ମେଲଛାମୁଣ୍ଡା,(ମନୋଜ ଭୋଇ)- ମେଲଛାମୁଣ୍ଡାସ୍ଥିତ ଜୁନୁୟର ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ ବିହାରି ମିଶ୍ର ମଙ୍ଗଲବାର ଦିନ ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ମହାବିଦ୍ୟାଳୟ ତରଫରୁ ବିଦାୟୀ ଅଧ୍ୟକ୍ଷ ମିଶ୍ରଙ୍କ ଉଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସମ୍ବର୍ଦ୍ଧନା ସଭାରେ ବିଦାୟୀ ଅଧ୍ୟକ୍ଷ ମିଶ୍ର ନିଜର ଅନୁଭୁତି ପ୍ରଦାନ କରିଥିଲେ । ଭାବବିହ୍ୱଳ ବାତାବରଣରେ ମଂଚାସିନ ଅଧ୍ୟାପକ ମୀନକେତନ ବିଶ୍ୱାଲ, ଅଧ୍ୟାପକ ଡ. ସରୋଜ କୁମାର ଦାସ, ଅଧ୍ୟାପକ ଡ. ପ୍ରଦୀପ କୁମାର ପ୍ରଧାନ, ଅଧ୍ୟାପକ ଭୁପତି କାଲୋ, ଅଧ୍ୟାପକ ସୁଶାନ୍ତ କୁମାର ନାୟକ, ଅଧ୍ୟାପକ ମହେଶ କୁମାର ମିଶ୍ର ମହାବିଦ୍ୟାଳୟର ପ୍ରତିଷ୍ଠା ଦିନ ଠାରୁ ଏ ପର୍ଯ୍ୟନ୍ତ ଥିବା ସଂଘର୍ଷ ଓ ସ୍ମୃତିକୁ ମନେପକାଇଥିଲେ । ସଭାରେ ବିଦାୟୀ ଅଧ୍ୟକ୍ଷ ମିଶ୍ର ଓ ଅତିତରେ ବିଦାୟ ନେଇଥିବା କର୍ମଚାରୀ ବନମାଲି ପୋଢ ଓ ରଘୁମଣି ମହାନନ୍ଦଙ୍କୁ କଲେଜ ପ୍ରତି ତାଙ୍କ ସେବା ଓ ଅବଦାନ ପାଇଁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଲେ ଛାତ୍ରଛାତ୍ରୀ ମାନେ ଉପହାର ଦେଇ ବିଦାୟୀ ଅଧ୍ୟକ୍ଷ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସୁବାଷ ପଧାନ, ସୁନିଲ ଜୈନ, ହୃଷିକେଷ ସାହୁ, ମିନତି ରଥ, ସବିତା ସେଠ, ସଂଯୁକ୍ତା କାଣ୍ଡ, ଉପେନ୍ଦ୍ର ଜାଲ, ତ୍ରିନାଥ କାଣ୍ଡ ପ୍ରମୁଖ କର୍ମଚାରୀ ବିଦାୟୀ ଅଧ୍ୟକ୍ଷ ମିଶ୍ରଙ୍କୁ ଆଗାମୀ ସୁଖମୟ ଅବସର ଜୀବନ ପାଇଁ ଶୁଭେଚ୍ଛା ଦେଇ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ । ପ୍ରକାଶ ଯୋଗ୍ୟ ବିଦାୟୀ ଅଧ୍ୟକ୍ଷ ମିଶ୍ର ମେଲଛାମୁଣ୍ଡା ଜୁନିୟର ମହାବିଦ୍ୟାଳୟରେ ଦୀର୍ଘ ୩୩ ବର୍ଷ ଶିକ୍ଷାଦାନ ସେବା ମଧ୍ୟରେ ୧୧ ବର୍ଷ ଅଧ୍ୟକ୍ଷତା ଦାୟିତ୍ୱ ସୁଚାରୁ ରୁପେ ନିର୍ବାହ କରିଥିଲେ । ଶେଷରେ ଅଧ୍ୟାପକ ମହେଶ କୁମାର ମିଶ୍ର ଧନ୍ୟବାଦ ଅର୍ପଣ ସହ ଶାନ୍ତିପାଠ କରିଥିଲେ ।