ହେଡଲାଇନସ୍:

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆନ୍ଧ୍ରପ୍ରଦେଶ ଶିକ୍ଷା ସଚିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଭିନବ ପଦକ୍ଷେପକୁ ପ୍ରଶଂସା

ଭୁବନେଶ୍ୱର,:ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଆନ୍ଧ୍ରପ୍ରଦେଶ ଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀଯୁକ୍ତ ଏସ୍. ସୁରେଶ କୁମାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଅଶ୍ୱଥି ଏସ୍ଙ୍କ ସହ ଆଲୋଚନା କରିଛନ୍ତି । ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ଆଣିବା ଲାଗି ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ବିକାଶମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରି ବୁଝିବା ସହ ତାହାର କାର୍ଯ୍ୟକାରିତା ସମ୍ପର୍କରେ ମଧ୍ୟ ସେ ଅବଗତ ହୋଇଥିଲେ । ଏହି ଅବସରରେ ସେ "ମୋ ସ୍କୁଲ୍ ଅଭିଯାନ' ରାଜ୍ୟ କାର୍ଯ୍ୟାଳୟ ଯାଇ ସେଠାରେ ବରିଷ୍ଠ ଅଧିକାରୀ ଓ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଥିଲେ । ପୁରାତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ସହଭାଗିତାରେ କିଭଳି ଓଡ଼ିଶା ସ୍କୁଲ୍ ଶିକ୍ଷା ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ସେ ନେଇ ପଚାରି ବୁଝିଥିଲେ ।
ଡିଜିଟାଲ୍ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଓଡ଼ିଶା ନେଇଥିବା ବିଭିନ୍ନ ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ । ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଭିତ୍ତିଭୂମିର ସର୍ବାଙ୍ଗୀନ ବିକାଶ କରିବାରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଏକ ପ୍ରଶଂସା ଯୋଗ୍ୟ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ । "ମୋ ସ୍କୁଲ୍ ଅଭିଯାନ' ଦ୍ୱାରା ପରିଚାଳିତ ବିଦ୍ୟାଳୟ ପୋଷ୍ୟଗ୍ରହଣ କାର୍ଯ୍ୟକ୍ରମକୁ ଉତ୍ସାହିତ କରିବା ସହ ଏହି କାର୍ଯ୍ୟକ୍ରମ ବିଷୟରେ ସବିଶେଷ ତଥ୍ୟ ପଚାରି ବୁଝିଥିଲେ । ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନିଜ ଶିକ୍ଷାନୁଷ୍ଠାନ ସହ ସଂଯୋଗ କରିବାର ଏହି ପ୍ରୟାସ ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା । ଆକାଂକ୍ଷୀ କାର୍ଯ୍ୟକ୍ରମ ମାଧ୍ୟମରେ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ ହେବା ସହ ସହପାଠ୍ୟଭିତ୍ତିକ କାର୍ଯ୍ୟକ୍ରମ ବିଷୟରେ ବୁଝିଥିଲେ ।
"ମୋ ସ୍କୁଲ୍ ଅଭିଯାନ'ର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀଯୁକ୍ତ ଅମରଜିତ ଜେନା ଏବଂ ଓ.ଏସ୍.ଡ଼ି. ଡ. ମଣିପ୍ରସାଦ ମିଶ୍ର ପ୍ରମୁଖ ଶ୍ରୀ କୁମାରଙ୍କୁ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲୋ ଏହି ଅବସରରେ ତାଙ୍କୁ "ମୋ ସ୍କୁଲ୍' ପକ୍ଷରୁ ଏକ କଫି ଟେବୁଲ୍ ବୁକ୍ ପ୍ରଦାନ କରାଯାଇଥିଲା ।

0
0
0
s2sdefault