ହେଡଲାଇନସ୍:

ଉତ୍କଳ ଆଲୁମିନା ର ପ୍ରଜେକ୍ଟ ଉଦ୍ୟମୀର ପ୍ରଚେଷ୍ଟାରେ ଗଢି ଉଠିଥିବା କ୍ଷୁଦ୍ର ପ୍ରକଳ୍ପ ଗୁଡିକୁ ଉଦଘାଟନ କଲେ ବିଧାୟକ ମକରନ୍ଦ ମୁଦୁଲି।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଉତ୍କଳ ଆଲୁମିନା କାରଖାନା ପ୍ରଭାବିତ କାଶିପୁର ବ୍ଲକ ଓ ଥୁରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରଜେକ୍ଟ ଉଦ୍ୟମୀ ଦ୍ବାରା ବେରୋଜଗାରୀ ଲୋକଙ୍କୁ ସ୍ଵବଲମ୍ବି କରିବା ପାଇଁ ଛୋଟ ବଡ ପ୍ରାୟ ୩୦୦ଟି କ୍ଷୁଦ୍ର ଓ ମଧ୍ୟମ ଧୋରଣର ପ୍ରକଳ୍ପ ତିଆରି କରିଛି। ଫିନାଇଲ,ଚପଲ,ଫେନସି ଷ୍ଟର,କିରାନା ଦୋକାନ,ହଳଦିଗୁଣ୍ଡ,ଘର ପଛା ମୋପ,ଇଲେକ୍ଟି ରିପାଇରିଙ୍ଗ,ଓ୍ବେଲଣ୍ଡିଙ୍ଗ ଦୋକାନ ମୁଢି ମିଲ ଇତ୍ୟାଦି ଅନେକ ପ୍ରକଳ୍ପ ତିଆରି ହୋଇ ବ୍ୟବସାୟ କରି ସଫଳ ହୋଇ ଛନ୍ତି।ଠିକ ସେହିପରି ଗତକାଲି ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଜି ଏମ ଆର ଆଇ ସି ବିକାଶ ଚନ୍ଦ୍ର ବେନ,ଜିଏମ ସିଏସ ଆର ଡଂ ଲପାମୁଦ୍ରା ପ୍ରିୟଦର୍ଶନୀ ,ପ୍ରଜେକ୍ଟ ଡାଇରେକ୍ଟର ଉଦ୍ୟମୀ ଡଂ ସୁବ୍ରତ କୁମାର ବିଶ୍ଵାଳ,ମେନେଜର ସିଆର ଏଣ୍ଡ ଏସ ତମ୍ନୟ ମହାନ୍ତି, ମୌସୁମୀ ଦାସ ,ସେଣ୍ଟର ଲିଡ ଉଦ୍ୟମୀ କୁସଲ ଚନ୍ଦ୍ର ବେହେରା,ଟିକିରି ଷ୍ଟେଟବ୍ୟାଙ୍କ ମେନେଜର ଦିପକ ରାଜ ଓ ଅନ୍ୟ କର୍ମଚ଼ାରୀ ମାନଙ୍କ ଉପସ୍ଥିତିରେ ଟିକିରି ସ୍ଥିତ ଗୋଟିଏ ଓ୍ବେଲଣ୍ଡିଙ୍ଗ ଦୋକାନ ଓ ବସଷ୍ଟାଣ୍ଡ ନିକଟରେ ଥିବା ମା ତାରାତାରିଣୀ ମୁଢିମିଲକୁ ଉଦଘାଟନ କରିଥିଲେ।ମୂଢିମିଲ ର ମାଲିକ ହୃଷିକେଶ ସାହୁ ପ୍ରଜେକ୍ଟ ଉଦ୍ୟମିର ସହଯୋଗ ଓ ନିଜ ଅକ୍ଳାନ୍ତ ପରିଶ୍ରମ ଏବଂ ଚେଷ୍ଟାରେ ଏହି ପ୍ରକଳ୍ପ ତିଆରି କରିଥିଵାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

0
0
0
s2sdefault