ନୟାଗଡ଼,୧୬/୩:ନୟାଗଡ଼ ଜିଲ୍ଲାରେ ଡ୍ରାଇଭର ମହାସଂଘ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଦ୍ବିତୀୟ ଦିନରେ ପହଞ୍ଚିଛି । ନୟାଗଡ଼ ସହର ମୁଖ୍ୟ ଟ୍ରାଫିକ ଛକରେ ନୟାଗଡ଼ ବ୍ଲକର ୨୯ ପଞ୍ଚାୟତ ଓ ପୌର ପରିଷଦକୁ ମିଶାଇ ୩୦ଟି ଟେଣ୍ଡରେ ଡ୍ରାଇଭରମାନେ ଧାରଣା ଦେଇଛନ୍ତି । ୩ ହଜାରରୁ ଉର୍ଦ୍ଧ ଡ୍ରାଇଭର ଦୁଇ ଦିନ ଧରି
ଧାରଣାରେ ବସିଥିବା ବେଳେ ୧୦ ଦଫା ଦାବି ପୁରଣ ପାଇଁ ନାରାବାଜି ଚଳାଇଛନ୍ତି । ଦ୍ଵିତୀୟ ଦିନରେ ନୟାଗଡ଼ ସହରରେ ସାମାନ୍ୟ ବର୍ଷା
ହୋଇଥିଲେ ମଧ୍ଯ ଡ୍ରାଇଭରମାନେ ଆନ୍ଦୋଳନ ସ୍ଥଳରେ ବସି ରହିଥିବା ଦେଖାଯାଇଛି । ଟାଉନଥାନା ପୁଲିସ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଦିନ ତମାମ ରାସ୍ତାରେ ପଇଁତରା ମାରୁଥିବା ବେଳେ ଯାତ୍ରୀମାନେ ନାହିଁ ନଥୁବା ଦୁର୍ଦ୍ଦଶା ଭୋଗୁଛନ୍ତି । ଆନ୍ଦୋଳନ ଦ୍ବାରା ଗାଡ଼ି ମୋଟର ଚଳାଚଳା ବାଧାପ୍ରାପ୍ତ ହୋଇଥିବା
ବେଳେ ଯାତ୍ରୀମାନେ ଯାଆସ କରି ପାରୁନାହାନ୍ତି । ଅନ୍ୟପକ୍ଷେ, ସରକାରୀ ବସ ଗୁଡ଼ିକ ଯାଆସ କରୁଥିବା ବେଳେ ଏହି ବସ ଚଳାଉଥିବା ଡ୍ରାଇଭରଙ୍କୁ ଡ୍ରାଇଭର ସଂଘ
ବିଭିନ୍ନ ସ୍ଥାନରେ ଫୁଲମାଳ ଦେଇ ଅଟହାସ୍ୟ କରୁଛି । ଟ୍ରକ ତଥା ମାଲ ପରିବହନ ଗାଡ଼ି ଗୁଡ଼ିକ ବନ୍ଦ ହେବା ଦ୍ବାରା ବିଭିନ୍ନ ସ୍ଥାନରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦରବୃଦ୍ଧି
ଘଟିଥିବା ଲକ୍ଷ କରାଯାଇଛି । ନୟାଗଡ଼ ସହରରେ ଗ୍ୟାସ କଳାବଜାରୀ ଆରମ୍ଭ ହୋଇଛି । ବହୁ ଲୋକ ଆଜି ଗ୍ୟାସ
ସିଲିଣ୍ଡର ପିଛା ୧୪ ଶହ ଟଙ୍କାରେ ବିକ୍ରି ହେଉଥିବା ଦେଖାଯାଇଛି । ନୟାଗଡ଼ ସହରକୁ ପ୍ରତ୍ୟେକ ଦିନ ୨ରୁ ୩ଟି ଟ୍ରିପ ଆଳୁ ଆସୁଥିବା ବେଳେ ଆଜି ଅଧିକାଂଶ ବେଳେ ଆଜି ଅଧୂକାଂଶ ଗୋଦାମରେ ତାଲା ଝୁଲୁଥିବା
ଦେଖାଯାଇଛି । ଆଳୁ, ପିଆଜ ଓ ସବୁଜ ପନିପରିବା ଦର ନାହିଁ ନଥିବା ବୃଦ୍ଧି ପାଇଛି । ଏଭଳି ସ୍ଥିତି ଲାଗି ରହିଲେ,ପରିସ୍ଥିତି ସାଂଘାତିକ ହେବ ବୋଲି ଆଶଙ୍କା କରାଯାଉଛି ।
ରାଜ୍ୟ
ଦ୍ୱିତୀୟ ଦିନରେ ଡ୍ରାଇଭର ମହାସଂଘ ଆନ୍ଦୋଳନ, ପରିବା ଦର ଆକାଶ ଛୁଆଁ
- Hits: 244