ହେଡଲାଇନସ୍:

ଡି. ପ୍ରିୟଙ୍କାଙ୍କୁ ''ଗୁରୁ ଦେବ ପ୍ରସାଦ ଦାସ ପ୍ରତିଭା ସମ୍ମାନ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱରର ନୃତ୍ୟାର୍ଚ୍ଚନା ଅନୁଷ୍ଠାନ ପକ୍ଷରୁ ଷଷ୍ଠତମ ଗୁରୁ ଦେବ ପ୍ରସାଦ ଦାସ ସମ୍ମାନ ଉତ୍ସବ - ୨୦୨୩ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଧାୟକ ପ୍ରଫୁଲ କୁମାର ସାମଲ , ଓଡିଶା ବିଧାନସଭାର ସଚିବ ଦାଶରଥି ଶତପଥୀ , ପୂର୍ବତନ ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ର , ସଙ୍ଗୀତିଜ୍ଞ ସୁକାନ୍ତ କୁମାର କୁଣ୍ଡୁ ଯୋଗ ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ନୃତ୍ୟଶିଳ୍ପୀ ମାନେ ଯୋଗ ଦେଇଥିଲେ। ପାରଳାଖେମୁଣ୍ଡିର ଅଗ୍ରଣୀ ଓଡିଶୀ ନୃତ୍ୟ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ରର ନୃତ୍ୟଶିଳ୍ପୀ ଅନୌଷ୍ଳା ଅନହିତା , ତନୀଷା ବେବର୍ତ୍ତା , ଚିରସ୍ମିତା ପଣ୍ଡା , ରିଶୀତା ପାତ୍ର , ସ୍ୱପ୍ନାରାଣୀ ପାଣିଗ୍ରାହୀ , ଶୁଭଶ୍ରୀ ପାଣିଗ୍ରାହୀ , ବିଦ୍ୟା ପୂଜାରୀ ଓ ତନିଷା ପରିଚ୍ଛା ଓଡିଶୀ ଅଭିନୟ ପରିବେଷଣ କରି ଦର୍ଶକ ମାନଙ୍କୁ ଠାରୁ ଭୁୟସୀ ପ୍ରଶଂସା ପାଇଛନ୍ତି ଏବଂ ଅନୁଷ୍ଠାନର ନୃତ୍ୟ ନିର୍ଦ୍ଦେଶିକା ସୁଶ୍ରୀ ଡି. ପ୍ରିୟଙ୍କାଙ୍କୁ ଷଷ୍ଠ ତମ "ଗୁରୁ ଦେବ ପ୍ରସାଦ ଦାସ" ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଗୁରୁ ସୁରେଶ କୁମାର ଖୁଣ୍ଟିଆ , ସାଗର କୁମାର ଖୁଣ୍ଟିଆ ଆଦି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ।

0
0
0
s2sdefault