ହେଡଲାଇନସ୍:

ମା ବୁଢୀପଧଉନୀ ଦିବାରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାମାକ୍ଷାନଗର/ରିତେଶ ବ୍ରହ୍ମା  - କାମାକ୍ଷାନଗର ୨ନଂ ୱାର୍ଡ ମଢିସାହି ମା ବୁଢ଼ୀପଧଉନି ପଡ଼ିଆ ଠାରେ ମା ବୁଢ଼ୀପଧଉନୀ ଦିବାରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କୁ ଆଜି ଓଡ଼ିଶା ସରକାର ଙ୍କ ଖଣି ଇସ୍ପାତ୍ ଓ ପୂର୍ତ୍ତ ବିଭଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଫିତା କାଟି ଉଦଘାଟନ କରିଥିଲେ। ସନ୍ଧ୍ୟା ୭ ଟା ବେଳେ ମନ୍ତ୍ରୀ ମା ବୁଢୀପଧଉନୀ ମନ୍ଦିର ଠାରେ ପହଁଚିବା ପରେ ସେଠାରୁ ତାଙ୍କୁ ପୁଷ୍ପ ମାଲ୍ୟ ଓ ଫୁଲ ତୋଡା ଦେଇ ଶହ ଶହ ମହିଳା, ପୁରୁଷ ଓ ସ୍ଥାନୀୟ ଯୁବ ଗୋଷ୍ଠୀ ମାନେ ବାଜା ବାଣ ମାରି ସ୍ବାଗତ କରି ପଡ଼ିଆ କୁ ନେଇଥିଲେ। ସେଠାର ନିଜର ବକ୍ତବ୍ୟ ରଖିବା ପରେ ଖେଳ ଆରମ୍ଭ ହୋଇଥିଲା। ସର୍ମାନିତ ଅତିଥି ଭାବେ ନଗରପାଳ ଧର୍ମାନନ୍ଦ ପରିଡା ଓ ଅନ୍ୟଅତିଥି ଭାବେ ଉପନଗରପାଳ ଶକୁନ୍ତଳା ସେଠୀ ଯୋଗ ଦେଇଥିଲେ। କାହ୍ନୁ ସାହୁ ଙ୍କ ନେତୃତ୍ବରେ ମଢିସାହି ର ଯୁବ ଗୋଷ୍ଠୀ ଏହି ଟୁର୍ଣ୍ଣାମେଣ୍ଟ କୁ ବହୁତ ସୁନ୍ଦର ଭାବରେ ଆୟୋଜିତ କରିଥିବାରୁ ମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ରେ ମୋଟ୍ ୧୬ ଟି ଟିମ୍ ଭାଗ ନେଉଛନ୍ତି ଯାହାକି ଦୀର୍ଘ ୩ ଦିନ ଧରି ଚାଲିବ। ଆଜିର ଏହି ଖେଳକୁ ଲିପୁନ୍ ସାହୁ ଏବଂ ସଞ୍ଜୟ କୁମାର ପରିଚାଳନା କରିଥିଲେ।

0
0
0
s2sdefault