ହେଡଲାଇନସ୍:

ଓଡିଶା ଉଠାଜଳସେଚନ ନିଗମକୁ କ୍ରମାଗତ ଦ୍ଵିତୀୟ ଥର ପାଇଁ ଜାତୀୟ ପୁରସ୍କାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶ୍ରେଷ୍ଠ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ନିମନ୍ତେ ଲଗାତାର ଜାତୀୟସ୍ତରରେ ପୁରସ୍କୃତ ହେଲା ନିଗମ


ଭୁବନେଶ୍ଵର: ଓଡିଶା ଜଳସଂପଦ ବିଭାଗ ଅନ୍ତର୍ଗତ ଓଡିଶା ଉଠାଜଳସେଚନ ନିଗମକୁ ୨୦୨୨-୨୩ ବର୍ଷ ନିମନ୍ତେ ଶ୍ରେଷ୍ଠ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ପାଇଁ ସର୍ବ ଭାରତୀୟ ସ୍ତରରେ ପୁରସ୍କୃତ କରାଯାଇଛି । ଉଠା ଜଳସେଚନ ପ୍ରକଳ୍ପ ଦ୍ଵାରା ଜଳ ସୁପରିଚାଳନା ତଥା ଚାଷୀମାନଙ୍କର ଆର୍ଥିକ ମାନଦଣ୍ଡକୁ ସଶକ୍ତୀକରଣ କ୍ଷେତ୍ରରେ ଉଲେଖନୀୟ ଉଦ୍ୟମ ପାଇଁ ଓଡିଶା ଉଠା ଜଳସେଚନ ନିଗମକୁ ଏହି “ୱାଟର ଡାଇଜେଷ୍ଟ ୱାଟର ଆୱାର୍ଡସ ୨୦୨୨-୨୩ ” ପ୍ରଦାନ କରାଯାଇଛି ।

ଚଳିତ ମାର୍ଚ୍ଚ୧୬ ତାରିଖରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଠାରୁ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲ ଏହି ପୁରସ୍କାର ଗ୍ରହଣ କରିଥିଲେ ।ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପଗୁଡିକ ରାଜ୍ୟର କୃଷକମାନଙ୍କୁ ଆବଶ୍ୟକୀୟ ଜଳସେଚନ ସୁବିଧା ଯୋଗାଇଦେବା ଦ୍ଵାରା ଉଭୟ ଖରିଫ ଓ ରବି ଋତୁରେ ବିବିଧ ଚାଷ ପ୍ରକ୍ରିୟାରେ ସହାୟକ ହୋଇପାରିଛି । ଏଥି ସହିତ କୃଷକ ଗୋଷ୍ଠୀମାନଙ୍କର ଉନ୍ନତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ଵଳ୍ପ ବ୍ୟୟରେ ଓ ସହଜରେ ପ୍ରକଳ୍ପର କାର୍ଯ୍ୟ।ନ୍ଵୟନ ଦ୍ଵାରା ଜଳସେଚନ ସୁବିଧା ଯୋଗୁଁ କୃଷକମାନେ ବହୁଳ ଭାବେ ଉପକୃତ ହେବା ସହିତ ସଶକ୍ତ ହୋଇପାରିଛନ୍ତି।
ଓଡିଶା ଉଠାଜଳସେଚନ ନିଗମ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତିଅବସରରେ ଚଳିତ ବର୍ଷସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନ କରାଯାଉଥିବା ବେଳେ ଏହି ବର୍ଷରେ ଓଡିଶା ଉଠାଜଳସେଚନ ନିଗମ କ୍ରମାଗତ ଦିତୀୟ ଥର ପାଇଁ ଜାତୀୟସ୍ତରୀୟ ପୁରସ୍କାର ଲାଭ କରିଥିବାରୁ ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।ଏହି ସଫଳତା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜଳସମ୍ପଦ ବିଭାଗକୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି । ଜଳ ସଂପଦ , ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମଧ୍ୟ ଜଳ ସଂପଦ ବିଭାଗ ତଥା ଓଏଲଆଇସିର ଏହି ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।
ରାଜ୍ୟ ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଓଏଲଆସିର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ,ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲ, ଟିମ୍ ଓଏଲଆଇସିକୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ସାମୁହିକ ପ୍ରଚେଷ୍ଠା ଫଳରେ ଏହି ସଫଳତା ମିଳିଛି ଓ ଆଗାମୀ ଦିନରେ ଓଡିଶା ଉଠାଜଳସେଚନ ନିଗମ ଅଧିକ ଭଲ କାମ କରି ଆହୁରି ଜାତୀୟସ୍ତରୀୟ ପୁରସ୍କାର ପାଇବା ସହ ନିଗମର ଅନ୍ୟ ପ୍ରକଳ୍ପଗୁଡିକୁ ମଧ୍ୟ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ହେଉ ବୋଲି ଆଶାବ୍ୟକ୍ତ କରିଛନ୍ତି ।

0
0
0
s2sdefault