ହେଡଲାଇନସ୍:

ଦୁଇ ଜଣ ଚୋର ଗିରଫ: ଚୋରି ଷ୍ଟେବଲାଇଜର ଜବତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧ - ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଜଗଦଲପୁର ଥାନା ରେ ଥାନା ଅଧିକାରୀ ସୁଷମା କୁଅଁର ଙ୍କ ଯୋଗଦାନ ପରେ ଅପରାଧୀ ମାନଙ୍କ ମଧ୍ୟ୍ୟ ରେ ଭୟ ର ବାତାବରଣ ଦେଖା ଦେଇଛି l ଜଗଦଲପୁର ପୋଲିସ ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ବିଜରାଭଟା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଷ୍ଟେବଲାଇଜର ଚୋରି ମାମଲା ରେ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଦୁଇ ଅଭିଯୁକ୍ତ ହେଲେ ଉକ୍ତ ଗ୍ରାମ ର ଦୀନେଶ ଲୁହାର 25, ଟେସରାମ ଭୁଏ 30 ଏ ମାନେ ଚୋରି କରି ନିକଟସ୍ତ ଗ୍ରାମ ନୂଆପଡା (ଟାଣା )ରେ ଦଶରଥୀ ନାୟକ ଙ୍କୁ ବିକ୍ରି କରିଥିବା ପୋଲିସ କୁ କହିଥିଲେ l ପୋଲିସ ଟିମ ତୁରନ୍ତ ନୂଆପଡା( ଟାଣା )ଗ୍ରାମ କୁ ଯାଇ ଚୋରି ଷ୍ଟେବଳାଇଜର କିଣି ଥିବା ଦାଶରଥୀ ନାୟକ କୁ କାବୁ କରିବାରେ ସକ୍ଷମ ହୋଇଥିଲା l ପଚରା ଉଚରା ବେଳେ ଦାଶରଥୀ କୌଣସି ଉତ୍ତର ଦେଇ ପାରି ନଥିବା ବେଳେ ଉକ୍ତ ଷ୍ଟେବଳାଇଜର ନିଜ ପାଖରେ ରଖିଥିବା ସ୍ୱୀକାର କରିଥିଲା l ପୋଲିସ ଚୋରି ଷ୍ଟେବଲାଇଜର ଜବତ କରିବା ପରେ କ୍ରେତା ବିକ୍ରେତା ତିନି ଜଣଙ୍କୁ ଆଇନ ଗତ କାର୍ଯ୍ୟନୁଷ୍ଠାନ ନିଆଯାଇ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଥାନା କେଶ ନଂ 38/2023,, u/s 379 IPC ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି l ଜଡିତ ଥିବା ଅପରାଧୀ ମାନଙ୍କୁ ଠାବ କରି କୌଣସି ରାଜନୈତିକ ଚାପ ର ବସବର୍ତ୍ତୀ ନ ହୋଇ ମାମଲା ରୁଜୁ କରି କୋର୍ଟ ଚାଲାଣ କରୁଥିବା ରୁ ବୁଦ୍ଧିଜୀବୀ ମହଲ ରେ ଆନନ୍ଦ ପ୍ରକାଶ ପାଇଛି ଓ ଥାନା ଅଧିକାରୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l

0
0
0
s2sdefault