ମୁମ୍ବଇ: ସଂଗୀତ କଳାକେନ୍ଦ୍ର (ଏସ୍କେକେ)ର ପ୍ରେସିଡେଣ୍ଟ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ନେତୃତ୍ୱରେ ଆୟୋଜିତ ସଂଗୀତ କଳା କେନ୍ଦ୍ରର ୫୦ତମ ବାର୍ଷିକ ଉତ୍ସବ ପାଳନ ବାସ୍ତବରେ ପ୍ରତ୍ୟେକ ଦୃଷ୍ଟିକୋଣରୁ ଆକର୍ଷଣୀୟ ଏବଂ ଚମକ୍ରାର ହୋଇଥିଲା । ମୁମ୍ବଇର ୱର୍ଲିସ୍ଥିତ ଏନଏସ୍ସିଆଇ କମ୍ପେ୍ଲକ୍ସର ଡୋମ୍ରେ ଭରପୂର ଏବଂ ଅତ୍ୟନ୍ତ ଉତ୍ସାହୀ ଦର୍ଶକଙ୍କ ଉପସ୍ଥିତିରେ ପଦ୍ମଶ୍ରୀ ଅନୁପମ ଖେର ତାଙ୍କର ନିଜସ୍ୱ ଅନନ୍ୟ ଶୈଳୀରେ ସଂଗୀତ କଳା କେନ୍ଦ୍ରର ଯାତ୍ରାକୁ ଆଗେଇ ନେଇଥିଲେ । ‘କେଲିଡୋସ୍କୋପ୍’ ଶୀର୍ଷକ ତାଙ୍କର ଉଦ୍ଘାଟନୀ ଉପସ୍ଥାପନାରେ ପ୍ରତ୍ୟେକ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ ।
ଅତିଥିମାନଙ୍କୁ ସ୍ୱାଗତ କରି ସଂଗୀତ କଳା କେନ୍ଦ୍ରର ପ୍ରେସିଡେଣ୍ଟ ଶ୍ରୀମତୀ ରାଜଶ୍ରୀ ବିର୍ଲା କହିଥିଲେ, “ଆଦିତ୍ୟଜୀଙ୍କର ବ୍ୟକ୍ତିତ୍ୱ ବିବିଧତାରେ ଭରପୂର ଥିଲା । ପ୍ରାରମ୍ଭରୁ ବ୍ୟବସାୟ ବ୍ୟତୀତ ସେ ପ୍ରଦର୍ଶନ କଳା ପ୍ରତି ବିଶେଷ ଧ୍ୟାନ ଦେଉଥିଲେ । ଏହା ତାଙ୍କ ମାନସିକ ପ୍ରସ୍ତୁତି, ତାଙ୍କର ସମୃଦ୍ଧ ସଂଗଠିତ ଜୀବନର ଏହା ଅଂଶ ପାଲଟି ଯାଇଥିଲା । ସେ ବିଭିନ୍ନ ଚରିତ୍ର ରଚନା କରିଥିଲେ । ମଞ୍ଚ ପ୍ରତି ତାଙ୍କର ଏକ ମୋହ ଥିଲା, ତାଙ୍କ ପାଇଁ ଏହା ଆନନ୍ଦର ଶିହରଣରେ ଭରପୂର ଥିଲା । ବିଭିନ୍ନ ଭୂମିକାରେ ସମନ୍ୱୟ ରକ୍ଷାକରି ସେ ଅଭିନେତା ଓ ଗାୟକ ଭାବରେ ପରିଚିତ ହୋଇଥିଲେ । ଏହା ତାଙ୍କ ଶିରା ପ୍ରଶିରାରେ ପ୍ରବାହିତ ହେଉଛି ବୋଲି ସେ ଅନୁଭବ କରୁଥିବାରୁ ଏକ ପ୍ରତିଷ୍ଠାନ ସ୍ଥାପନର ସ୍ୱପ୍ନ ସେ ଦେଖିଥିଲେ, ଯାହା ବିଭିନ୍ନ ପିଢିରେ ପରିଲକ୍ଷିତ ହେଉଥିବା ପ୍ରତିଭାକୁ ପ୍ରଦର୍ଶିତ କରିପାରିବ । ସଂଗୀତ କଳା କେନ୍ଦ୍ର ସ୍ଥାପନ ସହିତ ତାଙ୍କର ଦୂରଦୃଷ୍ଟି ସାକାର ହୋଇଥିଲା । ଆମେ ଦୀର୍ଘପଥ ଅତିକ୍ରମ କରିସାରିଛୁ, ଆଦିତ୍ୟଜୀଙ୍କ ଦ୍ୱାରା ସ୍ଥାପିତ ମଜଭୁତ ମୂଳଦୁଆ ଉପରେ ୧୯୭୦ ଦଶକରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ପଥ ଆମେ ଆଗକୁ ଆସିସାରିଛୁ । ଏଭଳି ବିଶାଳ ସମୟ ପାଇଁ ଆମେ ତାଙ୍କ ନିକଟରେ କୃତଜ୍ଞ ।”
ଏହି ସ୍ମରଣୀୟ ମୁହୂର୍ତ୍ତରେ ହେମା ମାଳିନୀ, ଶବାନା ଆଜ୍ମୀ, କବିତା କ୍ରିଷ୍ଣମୂର୍ତ୍ତି, ପଙ୍କଜ ଉଧାସ ଏବଂ ନିତିନ ମୁକେଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ପୋଲିସର ଅତିରିକ୍ତ ମହାନିଦେ୍ର୍ଧଶକ ବିଶ୍ୱାସ ନାଙ୍ଗେ୍ର ପାଟିଲ ମଧ୍ୟ ଉପସ୍ଥିତ ଥିଲେ । ରଣବୀର କପୁରଙ୍କ ସହିତ ନିରଜା ବିର୍ଲାୟଙ୍କ ଭାବ ବିନିମୟ ନିବିଡ ଏବଂ ପ୍ରଭାବୀ ରହିଥିଲା । ଏହା ରଣବୀରଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ସମ୍ପର୍କରେ ପର୍ଯ୍ୟାପ୍ତ ଅନ୍ତର୍ଦୃଷ୍ଟି ପ୍ରଦାନ କରିବା ସହିତ ଅତ୍ୟନ୍ତ ପ୍ରେରଣାଦାୟୀ ହୋଇଥିଲା । ପଦ୍ମଶ୍ରୀ ସୋନୁ ନିଗମ ଏବଂ ତାଙ୍କ ଦଳ ଦ୍ୱାରା ପରିବେଷିତ ଉଚ୍ଚ ମାନର ସଂଗୀତ କାର୍ଯ୍ୟକ୍ରମ ଉକ୍ତ ସନ୍ଧ୍ୟାର ଏକ ବିଶେଷ ଆକର୍ଷଣ ଥିଲା । ପଦ୍ମଭୂଷଣ କୁମାର ମଙ୍ଗଳମ୍ ବିର୍ଲା, ଅନନ୍ୟା ବିର୍ଲା, ଆର୍ଯ୍ୟମାନ ବିର୍ଲା ଏବଂ ପରିବର୍ଦ୍ଧିତ ବିର୍ଲା ପରିବାରର ସମସ୍ତ ସଦସ୍ୟଗଣ ଏହି ପବିତ୍ର ଅବସରରେ ଉପସ୍ଥିତ ଥିଲେ, ଯେଉଁଠାରେ କଳା ଦୁନିଆଁର ଶୀର୍ଷ ବ୍ୟକ୍ତିତ୍ୱମାନଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା ।
ସଂଗୀତ କଳା କେନ୍ଦ୍ର (ଏସ୍କେକେ)ର ପ୍ରେସିଡେଣ୍ଟ ଶ୍ରୀମତୀ ରାଜଶ୍ରୀ ବିର୍ଲା କହିଥିଲେ, “ଆଜି ଏହି ଭବ୍ୟ ଉତ୍ସବରେ ଏହି ପାଞ୍ଚଦଶନ୍ଧିର ସ୍ମୃତିକୁ ଆମେ କବିତା ରୂପରେ ଗୁନ୍ଥୁଛୁ । ଏହି ପ୍ରତିଷ୍ଠାନ ସମସ୍ତ କଳାପ୍ରେମୀମାନଙ୍କର ପ୍ରଶଂସା ଏବଂ ଭଲପାଇବା ଲାଭ କରିଛି । ଏବଂ ଏହାର ମୁଖ୍ୟ କାରଣ ହେଉଛି ଆମେ ଆମ ସହିତ ଏହି ମଞ୍ଚରେ ବିଶାରଦ ଏବଂ ଚମକ୍ରାର ଉଦୀୟମାନ ପ୍ରତିଭାମାନଙ୍କୁ ସେମାନଙ୍କର କଳା ପ୍ରଦର୍ଶନ ନିମନ୍ତେ ପାଇବାର ସୌଭାଗ୍ୟ ଲାଭ କରିଛୁ । ଏଠାରେ ଅନେକ କଳାକାର ନିଜକୁ ଜଣେ ଜଣେ କଳାକାର ଓ ଅଭିନେତା ଭାବରେ ପ୍ରତିଷ୍ଠିତ କରାଇବାକୁ ନିଜର ପ୍ରୟାସ ଆରମ୍ଭ କରିଛନ୍ତି । ଏହାର ସମସ୍ତ କାର୍ଯ୍ୟକ୍ରମ ବେଶ୍ ପ୍ରଭାବୀ ଥିଲା ଏବଂ ବେଳେବେଳେ ଦର୍ଶକମାନଙ୍କ ଅନ୍ତରକୁ ସ୍ପର୍ଶ କରୁଥିବା ଅଂଶଗୁଡିକ ସମବେତ ଭାବରେ ନୃତ୍ୟ ଓ ଗୀତର ଆନନ୍ଦ ଜରିଆରେ ଦର୍ଶକଙ୍କୁ ବିମୋହିତ କରିବା ସହିତ ଆମ ଦେଶର ଅସଂଖ୍ୟ ପାର୍ବଣକୁ ନିର୍ଦ୍ଧିଷ୍ଟ ଭାବରେ ସୂଚାଉଥିଲା । ପ୍ରତ୍ୟେକ ଦଶନ୍ଧିରେ ଏସ୍କେକେ ଏହା ସହିତ କିଛି ନୂତନତା ଯୋଗ କରିଛି । ଆମେ ଅଧିକ ସାହସୀ ଏବଂ ମଜଭୁତ ହୋଇଛୁ ଏବଂ ଏସ୍କେକେର ମଞ୍ଚକୁ ଆକାଂକ୍ଷୀ କରି ଗଢିତୋଳିଛୁ ।”
ସେ ପୁନଶ୍ଚ କହିଥିଲେ, “ଆମେ ଆମର କିମ୍ବଦନ୍ତୀ ବିଶାରଦ- କଳାକାର ଓ ଅଭିନେତାଙ୍କ ନିକଟରେ କୃତଜ୍ଞ, ଯେଉଁମାନେ ଆମ ମଞ୍ଚରେ ପ୍ରଦର୍ଶନ କରିଛନ୍ତି ଏବଂ ଏସ୍କେକେର ତେଜ ସହିତ ଅଧିକ ଯୋଗ କରିଛନ୍ତି । ଏହିଭଳି ଅସଂଖ୍ୟ ନାମ ରହିଛି । ଆପଣମାନେ ଜାଣନ୍ତି, ଏହିଭଳି ୨୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଦିତ୍ୟ ବିର୍ଲା କଳାଶିଖର ପୁରସ୍କାରରେ ସମ୍ମାନିତ କରାଯାଇଛି । ଏମାନଙ୍କ ମଧ୍ୟରୁ ଅନେକ ୫୭ ଯୁବପିଢିଙ୍କ ମଧ୍ୟରୁ ଉଦୀୟମାନ କଳାକାରଙ୍କୁ ମାର୍ଗଦର୍ଶନ କରୁଛନ୍ତି ଯେଉଁମାନଙ୍କୁ ଆଦିତ୍ୟ ବିର୍ଲା କଳାକିରଣ ପୁରସ୍କାର ପ୍ରଦାନ କରାଯାଇଛି । ଆଦିତ୍ୟଜୀଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ଏହି ପୁରସ୍କାରଗୁଡିକ ବାସ୍ତବରେ ଏକ ଉଚ୍ଚ ମାନକ ହୋଇଛି । ଏସ୍କେକେ ଏକ ବିଶାଳ ପରିବାର ଏବଂ ଆପଣମାନେ ସମସ୍ତେ ଏହାର ଅଂଶବିଶେଷ, ଯାହା ଆପଣଙ୍କର ପ୍ରତିଷ୍ଠାତା ପ୍ରେସିଡେଣ୍ଟ, ଆଦିତ୍ୟ ବିକ୍ରମ ବିର୍ଲାଙ୍କ ପ୍ରତି ଆପଣଙ୍କର ପ୍ରଶଂସା ଏବଂ ସ୍ନେହଭାବ ପ୍ରତିଫଳିତ କରୁଛି ।”
ଏହା ହାସ୍ୟରସ ଏବଂ ଉତ୍ତମ ମନୋରଞ୍ଜନ ସହିତ ବାସ୍ତବିକ୍ ଏକ ସ୍ମରଣୀୟ ସଂଗୀତ ସନ୍ଧ୍ୟା ଥିଲା ।











