-
*ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ମଧୁଚନ୍ଦ୍ରିକା !
-
*ପୁଣି ସେତୁ ନିର୍ମାଣ ନିମ୍ନମାନର କାର୍ଯ୍ୟକୁନେଇ ଉଠିଲା ପ୍ରଶ୍ନ
-
*କେବେ ହେବ ଅଭିଯୁକ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ନବରଙ୍ଗପୁରରୁ ଅଶୋକ ସାହୁ: ଦୀର୍ଘ ବର୍ଷ ର ତପସ୍ୟା ପରେ ଅଞ୍ଚଳବାସୀ ଙ୍କ ପାଇଁ ଭାସ୍କେଲ ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁରୁ ନୂତନ ସେତୁ ନିର୍ମାଣ କରାଯାଇଥିଲା ।ଯେଉଁଥି ପାଇଁ କି ଅଞ୍ଚଳବାସୀ ସୁବିଧା ରେ ଯାତାୟାତ କରିପାରୁଥିଲେ।. କିନ୍ତୁ ସେତୁ ନିର୍ମାଣ ର ଦୁଇ ବର୍ଷ ଭିତରେ ହିଁ ନିର୍ମିତ ନୂତନ ସେତୁ ର ଅବସ୍ଥା ସାଙ୍ଘାତିକ? ଲୋକଙ୍କ ପାଇଁ ବିପଦ୍ଜନକ ହୋଇ ଯାଇଛି ।ଯେଉଁଥି ପାଇଁକି ଏବେ ଅଞ୍ଚଳ ବାସି ଚିନ୍ତା ରେ ରହିଛନ୍ତି। ସରକାର ଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ରେ ନିର୍ମିତ ନୂତନ ସେତୁ ଏବେ ଭାଙ୍ଗିବାରେ କୁଳ ଖାଇବାରେ ଲାଗିଛି।ସେତୁ ଦୀପଟେ ଥିବା ବାରିକେଟ ହେଉଁ ବା ସେତୁ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ସବୁ ଭୁସିଡ଼ି ବା ପରିସ୍ଥିତି ରେ ପଂହଁଚି ଛି। ମୁଖ୍ୟତଃ ସେତୁ ର ଆରମ୍ବ ରେ ହିଁ ରାସ୍ତା ମାଟି ଧସି ଏକ ବିଶାଳ ଖାତ ସୃଷ୍ଟି ହୋଇସାରିଛି। ଯାହାକି ଯାତାୟାତ କରୁଥିବା ଯାନବହାନ ପାଇଁ ବିପଦ ସଂକୁଳ ପରିସ୍ଥିତି ସୃଷ୍ଟି କରୁଛି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହଇଛି ଠିକାଦାର ଓ ଅଧିକାରୀ ଙ୍କ ମଧୁଚନ୍ଦ୍ରିକା ସରକାରୀ ଅର୍ଥ ଲୁଟ କରାଯାଇର ନିମ୍ନମାନ ର କାମ କରାଯାଇଛି। ଦୁଃଖ ର କଥା ଏପର୍ଯ୍ୟନ୍ତ ପ୍ରଶାସନ ର ଦୃଷ୍ଟି ମଧ୍ୟ ପଡୁନାହିଁ। ଉକ୍ତ ସେତୁ ଦେଇ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ସାଂସଦ ,ବିଧାୟକ ସମସ୍ତେ ଯିବା ଆସିବା କରୁଥିଲେ ହେଁ କିନ୍ତୁ କାହାରି ଟିକେ ନଜର ନ ପଡିବା ଅଞ୍ଚଳ ଚର୍ଚ୍ଚା ର ବିଷୟ ପାଲଟି ଛି.।ଅଞ୍ଚଳବାସୀ ଙ୍କ କହିବା ଅନୁଯାୟୀ ଆଖି ଥାଇ ବି ଅନ୍ଧ ପାଲଟିଛନ୍ତି ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧି, ଦୁଇ ବର୍ଷ ଭିତରେ କିପରି ନଷ୍ଟ ହେଉଛି ନୂତନ ନିର୍ମିତ ସେତୁ? କଣ ପାଇଁ ଠିକାଦାର ଙ୍କୁ ଏତେ ପ୍ରେମ ଦେଖାଉଛନ୍ତି ବିଭାଗୀୟ ଯନ୍ତ୍ରୀ? ଏବେ ବଡ଼ ପ୍ରଶ୍ନ? ଅଞ୍ଚଳବାସୀ ଙ୍କ ଚିନ୍ତା କୁ ବୁଝିବ ବା କିଏ? କେବେ ପୋଲ ମରାମତି ହେବ ବଡ଼ ଗୁମୁଡା ବିଜୁ ସେତୁ ସେନେଇ ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି?