ହେଡଲାଇନସ୍:

ଡ୍ରାଇଭର ଆନ୍ଦୋଳନ ପ୍ରତ୍ୟାହୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,୧୭/୩: ୧୦ ଦଫା ଦାବି ନେଇ ରାଜ୍ୟ ଡ୍ରାଇଭର ମହାସଂଘ ଡାକରାରେ ଷ୍ଟିଆରିଂ ଛାଡ ଆନ୍ଦୋଳନକୁ ଆଜି ପ୍ରତ୍ୟାହାର କରିଛି ନୟାଗଡ଼ ଜିଲ୍ଲା ଡ୍ରାଇଭର ସଂଘ । ଯାହାକୁ ନେଇ ୩ ଦିନ ଧରି ନୟାଗଡ଼ ମୁଖ୍ୟ ଛକ ଠାରୁ ଆରମ୍ଭ କରି ବିଭିନ୍ନ ବ୍ଲକ ସ୍ତରରେ ୮ ଗୋଟି ବ୍ଲକରେ ହଜାର ହଜାର ଡ୍ରାଇଭର ମାନେ ମିଳିତ ଭାବେ କରିଥିବା ଆନ୍ଦୋଳନର ଯବନିକା ପଡିଛି । ପୋଲିସ ପ୍ରଶାସନ ପକ୍ଷରୁ ନୟାଗଡ଼ର ମୁଖ୍ୟ ଛକ ସହିତ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଗୁରୁବାର ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରେସ ବିଜ୍ଞପ୍ତିରେ ଜଣାଇଥିଲେ ଆଗାମୀ ୩ମାସ ମଧ୍ୟରେ ରାଜ୍ୟର ସମସ୍ତ ଡ୍ରାଇଭର ମାନଙ୍କ ସମସ୍ୟାକୁ ସମାଧାନ କରାଯିବ । ଲିଖିତ ଜଣାଇବା ପରେ ଆନ୍ଦୋଳନକୁ ଆଜି ସ୍ଥଗିତ ରଖାଯାଇଛି । ନୟାଗଡ଼ ଜିଲ୍ଲା ଡ୍ରାଇଭର ସଂଘର ସଭାପତି ଅବକାଶ କାଠୁଆ ଓ କାଠୁଆ ଓ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପାଣି ଆନ୍ଦୋଳନକୁ ପ୍ରତ୍ୟାହୃତ କରାଗଲା ବୋଲି ସୁଚନା ଦେଇଛନ୍ତି ।

0
0
0
s2sdefault