ହେଡଲାଇନସ୍:

ଘୃଣ୍ୟ କ୍ରୀତଦାସ ପ୍ରଥାକୁ ବବି ବାବୁ ଦୋହରାଇ ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ଚାହୁଁଛନ୍ତି କି? : ଗୋଲକ ମହାପାତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ବବି ବାବୁ ଯେଉଁ ସିଏମଓ ବୋଲି କହିଲେ, ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରିନ୍ସିପାଲ ସେକ୍ରେଟିରୀ ସିଏମଓ ନା ବ୍ୟକ୍ତିଗତ ସଚିବ ସିଏମଓ?

  •  ଗତକାଲି ପ୍ରଣବ ପ୍ରକାଶ ଦାସ ଦରକାର ପଡିଲେ ଯେଉଁ କ୍ରୀତଦାସ ହେବି କଥା କହିଛନ୍ତି, ବୋଧହୁଏ ସେ ଇତିହାସକୁ ଠିକ୍ ଭାବେ ଅନୁଶୀଳନ ନ କରି କହିଛନ୍ତି

  •  ତାଙ୍କ କଥାରୁ ଓଡ଼ିଶା ଏବେ କେଉଁ ସ୍ଥିତିରେ ଅଛି ଓ କେଉଁ ଆଡକୁ ଗତି କରୁଥିବା ଅନୁମାନ ହେଉଛି ?

  •  ଓଡ଼ିଶାରେ ବ୍ରିଟିଶ ଶାସନସମୟର ପରମ୍ପରା ଲାଗୁ କରିବା ତଥା ରାଜ୍ୟକୁ ପରାଧୀନ ମାନସିକତା ଆଡକୁ ନେବାର ଯୋଜନା ନାହିଁ ତ?

  •  ବବି ବାବୁ କ୍ରୀତଦାସ କାହାର ହେବା ପାଇଁ ଚାହୁଁଛନ୍ତି ?

  •  ଯେଉଁଠି ପ୍ରଶାସନିକ ଅଧିକାରୀ ରୁମ ଭିତରେ ବସିଛନ୍ତି ଏବଂ ବାହାରେ ଜଣେ ବିଧାୟକ ଦ୍ୱାର ପାଖରେ ରହି ଡ୍ୟୁଟି କରୁଛନ୍ତି, ଏହା କେଉଁ ପରମ୍ପରା ?

  •  5ଟି ଏକ ଚିନ୍ତାଧାରା ବୋଲି ବିଜେଡି କହୁଛି, ଚିନ୍ତାଧାରାଟି ଲୋକଙ୍କ ସମସ୍ୟାର ସମାଧାନ କରିବ କେମିତି ?

ଭୁବନେଶ୍ୱର - ବ୍ରିଟିଶ ଶାସନ ସମୟର ଘୃଣ୍ୟପ୍ରଥା ଥିବା କ୍ରୀତଦାସ ପ୍ରଥାକୁ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ବାବୁ ଦୋହରାଇ ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।
ଶ୍ରୀ ମହାପାତ୍ର କହିଛନ୍ତି ଯେ ଗତକାଲି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯେଉଁ ଦରକାର ପଡିଲେ କ୍ରୀତଦାସ ହେବି କଥା କହିଛନ୍ତି, ବୋଧ ହୁଏ ସେ ଇତିହାସକୁ ଠିକ୍ ଭାବେ ଅନୁଶୀଳନ ନ କରି କହିଛନ୍ତି । ତାଙ୍କର ମନ୍ତବ୍ୟ ସାମନ୍ତବାଦୀ ମାନସିକତାର ପରିଚୟ । ବ୍ରିଟିଶ ଶାସନ କାଳରେ ପରାଧୀନତା ସମୟରେ ଥିବା କ୍ରୀତଦାସ ଭଳି ଘୃଣ୍ୟପ୍ରଥାକୁ ବବି ବାବୁ କହି ଏହାକୁ ପୁନର୍ଜୀବିତ କରିଛନ୍ତି । ଏଥିରୁ ଜଣାପଡୁଛି, ଓଡ଼ିଶା ଏବେ କେଉଁ ସ୍ଥିତିରେ ଅଛି ଏବଂ କେଉଁ ଆଡକୁ ଗତି କରୁଛି ? ଓଡ଼ିଶାରେ ବ୍ରିଟିଶ ଶାସନ ସମୟର ପରମ୍ପରା ଲାଗୁ କରିବା ତଥା ରାଜ୍ୟକୁ ପରାଧୀନ ମାନସିକତା ଆଡକୁ ନେବାର ଯୋଜନା ନାହିଁ ତ ? ବବି ବାବୁ କ୍ରୀତଦାସ କାହାର ହେବା ପାଇଁ ଚାହୁଁଛନ୍ତି ? ବୋଧ ହୁଏ ସେ ନିଜ ଚାକିରି ବଞ୍ଚାଇବା ପାଇଁ କିଛି ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ମନ ବଳାଇଛନ୍ତି, ଯାହା ଜଣେ ରାଜନୀତିରେ ଥିବା ବ୍ୟକ୍ତି ମାନଙ୍କ ପାଇଁ କଷ୍ଟଦାୟକ ।
ଯେଉଁଠି ପ୍ରଶାସନିକ ଅଧିକାରୀ ରୁମ ଭିତରେ ବସିଛନ୍ତି ଏବଂ ବାହାରେ ଜଣେ ବିଧାୟକ ଦ୍ୱାର ପାଖରେ ରହି ଡ୍ୟୁଟି କରୁଛନ୍ତି, ଏହା କେଉଁ ପରମ୍ପରା ବୋଲି ପ୍ରଶ୍ନ କରିବା ସହ ସେ କହିଛନ୍ତି ବବି ବାବୁ ଯେଉଁ ସିଏମଓ ବୋଲି କହିଲେ, ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରିନ୍ସିପାଲ ସେକ୍ରେଟିରୀ ସିଏମଓ ନା ବ୍ୟକ୍ତିଗତ ସଚିବ ସିଏମଓ ? ଓଡ଼ିଶାବାସୀ ଜାଣିପାରୁନାହାନ୍ତି, ସିଏମଓ କିଏ ? ବବି ବାବୁ ସ୍ପଷ୍ଟ କଲେ ଆହୁରି ଭଲ ହୁଅନ୍ତା ।
ବବି ବାବୁ ବାହାର ଜିଲ୍ଲାକୁ ଯାଇ ସରକାରୀ କାର୍ଯ୍ୟରେ ସହଯୋଗ କରୁଛନ୍ତି ବୋଲି କହୁଛନ୍ତି । ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ କରାଇଥିଲେ ଭଲ ହୋଇଥାନ୍ତା? କରାଇନାହାନ୍ତି କାହିଁକି? ତାଙ୍କ କଥାରୁ ଜଣାପଡୁଛି, ଦକ୍ଷତା ଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀ ମଣ୍ଡଳ ବାହାରେ ରଖିଛନ୍ତି ଓ ଦକ୍ଷତା ସମ୍ପନ୍ନ ନଥିବା ଲୋକଙ୍କୁ ମନ୍ତ୍ରୀ ମଣ୍ଡଳ ଭିତରେ ରଖିଛନ୍ତି । ୫ଟି ଏକ ଚିନ୍ତାଧାରା ବୋଲି ବିଜେଡି କହୁଛି । ଚିନ୍ତାଧାରାଟି ଲୋକଙ୍କ ସମସ୍ୟାର ସମାଧାନ କରିବ କେମିତି ? କାଲିର କଥାରେ ୫ଟି ଥିଲା, ନା ସିଏମଓ ଥିଲା, ନା ଉଭୟ କଥାର ମିଛର ସାହାରା ନିଆଯାଇଥିଲା ।
ଜଣେ ପ୍ରଶାସନିକ ଅଧିକାରୀକୁ ବିଜେଡ଼ି କେତେବେଳେ କେଉଁ ପଦ ପଦବୀରେ ଅଳଙ୍କୃତ କରୁଛି? କେତେବେଳେ ୫ଟି ଆଳରେ ଚିନ୍ତାଧାରା କହୁଛି ତ କେତେବେଳେ ସିଏମଓ କହୁଛି । ଏହି ପରମ୍ପରା ଓଡ଼ିଶାରେ କେବେ ଦେଖିବାକୁ ମିଳିନଥିଲା କି କେବେ ଜଣେ ରାଜନୈତିକ ବ୍ୟକ୍ତି ପ୍ରଶାସନିକ ବ୍ୟକ୍ତିର ଚାଟୁକାରିତା କରିବାର ନଜିର ନଥିଲା । ଏବେ ଓଡ଼ିଶାରେ ନୂଆ ପରମ୍ପରା ସୃଷ୍ଟି ହେଉଛି । ଜଣେ ଜନ ପ୍ରତିନିଧି ହିସାବରେ ଆପଣ ଓଡ଼ିଶା ଲୋକଙ୍କୁ ଆଉ ଭୂଆଁ ବୁଲାନ୍ତୁ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ସାମ୍ବାଦି ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରଣଜିତ୍ ଦାସ ଉପସ୍ଥିତ ଥିଲେ ।

0
0
0
s2sdefault