ପ୍ରଥମ ଥର ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ନିର୍ମାଣ ହେବାକୁ ଯାଉଛି ସମ୍ବାଦିକ ଗୋଷ୍ଠୀ କେନ୍ଦ୍ର
ପଦ୍ମପୁର: ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ରେ ଏକ ନୂତନ ସମ୍ବାଦିକ ଗୋଷ୍ଠୀକେନ୍ଦ୍ର ପାଇଁ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଝାରବନ୍ଧ ବ୍ଲକ ରେ ଏକ ସାମ୍ବାଦିକ ଭବନ ର ଆବଶ୍ୟକୀୟ ରହିଥିଲା । ସରକାର ଙ୍କର ଅନୁଦାନ ଆସିବା ପରେ ଆଜି ଝାରବନ୍ଧ ବ୍ଲକ ବିଡ଼ିଓ , ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ଲିପ୍ସା ପ୍ରଧାନ ,ଅନେକ ଗଣ୍ୟମାନ୍ୟ ବ୍ୟକ୍ତି , ଓ ସମସ୍ତ ସମ୍ବାଦିକ ଙ୍କର ଉପସ୍ଥିତ ରେ ମାନ୍ୟବର ବିଧାୟିକା ଭୂମିପୂଜନ କରିବା ସହିତ ବିଧିବଦ୍ଧ ଦ୍ଭାବରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଭବନ ର ନିର୍ମାଣ କାର୍ୟ୍ଯ ଠିକ ଭାବରେ ଓ ଅତି ଶୀଘ୍ର ସମାପ୍ତ କରିବା ପାଇଁ ବିଧାୟିକା କହିବା ସହିତ ଏହି ଭବନ ଓ ଆଖପାଖ ଅଞ୍ଚଳରେ ଅଧିକ ସଂଖ୍ୟାରେ ବୃକ୍ଷ ରୋପଣ କରିବା ପାଇଁ କହିଥିଲେ ।