ୍ମଥ ନାଥ ରାୟ , ମନୀନ୍ଦ୍ର ଚନ୍ଦ୍ର ରାୟ , ବିଜନ ମଣ୍ଡଳ, ଶରତ ବାରୋଇ , ସଞ୍ଜୟ ମାଲାକାର , ଶାନ୍ତି ରଞ୍ଜନ ତାଲୁକଦାର , ଜଗଦୀଶଚନ୍ଦ୍ର ସରଦାର , ପ୍ରକାଶ ବିଶ୍ବାସ, , ବିଶ୍ବାସ ପ୍ରମୁଖ ଯୋଗ ଦେଇ ମୂଲ୍ଯବାନ ମତ ରଖିଥିଲେ । ପରିଶେଷ ରେ ମଧ୍ୟାହ୍ନ ଭୋଜନ କରି ସମସ୍ତେ ବିଦାୟ ଗ୍ରହଣ କରିଥିଲେ ।

0
0
0
s2sdefault