ହେଡଲାଇନସ୍:

କଳିଙ୍ଗ ହସ୍ପିଟାଲର ନୂତନ ଏମଡିଙ୍କୁ ସ୍ୱାଗତ ସମ୍ବର୍ନ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଓଡିଶାର ପ୍ରଥମ କର୍ପୋରେଟ୍ ହସ୍ପିଟାଲ ଭାବେ ଭୁବନେଶ୍ୱରସ୍ଥ କଳିଙ୍ଗ ହସ୍ପିଟାଲ ୧୯୯୭ ମସିହାରୁ ସେବା ପ୍ରଦାନ କରିଆସୁଅଛି । ବିଗତ ୨୬ ବର୍ଷ ମଧ୍ୟରେ କଳିଙ୍ଗ ହସ୍ପିଟାଲ ଲିମିଟେଡ୍ ସୁଲଭ ମୁଲ୍ୟରେ ଉକ୍ରୁଷ୍ଟ ସ୍ୱାସ୍ଥ୍ୟ ସେବା ପାଇଁ ଓଡିଶା ଏବଂ ପଡୋଶୀ ରାଜ୍ୟରେ ବେଶ୍ ସୁନାମ ଅର୍ଜନ କରିଛି । ମେ’ ୨୦୨୨ ରେ କଳିଙ୍ଗ ହସ୍ପିଟାଲ ଲିମିଟେଡ୍ ପରିଚାଳନାକୁ ସର୍ବଭାରତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ପ୍ରଖ୍ୟାତ ବୈଜ୍ଞାନିକ ଡକ୍ଟର ସୀତ କଣ୍ଠ ଦାସ ଗ୍ରହଣ କରିଥିଲେ, ଯିଏକି ଜଣେ ଦୂରଦୃଷ୍ଟି ସମ୍ପନ୍ନ ଉଦ୍ୟୋଗୀ । ସେ ହେଉଛନ୍ତି ବିଶ୍ୱର ଅଗ୍ରଣୀ ପ୍ରୋବାୟୋଟିକ୍ କମ୍ପାନୀ ୟୁଏସ ଲାବୋରେଟୋରି ପ୍ରତିଷ୍ଠାତା । ସେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର କୁଳପତି ତଥା ଆମେରିକାର ଡିଡି ଇନୋଭେସନ୍ସଇର ଚେୟାରମ୍ୟାନ ତଥା ପ୍ରତିଷ୍ଠାତା ମଧ୍ୟ ଅଟନ୍ତି ।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜଣେ ସୁଦକ୍ଷ ପ୍ରଗତିଶିଳା ଏବଂ ପ୍ରମାଣିତ ପ୍ରଶାସିକା ଶ୍ରୀମତୀ ନିଲଞ୍ଜନା ମୁଖାର୍ଜି ସମ୍ପ୍ରତି କଳିଙ୍ଗ ହସ୍ପିଟାଲ ଲିମିଟେଡ଼ର ନୂତନ ଏମଡି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାଦ୍ୱାରା ହସ୍ପିଟାଲର ଏକ ନୂତନ ଅଧ୍ୟାୟର
ଅୟମାରମ୍ଭ ହୋଇଛି । ଶ୍ରୀମତୀ ମୂଖାର୍ଜୀ ୧୫ ମାର୍ଚ୍ଚ ୨୦୨୩ରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ଭୁବନେଶ୍ୱରସ୍ଥ ଆମ୍ରି ହସ୍ପଟାଲର ଉପାଧକ୍ଷ ତଥା ୟୁନିଟ୍ ମୁଖ୍ୟ ଥିଲେ । ଏହି ଉପଲକ୍ଷେ ହସ୍ପିଟାଲର ଚେୟାରମ୍ୟାନ୍ ଡାକ୍ତର ଏସ୍.କେ ଦାଶଙ୍କ ଅଧକ୍ଷତାରେ ଏକ ଭବ୍ୟ ନିରାଡ଼ମ୍ବର ସ୍ୱାଗତ ଉତ୍ସବ ଆୟୋଜନ କରାଯାଇ ଶ୍ରୀମତୀ ମୁଖାର୍ଜୀଙ୍କୁ ସ୍ୱାଗତ କରାଯାଇଥିଲା ।
ଏହି ସମାରୋହରେ ହସ୍ପିଟାଲର ବରିଷ୍ଠ ପରିଚାଳନା ତଥା ପରାମର୍ଶଦାତା ବ୍ୟକ୍ତିବିଶେଷ ଡ଼ାକ୍ତର ତଥା କିଛି ନିମନ୍ତ୍ରିତ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗଦାନ କରିଥିଲେ ।

0
0
0
s2sdefault