ନୟାଗଡ଼,୪/୩(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଡିଆରଡିଏ ସୃଜନ ଗୃହଠାରେ ଜିଲ୍ଲା ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଦ୍ବାରା ଆୟୋଜିତ ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସମବାୟ ବ୍ୟାଙ୍କର ଆଡିସନାଲ ସଚିବ ରେଣୁପ୍ରଭା ନାୟକ ଉପସ୍ଥିତ ରହିଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବିନ୍ଦ୍ର କୁମାର ସାହୁ, ନୟାଗଡ଼ ପୌରାଞ୍ଚଳ ଅଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହି ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଡିଜିଏମ ନାବାର୍ଡ ତୃପ୍ତି ତାପସୀ, ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ଯାନି ପ୍ରମୁଖ ଉପସ୍ଥିତ ରହିଥିଲେ ।
ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବିନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଡ.ସାହୁ ସମବାୟ ଉପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରଖୁଥିଲେ । ରାଜ୍ୟ ସରକାର ପୂର୍ବରୁ ସମବାୟ ବ୍ୟାଙ୍କର ଚାଷୀ ମାନଙ୍କୁ ୫୦ ହଜାର ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦେଉଥିବା ବେଳେ ବର୍ତମାନ ଏହା ୧ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବାୟ କ୍ଷେତ୍ରକୁ ସୁଦୃଢ଼ କରିବା ସହ ଚାଷୀମାନେ କିପରି ଅଧିକାଂଶ ଲାଭବାନ ହେବେ ସେଥ୍ୟପ୍ରତି ଅଧୂକ ଗୁରୁତ୍ବ ଦେଇଛନ୍ତି । ଯେଉଁଥ୍ପାଇଁ ଆମ ରାଜ୍ୟ ଆଜି ବିଭିନ୍ନ ସାମଗ୍ରୀ ଉପରେ ବଳକା ରାଜ୍ୟରେ ପରିଗଣତି ହୋଇଛି । ପ୍ରତ୍ୟେକ ଚାଷୀମାନେ ଋଣ ନେଇ ସଦ୍ବିନିଯୋଗ କରିପାରିଲେ ଏହା ପ୍ରଗତିର ଲକ୍ଷଣ ବୋଲି ବକ୍ତବ୍ୟ ରଖୁଥିଲେ । ଏଥି ନିମନ୍ତେ ତଳ ସ୍ତରରେ କାର୍ଯ୍ୟ କରୁଥିବା ସମବାୟ ପ୍ୟାକ୍ସ କର୍ମଚାରୀ ମାନେ ଚାଷୀ ମାନଙ୍କୁ ସଚେତନତା କରାଇବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ଓଡିଶା ଏପରି ଏକ ରାଜ୍ୟ ଯେଉଁଥରେ କି ସମବାୟ କ୍ଷେତ୍ରରେ ୭୦ ଭାଗ ଚାଷୀ ଲାଭବାନ ହେଉଛନ୍ତି । ଅନ୍ୟ ଜାତୀୟ ବ୍ୟାଙ୍କ ଠାରୁ ସମବାୟ ବ୍ୟାଙ୍କର ଗୁରୁତ୍ଵ ଅଧୂକ ରହିଛି । ସମବାୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରୟାସକୁ ଅଧିକ ମାତ୍ରାରେ ପ୍ରଚାର ପ୍ରଶାର କରିବା ପାଇଁ ଡ.ସାହୁ ସମସ୍ତଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ମୁଖ୍ୟ ବକ୍ତା ରେଣୁପ୍ରଭା ନାୟକ ଚାଷୀ ମାନେ କିପରି ସମବାୟ ସହିତ ଅଧିକ ଜଡିତ ହେବେ ସେଥିପାଇଁ ସମସ୍ତଙ୍କୁ ସଚେତନତା କରାଇଥିଲେ । ଚାଷୀମାନେ ଅଧିକରୁ ଅଧିକ ସମବାୟ କ୍ଷେତ୍ରରୁ କିପରି ଲାଭବାନ ହେବେ ସେଥିନିମନ୍ତେ ତଳ ସ୍ଵରରୁ ଖସଡ଼ା ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି ବୋଲି ବକ୍ତବ୍ୟ ରଖୁଥିଲେ । ଏଥି ସହିତ ସମବାୟ କ୍ଷେତ୍ରରେ କାର୍ଯ୍ୟକରୁଥିବା ଓ ସମ୍ବେଦନଶୀଳତାର କର୍ମଚାରୀ ମାନେ ସରଳ, ସହଜ ସହିତ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ରବିନ୍ଦ୍ର କୁମାର ସାହୁ ଚାଷୀମାନେ ଋଣ କରି କିପରି ଉପକୃତ ହୋଇପାରିବେ ଏବଂ ସଠିକ ସମୟରେ ଋଣ ପରିଶୋଧ କରି ସରକାରଙ୍କ ଆଭିମୁଖ୍ୟକୁ ସଫଳ କରାଇବେ ସେଥ୍ ନିମନ୍ତେ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କର ସହକାରୀ ପରିଚାଳକ ମଧୁସ୍ମିତା ନାୟକ ଉକ୍ତ କର୍ମଶାଳାକୁ ସଂଯୋଜନା କରିଥିବା ବେଳେ ଜିଲ୍ଲାର ସମବାୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଜନପ୍ରତିନିଧି ଓ ସମବାୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।