ହେଡଲାଇନସ୍:

ଇଫକୋ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଓ ଶ୍ରୀ ଜଗନ୍ନାଥ ମନ୍ଦିରକୁ ୧୧ ଲକ୍ଷ ଟଙ୍କା ଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଦେଶର ସର୍ବବୃହତ ସାର ପ୍ରସ୍ତୁତକାରୀ ତଥା ବିଶ୍ୱର ସର୍ବ ବୃହତ୍ତମ ସମବାୟ ସଂସ୍ଥା ଇଣ୍ଡିଆନ୍ ଫାର୍ମରସ୍ ଫର୍ଟିଲାଇଜର୍ କୋଅପରେ ଟିଭ୍ ଲିଃ (ଇଫକୋ) ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରାଯାଇଛି । ଆଜି ରାଜ୍ୟ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କୁ ଇଫକୋର ବରିଷ୍ଠ ଅଧିକାରୀ ମାନେ ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଇଫକୋ ପରିଚାଳନା ନିର୍ଦ୍ଦେଶକ ଡଃ ଉଦୟ ଶଙ୍କର ଅଗସ୍ତି, ନିର୍ଦ୍ଦେଶକ ଶ୍ରୀ କେ. ଜେ. ପଟେଲ ଏବଂ ଲୋକସଂପର୍କ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ବେଉରା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।
ଚେକ୍ ଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଇଫକୋର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସାଧୁବାଦ ଜଣାଇଥିଲେ । ଏହା ପୂର୍ବରୁ ଉକ୍ତ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହାପରେ ଉକ୍ତ ଅଧିକାରୀମାନେ ପୁରୀ ଯାଇ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ୧୧ ଲକ୍ଷ ଟଙ୍କା ଆଜି ଦାନ କରିଥିଲେ ।

0
0
0
s2sdefault