ହେଡଲାଇନସ୍:

ପ୍ରତିଭା ଭବନରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଉତ୍କଳ ଦିବସ ପାଇଁ ପ୍ରସ୍ତୁତି ବୈଠକ :

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସ୍ୱାଭିମାନୀ ସଂସ୍କୃତିସମ୍ପନ୍ନ ମାହାଙ୍ଗା ରେ ସର୍ବଦା ବରପୁତ୍ର, ସାହିତ୍ୟିକ, କବି ମାନଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଓ ସମ୍ମାନ ପ୍ରଦାନପୂର୍ବକ  ବିକାଶର ଧାରା କୁ ଅଗ୍ରଗତୀ କରିପାରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା l

 (ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ) - କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଅଳିଯୋଡ଼ା ଠାରେ ଉତ୍କଳ ଦିବସ ପାଳନ ଓ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ଆୟୋଜନ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସମଗ୍ର ଉତ୍କଳ ପ୍ରଦେଶକୁ ଗୌରବାନ୍ୱିତ କରିଥିବା ମାହାଙ୍ଗା ମାଟିର ୧୨ ଜଣ ପ୍ରଥିତଯଶା ପୁରୁଷଙ୍କ ପ୍ରତିମୂର୍ତ୍ତି ଆସନ୍ତା ଏପ୍ରିଲ ପହିଲାରେ ପ୍ରତିଭା ଭବନରେ ଉନ୍ମୋଚନ କରାଯିବାକୁ ନିଷ୍ପତି ନିଆଯାଇଛି l ତେବେ ସବୁବେଳେ ସ୍ୱାଭିମାନୀ ସଂସ୍କୃତିସମ୍ପନ୍ନ ମାହାଙ୍ଗା ରେ ସର୍ବଦା ବରପୁତ୍ର, ସାହିତ୍ୟିକ, କବି ମାନଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଓ ସମ୍ମାନ ପ୍ରଦାନପୂର୍ବକ  ବିକାଶର ଧାରା କୁ ଅଗ୍ରଗତୀ କରିପାରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା l l
ସେହିପରି ଆଉ ଏକ ଉଚ୍ଚକୋଟିର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ବିଧାୟକ ଶ୍ରୀ ଜେନା l ଉତ୍କଳ ଦିବସ ଅବସରରେ ଗଣକବି ବୈଷ୍ଣବ ପାଣି, ଆଦି ନାଟ୍ୟକାର ଜଗମୋହନ ଲାଲ, କର୍ମବୀର ଗୌରୀଶଙ୍କର , ପଲ୍ଲିକବି ନନ୍ଦକିଶୋର ବଳ, ବାଗ୍ମୀ ବିଶ୍ୱନାଥ କର, ବିଶ୍ୱ ସନ୍ତରଣକାରୀ ମିହିର ସେନ, ଆଚାର୍ଯ୍ୟ ପ୍ୟାରୀ ମୋହନ, ସଂସ୍କାରକ ବୈରାଗୀ ମିଶ୍ର, ଶିଳ୍ପୀଗୁରୁ ବିମ୍ବାଧର ବର୍ମା, ଦ୍ୱିତୀୟ ଭଞ୍ଜ ଗୋଲଖ ପ୍ରଧାନ, କବିପ୍ରାଜ୍ଞ ପ୍ରଣାକୃଷ୍ଣ ପରିଜା ଏବଂ ପଦ୍ମଶ୍ରୀ ରଜତ କରଙ୍କ ଭଳି ଯଶସ୍ବୀ ପୁରୁଷ ମାନଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବାକୁ ମାହାଙ୍ଗା ବିଧାୟକଙ୍କ ଐତିହାସିକ ପଦକ୍ଷେପକୁ ଭୂଇୟସୀ ପ୍ରଶଂସା କରାଯାଇଥିଲା l
ମାହାଙ୍ଗା ଅଂଚଳର ବୁଦ୍ଧିଜୀବୀ, କବି,ସାହିତ୍ୟିକ,କଳାକାର,ଏବଂ ବରିଷ୍ଠ ନାଗରିକ ମାନଙ୍କୁ ଏହି କାର୍ଯ୍ୟକ୍ରମ ସାମିଲ କରାଯାଇ ଏକ ବର୍ଣ୍ଣାଢ୍ୟ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକରେ ନିଷ୍ପତି ନିଆଯାଇଥିଲା l ଉତ୍କଳ ପ୍ରଦେଶ ଗଠନରେ ମାହାଙ୍ଗାର ସ୍ୱର୍ନାଭ ଅବଦାନ ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ l ଉତ୍କଳର କଳା,ସାହିତ୍ୟ,ସଂସ୍କୃତି ଏବଂ ଇତିହାସକୁ ମାହାଙ୍ଗା ମାଟିର ଯେଉଁ ସୁଯୋଗ୍ୟ ସନ୍ତାନମାନେ ରୁଦ୍ଧିମନ୍ତ କରିଯାଇଛନ୍ତି,ସେମାନେ ଚିର ବନ୍ଦନୀୟ ବୋଲି ବିଧାୟକ ଶ୍ରୀ ପ୍ରତାପ ଜେନା କହିଥିଲେ l
ଆଜିର ପ୍ରସ୍ତୁତି ବୈଠକରେ ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ, ଉପାଧ୍ୟାକ୍ଷ ସତ୍ୟନାରାୟଣ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ପୂର୍ବତନ ଅଧ୍ୟକ୍ଷ ରାଜକିଶୋର ଜେନା, ସାହିତ୍ୟିକ ଭୁବନାନନ୍ଦ ସାହୁ, ସାହିତ୍ୟିକ ଏକାଦଶୀ ପ୍ରଧାନ, ସାହିତ୍ୟିକ ବିଜୟ ରାଉତ, ପଣ୍ଡିତ ଶାରଦା ପ୍ରସାଦ ମିଶ୍ର,ଅଧ୍ୟାପକ ମନୋରଞ୍ଜନ ବେହୁରା , ସାହିତ୍ୟିକ ଭାବଗ୍ରାହୀ ଦାଶ,ସାହିତ୍ୟିକ ବିଦୁଲତା ପ୍ରଧାନ,କବି ନାରାୟଣ ମୁଦୁଲି, ଶିକ୍ଷାବିତ ଅକ୍ଷୟ ଷଢଙ୍ଗୀ,ସାରସ୍ୱତ ସଂଗଠକ ପନଙ୍ଗ ଭୂଷଣ ଦାସ, ସାମ୍ବାଦିକ ଅଖିଳେଶ ମହାନ୍ତି, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ,ଜିଲ୍ଲାପରିଷଦ ସଭ୍ୟା ସୁସ୍ମିତା ଦାସ,କବି ଗୌତମ ଜେନା,କବି ପ୍ରଶାନ୍ତ କର,ପ୍ରମୁଖ ଯୋଗଦେଇଥିଲେ l

0
0
0
s2sdefault