ହେଡଲାଇନସ୍:

ଚିରାଲ ଜଙ୍ଗଲରେ ଅବକାରୀ ଚଢ଼ାଉ l

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଝାରବନ୍ଧ - ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ନୀଳଜୀପତ୍ରା ଲଉଡ଼ିଦର୍ହl ଚିରାଲନାଲା ଜଙ୍ଗଲରେ ଅବକାରୀ ବିଭାଗର ଚଢ଼ାଉ ହୋଇଛି l ମଦ ମାଫିଆ ମାନେ ମଦ ପ୍ରସ୍ତୁତ କରୁଥିବା ସହ ଲୁଚାଇ ରଖିଥିବା ସୂଚନା ପାଇ ଚଢାଉ କରିଛି l ଚଢ଼ାଉ ସୂଚନା ପାଇ ମଦ ମାଫିଆ ମାନେ କୌଶଲ କ୍ରମେ ଫେରାର ହୋଇଥିଲେ l ବହୁ ମଦ ଭାଟି ଭାଙ୍ଗିବା ସହ ଦେଶୀ ମହୁଲି ହାତ ତିଆରି ରନ୍ଧା ମଦ ଓ ମହୁଳ ପୋଚ କୁ ଜବତ କରି ନଷ୍ଟ କରିଛି ପାଇକମାଲ ଅବକାରୀ ବିଭାଗ l ଘଟଣା ସ୍ଥଳ ରୁ ମଦରନ୍ଧା ସରଞ୍ଜାମ, ଡ୍ରମ, ଆଲୁମିନିୟମ ଗଞ୍ଜ ଆଦିକୁ ଜବତ କରିଥିବା ଅବକାରୀ ଓ. ଆଇ. ସି ରାଜକୁମାର ବେହେରା ସୂଚନା ଦେଇଛନ୍ତି l

0
0
0
s2sdefault