ହେଡଲାଇନସ୍:

ନିର୍ବାହୀଅଧିକାରୀ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼ / ବଣେଇଁ : ଖଣ୍ଡାଧାର ଗ୍ରୁପ,ତରଫରୁ ସୁଆରପାଲି ଠାରେ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ନୃସିଂହ ଚରଣ ବରାଳ ଙ୍କ ଅବସରକାଳୀନ ବିଦାୟ ସମର୍ଦ୍ଧନା କଳା ସାଂସ୍କୃତିକ ଗୃହର ପ୍ରାଙ୍ଗଣ ରେ ହୋଇ ଯାଇଛି । ଏଥିରେ ଖଣ୍ଡାଧାର ଗ୍ରୁପ ର ସଦସ୍ୟ/ ସଦସ୍ୟା ଉପସ୍ଥିତି ରହି ଶ୍ରୀ ଯୁକ୍ତ ବରାଳଙ୍କ ଗୁଣଗାନ କରି କହିଲେ ଯେ', ଶ୍ରୀଯୁକ୍ତ ବରାଳ ତାଙ୍କର ୩୬ ବର୍ଷ ଚାକିରେ କାଳରେ ବଣାଇଁ ଉପ ଖଣ୍ଡର ଲହୁଣୀପଡା ବ୍ଲକ ଓ ବଣାଇଁ ବ୍ଳକ ରେ ସର୍ବାଧିକ ସମୟ ବିନିଯୋଗ କରିଛନ୍ତି । ଏହି ଚାକିରୀ କାଳରେ ବଣାଇଁ ଗଡ଼ ଗ ଗ୍ରାମ ପଞ୍ଚାୟତ ସର୍ବାଙ୍ଗୀନ ଉନ୍ନତି,ଯଥା ମାର୍କେଟ କମ୍ପ୍ଲେକ୍ସ , ବିଜୁ ପାର୍କ,ଖୁଂଟଗାଁ ଗ୍ରାପର ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସ,ବଜାର ର ଉନ୍ନତିକରଣ,ଶିଶୁ ପାର୍କ,ପିଠା କାର୍ଯ୍ୟକ୍ରମ ର ପୁରସ୍କାର ରାଶି କୁ ନେଇ ପାଠାଗାର ସହ ଅତିଥି ଭବନ ନିର୍ମାଣ , ନରେଗା କାମରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ,
ଗ୍ରାମର ଆୟ ପାଇଁ ଫଳ ବଗିଚା , କୋରନା ର ମୁକାବିଲା ପାଇଁ ଉଚିତ ପଦକ୍ଷେପ , ସେହି ଭଳି ଫୁଲଝର ଗ୍ରାମପଞ୍ଚାୟତ ରେ ବି ଅନୁରୂପ ଉର୍ଣ୍ଣତି ସରପଞ୍ଚ ମାନଙ୍କ ସହ ଉତ୍ତମ ବୁଝାମଣା ଓ ଦୂରଦୃଷ୍ଟି ସଂମ୍ପନ୍ନ ହୋଇଥିବାରୁ ଏସବୁ ସମ୍ଭବପର ହୋଇଛି ବୋଲି ବକ୍ତା ମାନେ ତାଙ୍କ ବକ୍ତବ୍ୟ ରଖିଥିଲେ । ଏଥିରେ ଖଣ୍ଡାଧାର ଗ୍ରୁପ ର ଅଧକ୍ଷ ତଥା ପୂର୍ବତନ ସରପଞ୍ଚ ତଥା ଲ୍ୟାମ୍ପ ସଭାପତି ଶ୍ରୀ ଅଜୟ ନାୟକ, ଜିଲ୍ଳାପରିଷଦ ସଭ୍ୟା ଶ୍ରୀମତୀ ଶୁଶିଲା ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ କେଦାର ମାହାନ୍ତ, ପୂର୍ବତନ ସରପଞ୍ଚ କୁଳିପୋଷ ଶ୍ରୀ ବୈଲୋଚନ ନାୟକ , ପୂର୍ବତନ ସମିତି ସଭ୍ୟ ,ଖୁଂଟଗାଁ ଶ୍ରୀ ଟିକେଶ୍ୱର କିଷାନ ଓ ଡାକ୍ତର ଅଭିମନ୍ୟୁ ସାହୁ, ବିଜେଡି ନେତା ଗୁରୁଚରନ ସ୍ୱାଇଁ,
ବିଜେପି ନେତା ପ୍ରଦୀପ ସ୍ୱାଇଁ ,ନିରଞ୍ଜନ ନାୟକ,ରଇବାରି କାଲୋ, ରାଜା ମାଝି,ରଞ୍ଜନ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖି ଶ୍ରୀଯୁକ୍ତ ବରାଳ ଙ୍କ ଭୁୟସୀ ପ୍ରସଂଶା କରିଥିଲେ । ଶ୍ରୀଯୁକ୍ତ ବରାଳ କେଵଳ ପ୍ରଶାସନିକ କାର୍ଯ୍ୟ ରେ ଆଗଭର ହେଉଥିଲେ ତାହାନୁହେଁ ସେ ଜନ ସେବା କାର୍ଯ୍ୟ ରେ ପ୍ରତକ୍ଷ୍ୟ ଭାବେ ଜଡିତ ଥିବାର ବକ୍ତା ମାନେ ମତପୋଷଣ କରିଥିଲେ ।

0
0
0
s2sdefault