କାମାକ୍ଷାନଗର/ରିତେଶ ବ୍ରହ୍ମା : ସାରା ରାଜ୍ୟରେ ଏସ୍ ଏଚ୍ ଜି ଗୋଷ୍ଠୀ ସହାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮ ହଜାର ସାଇକେଲ ବଣ୍ଟନ କରିଛନ୍ତି।ଏହିକ୍ରମରେ ଆଜି କାମାକ୍ଷାନଗର ଏନ୍ ଏ ସି ପକ୍ଷରୁ ଗୋଷ୍ଠୀ ସହାୟକମାନଙ୍କୁ ନଗରପାଳ ଧର୍ମାନନ୍ଦ ପରିଡାଙ୍କ ତତ୍ବାବଧାନରେ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ମୋଟ ୩୧ଜଣଙ୍କୁ ଏହି ସାଈକେଲ ବଣ୍ଟନ କରାଯାଇଥିଲା।କାର୍ଯ୍ୟକ୍ରମରେ ଉପନଗରପାଳ ଶକୁନ୍ତଳା ସେଠି,ନିର୍ବାହି ଅଧିକାରି ଯତିନ୍ଦ୍ର ମିଶ୍ରଙ୍କ ସମେତ ସମସ୍ତ କାଉନସିଲ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଉକ୍ତ କାର୍ଯ୍ୟକ୍ରମ ମିଶନ୍ ଶକ୍ତି ଜରିଆରେ ବିଭିନ୍ନ ସହାୟକ ଯଥା ଜଳସାଥୀ, ଆହାର କେନ୍ଦ୍ର କର୍ମୀ, ସ୍ବଚ୍ଛ ଅଭିଯାନ ସାଥୀ ଓ ସୁପରଭାଇଜର୍ ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି।
ରାଜ୍ୟ
-କାମାକ୍ଷାନଗର ଏନଏସି ପକ୍ଷରୁ ସାଇକେଲ ବଣ୍ଟନ
- Hits: 280