ହେଡଲାଇନସ୍:

ବିୟୁଜେ ର ସପ୍ତମ ବାର୍ଷିକ ଉତ୍ସବ ଓ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା /ବଣେଇଁ(ବସନ୍ତ କୁମାର ଜେନା) : ବଣାଇ ଉପଖଣ୍ଡ ଟେନସା କ୍ଲବ ସ୍ଥିତ ସମ୍ବିଳନି କକ୍ଷରେ ବଣାଇ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମକୁ ବି. ୟୁ. ଯେ ର ସଭାପତି ହେମଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବଣାଇ ଉପ ଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁ , ସମ୍ମାନୀତ ଅତିଥି ଭାବେ ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ (ଓୟୁଜେ) ସଂଘର ସାଧାରଣ ସଂପାଦକ ଅଶୋକ ନନ୍ଦ , ଟେନସା ପଞ୍ଚାୟତ ସରପଞ୍ଚ ଅନିତା ପୂର୍ତ୍ତି, , କୋଇଡ଼ା ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସନ୍ଧ୍ୟା ରାଣୀ ନାଏକ ଓ ସମାଜସେବୀ ପପୁ ମହାନ୍ତି, ବଣାଇ ଓକିଲ ସଂଘର ବରିଷ୍ଠ ଆଇନଜୀବୀ ତଥା ସଂଘ ର ଉପଦେଷ୍ଟା କୈଳାସ ଚନ୍ଦ୍ର ପ୍ରଧାନ, ତୁଷାର କାନ୍ତି ସାହୁ, ରେଙ୍ଗୁଟୁ ପ୍ରଧାନ, ଖୁଣ୍ଟଗାଁ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଂଚ ଅଜୟ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭ ପୂର୍ବରୁ ଟେନସା ସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ସମସ୍ତ ଅତିଥି ମାନଙ୍କ ଦ୍ଵାରା ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରବର୍ତୀ ପର୍ଯ୍ୟାୟରେ ୯ ଘଟିକା ସମୟରେ କ୍ଲବ ଠାରେ କାର୍ଯ୍ୟକ୍ରମ ଆରମ୍ବ ହୋଇଥିଲା। ପ୍ରଥମେ ଅତିଥି ମାନଙ୍କୁ ମଞ୍ଚ ନିକଟକୁ ପାଛୋଟି ନେବା ସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ତାଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଧୌକନ ଦେଇ ସମ୍ମାନୀତ କରିବା ପରେ ଅତିଥି ମାନେ ଦୀପ ପ୍ରଜ୍ବଳନ କରି , ନଡିଆ ବାଡ଼େଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ।ଏହା ପରେ ଡି ଏ ଭି ପବ୍ଲିକ ସ୍କୁଲ ଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା। ସଂଘ ର ବରିଷ୍ଠ ସଭ୍ୟ ଅଶ୍ଵିନୀ କୁମାର ମହାନ୍ତ ମଞ୍ଚ ପରିଚାଳନା କରିବା ସହିତ ଦୀର୍ଘ ୭ ବର୍ଷ ଧରି ସଂଘ ନିଶ୍ୱର୍ଥାପର ଭାବେ ସାମ୍ବାଦିକତା କରିବା ସହିତ ବିଭିନ୍ନ ଅଞ୍ଚଳର ସମସ୍ୟା ଗୁଡିକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ବିଭିନ୍ନ ସମାଜସେବା ଏବଂ ସଚେତନତା କାର୍ଯ୍ୟକ୍ରମ କରି ଅବହେଳିତ , ଗରିବ, ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ, ଛତା, ଜୋତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ବୋଲି ପ୍ରକାଶ କରି ଥିଲେ।

ଏହା ପରେ ଆଦର୍ଶ ଶିକ୍ଷକ ଭାବେ ବଣାଇ ଗଡ ର ଛନ୍ଦା ଚରଣ ଡ଼ଗ୍ରରା, ସମାଜସେବୀ ଭାବେ ବିଦେଶିନୀ ପଟେଲ, କର୍ମବୀର ସମାଜସେବୀ ରେଙ୍ଗଟୁ ପ୍ରଧାନ, ଆଦର୍ଶ ସରପଞ୍ଚ ଭାବେ ଟେନସା ସରପଞ୍ଚ ଅନିତା ପୂର୍ତ୍ତି ଓ ସମାଜସେବୀ ଅଜୟ କୁମାର ନାଏକ ଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରାଗଲା।
ଅନ୍ୟ ମାନଙ୍କ ମଧ୍ୟରେ ସୁନୀଲ କୁମାର ପଣ୍ଡା, ନଗେଶ ଚନ୍ଦ୍ର ପାଢି, ଗଗନ ବିହାରୀ ମହାରଣା, କୋଷାଧ୍ୟକ୍ଷ ସନ୍ତୋଷ କୁମାର ସାହୁ, ଜିତେନ୍ଦ୍ର ଆଚାର୍ଯ୍ୟ, ଭ୍ରମର ବର ବାରିକ, ଲୋକନାଥ ସାମଲ, କାର୍ତ୍ତିକ ଚନ୍ଦ୍ର ସାହୁ, ରାକେଶ ପ୍ରଧାନ, ଲମ୍ବୋଦର ବାରିକ, ବିଜୟ ଦାସ, ଗଣେଶ ଆପଟ, ଜୟରାମ, ଏମ ଡି ଇସ୍ତାହାର ପ୍ରମୁଖ ସଭ୍ୟ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

0
0
0
s2sdefault