କାମାକ୍ଷାନଗର/ରିତେଶ ବ୍ରହ୍ମା -ହାତୀଙ୍କ ସାଥୀ ହେବ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ । ସୂଚନା ଦେଇଛନ୍ତି ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବିଦ୍ୟୁତ ନିଆମକ ଆୟୋଗର ଅଧ୍ୟକ୍ଷ ସୁରେଶ ମହାପାତ୍ର । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗସ୍ତରେ ଆସି କହିଛନ୍ତି ଶ୍ରୀ ମହାପାତ୍ର । ଶିମିଳିପାଳ ପରେ ଢେଙ୍କାନାଳ ହେଉଛି ଦ୍ୱିତୀୟ ହାତୀ ବହୁଳ ଅଞ୍ଚଳ । ପ୍ରତିବର୍ଷ ଅନେକ ହାତୀଙ୍କ ଜୀବନ ବିଦ୍ୟୁତ କାରଣରୁ ଯାଉଛି । ଯାହା ରୋକିବା ପାଇଁ ସରକାର ଏଲିଫ୍ୟାଣ୍ଟ କରିଡର, ହାତୀ ଯାତାୟାତ ସ୍ଥାନ ଏବଂ ଜଙ୍ଗଲ ଅଞ୍ଚଳରେ ଉଚ୍ଚତା ବିଶିଷ୍ଟ ବିଦ୍ୟୁତ ଖୁଣ୍ଟି ଲଗାଇବାର ବ୍ୟବସ୍ଥା କରାଯାଇଛି । ଶ୍ରୀ ମହାପାତ୍ର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ହେବା ପରେ ବିଭାଗର ଅନେକ ପରିବର୍ତ୍ତନ ଆଣିବାକୁ ଯାଉଥିବା ଜଣାପଡିଛି । କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଏ ନେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ସହିତ କାମାକ୍ଷାନଗର ବିକାଶ କ୍ଷେତ୍ରରେ ଆଲୋଚନା କରିଥିଲେ । ଢେଙ୍କାନାଳର ବିଦ୍ୟୁତ ଅଧିକ୍ଷଣ ଯନ୍ତ୍ରୀ ,ସହକାରୀ ଯନ୍ତ୍ରୀଙ୍କ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ରାଜ୍ୟ
ହାତୀଙ୍କ ସାଥୀ ହେବ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ- : ସୁରେଶ ମହାପାତ୍ର
- Hits: 306