ହେଡଲାଇନସ୍:

ନୟାଗଡ଼ରୁ ଭଦ୍ରକ ଟ୍ରେନ ଚଳାଚଳ ପାଇଁ ଚିଠି ଲେଖିଲେ ଅରୁଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,୧୬/୩:ନୟାଗଡ଼ରୁ ଭଦ୍ରକ ଟ୍ରେନ ଚଳାଚଳ ପାଇଁ ଇଷ୍ଟକୋଷ୍ଟ ରେଲ୍ସ ଜେନେରାଲ ମ୍ୟାନେଜର ମନୋଜ ଶର୍ମାଙ୍କୁ ଚିଠି ଲେଖିଲେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ । ନୟାଗଡ଼ ଜିଲ୍ଲାର ଅନେକ ବାସିନ୍ଦା ନିକଟସ୍ଥ ବାଲେଶ୍ବର, ଭଦ୍ରକ ଓ କଟକ ଜିଲ୍ଲାରେ ବସବାସ କରୁଛନ୍ତି । ସେମାନେ ନୟାଗଡ଼କୁ ଆସୁଥିବା ଟ୍ରେନର ସଦ୍ ବ୍ୟବହାର କରି ପାରୁନାହାନ୍ତି । ଆର୍ଥିକ ଓ ସାମାଜିକ ସୁଧାର ଆଣିବା ପାଇଁ ନୟାଗଡ଼ରୁ ଭଦ୍ରକ ଟ୍ରେନ ଚଳାଚଳ ପାଇଁ ଡ.ସାହୁ ଦାବି କରିଛନ୍ତି । ନୟାଗଡ଼ ବାସୀଙ୍କ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସୁଧାର ଆଣିବା ପାଇଁ ନୟାଗଡ଼ରୁ ଭଦ୍ରକ ଟ୍ରେନ ଚଳାଚଳର ନିହାତି ଆବଶ୍ୟକତା ରହିଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ନୟାଗଡ଼ର ଅନେକ ବାସିନ୍ଦା ଟ୍ରେନ ସେବା ପାଇବା ପାଇଁ ବଞ୍ଚିତ ହେଉଛନ୍ତି । ନୟାଗଡ଼ରୁ ଭଦ୍ରକ ଟ୍ରେନ ଚଳାଚଳ କଲେ ନୟାଗଡ଼ ଜିଲ୍ଲା ବାସୀଙ୍କର ସାମାଜିକ, ଅର୍ଥନୈତିକ ପ୍ରଗତି ହେବା ସହିତ ଗମନାଗମନ କ୍ଷେତ୍ରରେ ଜିଲ୍ଲାବାସୀ ଅନେକ ସୁବିଧା ପାଇବେ ବୋଲି ଡ.ସାହୁ ଉଲ୍ଲେଖ କରିଛନ୍ତି ।

0
0
0
s2sdefault