ବରଗଡ :- ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଜଗଦଲପୁର ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜି ବିଜୁ ଜନତା ଦଳର ଓଡିଶା ମୋ ପରିବାର ତରଫରୁ ଏକ ରକ୍ତଦାନ ଶିବିର ର ଅୟୋଜନ କରାଯାଇଥିଲା । ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ଙ୍କର ନିର୍ଦେଶ ରେ ଅୟୋଜିତ ଏହି ଶିବିର କୁ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ମୋ ପରିବାର ର ବରଗଡ଼ ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର ଉଦ୍ଘାଟନ କଲେ କରିଥିଲେ । ରକ୍ତଦାନ ଶିବିରରେ , ଜଗଦଲପୁର ଥାନାରେ ମୁତୟନ ଥିବା ସି ଆର ପି ଏଫ ର ଯବାନ ମାନେ ମଧ୍ୟ ରକ୍ତଦାନ କରିଥିଲେ । ଏହି ଶିବିର ରେ ସାତ ଜଣ CRPF ଯବାନ ରକ୍ତଦାନ କରିଥିଲେ । ରକ୍ତାଭାବ କୁ ଦୂରକରିବା ପାଇଁ ବିଜୁ ଜନତା ଦଳ ର ଏହି ମହତ କାର୍ଯ୍ୟ ରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଶ୍ରୀ ରାଜୁ ଘିଭେଲା ଉପସ୍ଥିତ ରହି ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହିତ ଅୟୋଜକ ଓ ରକ୍ତଦାତା ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଉକ୍ତ ଶିବିରରେ ଝାରବନ୍ଧ ଜୋନ୍ 1 ର ଜିଲ୍ଲା ପରିଷଦ ସଭ୍ୟ ସୁଶିଲ ମରେଇ, ବିଜୁ ଜନତା ଦଳ ଝାରବନ୍ଧ ବ୍ଲକର ସଭାପତି ଜତିନ ହାତୀ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଜୟ କେତନ ପ୍ରଧାନ ବିଜୁ ଯୁବ ଜନତା ଦଳ ଝାରବନ୍ଧ ବ୍ଲକ ସଭାପତି ଚନ୍ଦ୍ରଶେଖର ପଟେଲ, ବିଜୁ ଛାତ୍ର ଜନତା ଦଳ ଝାରବନ୍ଧ ବ୍ଲକ ସଭାପତି ପ୍ରଶାନ୍ତ ବରିହା ଏବଂ ହାରଧନ ବରିହା ଯୋଗଦାନ ଦେଇ ରକ୍ତଦାତା ଓ ଏହି ଶିବିର କୁ ବହୁମୂଲ୍ୟ ସମୟ ଦେଇ ସହଯୋଗ କରିଥିବାରୁ ବିଜୁ ଜନତା ଦଳର ସମସ୍ତ ସଦସ୍ୟ ଓ ଗ୍ରାମବାସି ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ରାଜ୍ୟ
ସୀମାନ୍ତ ରେ ରକ୍ତ ଦାନ ଶିବିର, ଯବାନ ମାନେ କଲେ ରକ୍ତ ଦାନ
- Hits: 1082