ତହସିଲଦାର ଙ୍କର ଦ୍ୱାରା ଏକ ଜେସିବି ଓ ଦୁଇଟି ଟ୍ରାକ୍ଟର ଜବତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଥର ବୋଝେଇ କରୁଥିବା ବେଳେ ଧାରା ପଡିଲା ତିନି ଗାଡି

ବରଗଡ :- ଲଘୁ ଖଣିଜ ସମ୍ପଦ ବ୍ୟବହାର ପାଇଁ ରାଜସ୍ୱ ବିଭାଗ ଦ୍ଵାରା ଅନେକ ସ୍ଥାନ କୁ ଚିହ୍ନଟ କରାଯାଇ ଲିଜ ପ୍ରଦାନ କରାଯାଇଛି । ଯାହାଫଳରେ ଲୋକଙ୍କ କାମ ହେବା ସହିତ ସରକାର ଙ୍କୁ ରାଜସ୍ୱ ମଧ୍ୟ ମିଳି ପାରିବ । କିନ୍ତୁ କିଛି ଖଲ ପ୍ରକୃତିର ବ୍ୟବସାୟୀ ରାଜସ୍ୱ ଫାଙ୍କି ବେଆଇନ ଭାବରେ ଖନନ କରି ଲଘୁ ଖଣିଜ ସମ୍ପଦର ଲୁଟ ଚଳାଉଥିବା ଦେଖିବାକୁ ମିଳୁଛି । ଆଜି ପାଇକମାଲ ତହସିଲଦାର ଶ୍ରୀ ଅକ୍ଷୟ କୁମାର ବାଗ ପାଇକମାଲ ବ୍ଲକ ଭୁବନେଶ୍ୱରପୁର ନିକଟସ୍ଥ କପିଳାଶପୁର ଗ୍ରାମରେ ଏକ ସ୍ଥାନରେ ପଥର ଗଛିତ କରି ରଖା ଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ଖବର ପାଇ ଘଟଣା ସ୍ଥଳକୁ ପହଂଛି ଥିଲେ । ଘଟଣା ସ୍ଥଳରେ ପଥର କୁ ଜେସିବି ସାହାଯ୍ୟ ରେ ଲୋଡ଼ କରାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିଲା । ଘଟଣା ସ୍ଥଳରେ ଦୁଇଟି ଟ୍ରାକ୍ଟର ଥିବା ବେଳେ , ତହସିଲଦାର ଶ୍ରୀ ବାଗ ସମସ୍ତ ତିନି ଗୋଟି ଗାଡି କୁ ପାଇକମାଲ ତହସିଲ ଅଫିସ କୁ ଆଣିଥିଲେ । ବେଆଇନ ଚାଲାଣ ହେଉଥିବା ଅଭିଯୋଗ ରେ ସମସ୍ତ ତିନି ଗୋଟି ଗାଡିରୁ ପ୍ରାୟ ଏକ ଲକ୍ଷ ପଚାଶ ହଜାର ର ଜରିମାନା ଆଦାୟ କରାଯିବାର ସୂଚନା ରହିଛି ।

0
0
0
s2sdefault