ନୟାଗଡ଼,୪/୩:ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ ରେ ଆଜି କଡାକଡି ଟିକେଟ ଯାଞ୍ଚ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧାରୋଡ ଠାରୁ ଏହି ଚେକିଂକୁ କରାଯାଇଛି। ଟ୍ରାଭେଲିଂ ଟିଟିଇ ଏହି ଟ୍ରେନରେ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ ଜରିମାନା ଆଦାୟ କରିଛନ୍ତି । ବିନା ଟିକେଟରେ ଯାତ୍ରା ନକରିବା ପାଇଁ ପ୍ରତିବର୍ଷ ସଚେତନତା ଅଭିଯାନ ହେଉଥିବା ସତ୍ତ୍ୱେ ଏହା କମୁନାହିଁ । ରେଳ ପ୍ରଶାସନର ସମସ୍ତ ଉଦ୍ୟମ ସତ୍ତ୍ବେ ଏହି ରୁଟ ଟ୍ରେନରେ ବିନା ଟିକେଟ୍ ଯାତ୍ରା କରିବା ବନ୍ଦ ହେବାର ନାମ ନେଉନାହିଁ। ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ବଢିବା ସୂଚନା ପାଇବା ପରେ ପୂର୍ବତଟ ରେଳବାଇ ପକ୍ଷରୁ ଆଜି ଟିକେଟ ଚେକିଂକୁ କଡାକଡି କରାଯାଇ ବିନା ଟିକେଟରେ ଯାତ୍ରା କରୁଥିବା ବିନା ଟିକେଟଧାରୀ ଯାତ୍ରୀମାନଙ୍କ ଠାରୁ ରେଳ ବିଭାଗରେ ଜୋରିମାନା ଆଦାୟ କରିଛି ।
ରାଜ୍ୟ
ସେବା ଏକ୍ସପ୍ରେସରେ କଡାକଡ଼ି ଟିକେଟ ଯାଞ୍ଚ
- Hits: 300