କାମାକ୍ଷାନଗର - କାମାକ୍ଷାନଗର ଥାନା ର ଭାରପ୍ରାପ୍ତ ଅଧିକାରୀ ଶରତ ଚନ୍ଦ୍ର ମହାଳିକ ଙ୍କ ଅଧ୍ୟକ୍ଷତା ରେ କାମାକ୍ଷାନଗର ଥାନା ର ଅଭିଭାବକ ପ୍ରକୋଷ୍ଟ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବ୍ରାଞ୍ଚ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ର କ୍ୟାସିୟର ଜ୍ୟୋତି ରଞ୍ଜନ ପଣ୍ଡା ଯୋଗ ଦେଇଥିଲେ।କାମାକ୍ଷାନଗର ରେ ଦିନ କୁ ଦିନ ଚୋରି, ଡକାୟତ ବଢୁଥିବାରୁ ବ୍ୟାଙ୍କ କୁ ଆସୁଥିବା ଲୋକ ମାନଙ୍କ ଠାରୁ ଟଙ୍କା ଛଡାଇ ନେଉଥିବା ର ନଜର ଆସିଛି। କିପରି ସେମାନେ ଲୁଟ୍ ର ଶିକାର ନହେବେ, ଦଲାଲ ଙ୍କ ହବୁଡ଼ ରେ ନ ପଡ଼ିବେ ସେ ବିଷୟରେ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତ ଲୋକ ମାନଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ର ଗ୍ରାହକ ସେବା କେନ୍ଦ୍ର ରୁ କିପରି ସହଯୋଗ ମିଳିପାରିବ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।ଉକ୍ତ ବୈଠକ ରେ ପୁର୍ବତନ ବ୍ୟାଙ୍କ କର୍ମଚାରୀ ରବି ନାରାୟଣ ସାହୁ ଙ୍କ ସହ କାମାକ୍ଷାନଗର ଥାନା ପରିସର ରେ ଥିବା ସମସ୍ତ ଗ୍ରାହକସେବା କେନ୍ଦ୍ର ର ଅଧିକାରୀ ମାନେ ଯୋଗ ଦେଇଥିଲେ।
ରାଜ୍ୟ
ଗ୍ରାହକସେବା କେନ୍ଦ୍ରର ର ବୈଠକ
- Hits: 292











