ହେଡଲାଇନସ୍:

ଟିପିଏସ୍ଓଡିଏଲ୍ ପକ୍ଷରୁ ଅଟିଜିମ ଚିହ୍ନଟ ଓ ନିରୋଧୀ ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର/ ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ପେ’ ଅଟେନ୍‌ସନ ଅଭିଯାନ ଅଧୀନରେ ଅଟିଜିମ୍‌ର ଆଗୁଆ ଚିହ୍ନଟ ଓ ଯତ୍ନ ଉପରେ ଦୁଇ ଦିନିଆ କର୍ମଶାଳା ସଫଳତାର ସହ ଆୟୋଜିତ ହୋଇଯାଇଛି । ରଙ୍ଗେଇଲୁଣ୍ଡା ଓ ଛତ୍ରପୁର ବ୍ଲକ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ଚାରିଟି ଅଧିବେଶନରେ ଅଙ୍ଗନବାଡ଼ି କର୍ମୀ (ଏଡବ୍ଳୁଡବ୍ଲୁ), ସ୍ୱୀକୃତିପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ (ଆଶା) ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍‌ଜି) ର ୨୧୫ରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ । ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ), ଶିଶୁ ବିକାଶ ଅଧିକାରୀ (ସିପିଡିଓ), ବିପିଏମ୍-ଓଡ଼ିଶା ଜୀବିକା ମିସନ, ବିଏଲ୍‌ସି-ମିଶନ ଶକ୍ତି ଭଳି ସରକାରୀ ଅନୁଷ୍ଠାନ/ କାର୍ଯ୍ୟାଳୟ ଓ କେରଳ ଭିତିକ ଏନ୍‌ଜିଓ ସିଏଡିଆର୍‌ଆର‌୍‌ଇ (ସେଣ୍ଟର ଫର ଅଟିଜିମ୍ ଆଣ୍ଡ୍ ଅଦର ଡିଜାବିଲିଟିଜ୍ ଆଣ୍ଡ୍ ରିହାବିଲିଟେସନ୍ ରିସର୍ଚ୍ଚ ଆଣ୍ଡ୍ ଏଜୁକେସନ)ର ବିଶେଷଜ୍ଞ ପ୍ରଶିକ୍ଷଣ ପ୍ରଦାନକାରୀଙ୍କ ସହଯୋଗରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା ।

ସଚେତନତା ବଢ଼ାଇ ଅଟିଜିମ୍‌ର ପୀଡ଼ିତ ଶିଶୁଙ୍କ ପ୍ରାଥମିକ ଥେରାପିଷ୍ଟ୍ ହେବା ପାଇଁ ଅଭିଭାବକ ଓ ଯତ୍ନ ପ୍ରଦାନକାରୀମାନଙ୍କୁ ସଶକ୍ତ କରିବା ଏବଂ ଅଟିଜିମ୍ ସ୍ପେକ୍ଟ୍ରମ୍ ଡିସ୍ଅର୍ଡର (ଏଏସ୍‌ଡି)କୁ ଭଲ ଭାବେ ବୁଝାଇବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏଏସ୍‌ଡି ହେଉଛି ଏକ ସ୍ନାୟୁ-ବିକାଶ ଜନିତ ବ୍ୟାଧି ଯାହାର ଗମ୍ଭୀରତା ସ୍ତର ବିଭିନ୍ନ ପ୍ରକାରର ଯେଉଁଥିରେ ସାମାଜିକ ଭାବ ବିନିମୟ, ଯୋଗାଯୋଗ କିମ୍ବା ବ୍ୟବହାରରେ ବାରମ୍ବାରତା ଧାରା ଭଳି ଆହ୍ୱାନ ଦେଖାଦେଇଥାଏ ଯାହା ଶିଶୁ ଅବସ୍ଥାରୁ ଜଣାପଡ଼ିଥାଏ ଏବଂ ବ୍ୟକ୍ତିଙ୍କ ଜୀବନବ୍ୟାପୀ ତାହାର ପ୍ରଭାବ ରହିଥାଏ ।

ଅଟିଜିମ୍‌ର ପୀଡ଼ିତ ଶିଶୁ ଓ ଯୁବାବସ୍ଥାର ପିଲାମାନଙ୍କ ପ୍ରତି ଆଗୁଆ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଅଙ୍ଗନବାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମଚାରୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଏନ୍‌ଜିଓ ଓ ସାମାଜିକ କର୍ମୀଙ୍କୁ ପ୍ରାଥମିକ ଚିହ୍ନଟକାରୀ ଏବଂ ସହାୟକ ଚାମ୍ପିଆନ୍‌ରେ ରୂପାନ୍ତରିତ କରିବା ଏହି ଅଭିଯାନର ଲକ୍ଷ୍ୟ ଥିଲା ।

ଟାଟା ପାୱାରର ମୂଳ ଉଦ୍ଦେଶ୍ୟ ‘ଯତ୍ନର ସହ ସଶକ୍ତ କରିବା’ ଉପରେ ଏହି ପ୍ରକଳ୍ପକୁ ପ୍ରସ୍ତୁତ କରାଯାଇଥିବା ବେଳେ ଏଥିରେ ଅଟିଜିମ୍‌ରେ ପୀଡ଼ିତ ଲୋକମାନଙ୍କୁ ମେଣ୍ଟରିଂ ସହାୟତା, ଦକ୍ଷତା ଓ ଅର୍ଥପୂର୍ଣ୍ଣ ଜୀବନଜୀବିକା ପ୍ରଦାନ କରିବାରେ ସକ୍ଷମ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

ଏହି ଅଭିଯାନକୁ ପ୍ରଶଂସା କରି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି ଯେ, “ଅଟିଜିମ୍‌ରେ ପୀଡ଼ିତ ଶିଶୁ ଓ ଯୁବାବସ୍ଥାର ପିଲାମାନଙ୍କ ପାଇଁ ଅଭିଭାବକ, ଯତ୍ନ ପ୍ରଦାନକାରୀ ଓ କର୍ମଚାରୀମାନଙ୍କୁ ପ୍ରାଥମିକ ସହାୟକ ଚାମ୍ପିଆନ୍‌ରେ ପରିଣତ କରିବା ହେଉଛି ଆମର ଲକ୍ଷ୍ୟ । ଯତ୍ନର ସହିତ ଲୋକମାନଙ୍କୁ ସଶକ୍ତ କରିବା ଏବଂ ଏକ ଅଧିକ ଅନ୍ତର୍ଭୁକ୍ତୀକରଣ ସମାଜ ସୃଷ୍ଟି କରିବା ଲାଗି ଆମର ରହିଥିବା ଲକ୍ଷ୍ୟ ଅନୁସାରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା । ସରକାରୀ ଅନୁଷ୍ଠାନ ଏବଂ ଏନ୍‌ଜିଓ ସିଏଡିଆର୍‌ଆର‌୍‌ଇ ସହିତ ସହଯୋଗିତା ୨୧୫ରୁ ଅଧିକ ଅଂଶଗ୍ରହଣକାରୀମାନଙ୍କୁ ସକ୍ଷମ କରିଛି । ଦିବ୍ୟାଙ୍ଗ ଜନମାନଙ୍କର ଦକ୍ଷତା ଗଠନ, ମେଟରିଂ ସହାୟତା ଓ ଅର୍ଥପୂର୍ଣ୍ଣ ଜୀବନଜୀବିକା ପାଇଁ ଆମେ ପ୍ରତିବଦ୍ଧ ରହିଛୁ ।’’

0
0
0
s2sdefault