ହେଡଲାଇନସ୍:

ଘରେ ପଶୁ ପଶୁ.........ଦଗା ଦେଲା କ୍ରିଷ୍ଣ କ୍ରିପା ଟଷ୍ଟ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜାପୁଅ କାଲି ଉଦ୍ଘାଟନ କଲେ, ଆଜି ପିଲା ଭୋକରେ   

ବଲାଙ୍ଗୀର (ନିରୋଜ ମିଶ୍ର) : କଣ ହେଲା କେଜାଣି,,,କାଲି ରାଜାପୁଅ ତଥା ଏମପି ସାହିବ କଳିକେଶ ସିଂହଦେଓ ପତାକା ହଲାଇ ଉଦ୍ଘାଟନ କରି ଆସିଲେ | ଭାରି ଖୁସି ନାଗିଲା | ପିଲାମାନେ କ୍ୱାଲିଟି ଫୁଡ ପାଇବେ | ଆଉ ପିଲାମାନେ ମଧ୍ୟ ସେଇଆ ଭାବି ଇସ୍କୁଲକି ଯାଇଥିବେ | ହେଲେ ଫୁସ ,,,,,,| ଚାହିଁ ଚାହିଁ ପିଲାଙ୍କ ଭୋକ ମରିଗଲା ସିନା, ଗାଡି ଆଇଲାନି | ପିଲାମାନେ ନିରାଶ ହୋଇ ଘରକୁ ଫେରିଲେ | ମାନେ ଘରେ ପଶୁ ପଶୁ...........|
 ମିଲିଥବା ଭାବର ଅନୁଯାୟୀ ବଲାଙ୍ଗୀର ଜିଲାର ପୁଇଁନ୍ତଲା ବ୍ଳକ ଓ ବଲାଙ୍ଗୀର ମ୍ୟୁନିସିପାଲଟିର ଶତାଧିକ ସ୍କୁଲରେ ଠିକ୍‌ ସମୟରେ ମଧ୍ୟାହ୍ନଭୋଜନ ପହଞ୍ଚତ୍ ନଥିବାରୁ ସହସ୍ରାଧିକ ଛାତ୍ରୀଛାତ୍ର ଭୋକରେ ଘରକୁ ଫେରିଥିବା ଜଣାପଡିଛି । ପୁଇଁନ୍ତଲା ବ୍ଳକର ବିଲେଇସର୍ଡାଠାରେ କ୍ରିଷ୍ଣ କ୍ରିପା ଟଷ୍ଟ୍ର ପକ୍ଷରୁ ବିଭିନ୍ନ ସ୍କୁଲକୁ ମଧ୍ୟାହ୍ନଭୋଜନ ଆକାରରେ ରନ୍ଧା ଖାଦ୍ୟ ବଣ୍ଟନ କରାଯିବା କାର୍ଯ୍ୟକ୍ରମକୁ ରବିବାର ବଲାଙ୍ଗୀର ଏମ୍‌ପି  କଲିକେଶ ନାରାୟଣ ସିଂଦେଓ ଉଦ୍‌ଘାଟନ କରିଥିଲେ । ଟ୍ରଷ୍ଟ ପକ୍ଷରୁ ସୋମବାରଠାରୁ ପୁଇଁନ୍ତଲା ଓ ବଲାଙ୍ଗୀର ମ୍ୟୁନିସିପାଲିଟିର ଶତାଧିକ ସ୍କୁଲରେ ମଧ୍ୟାହ୍ନଭୋଜନ ପହଞ୍ଚାଯିବ ଏଣୁ ସ୍କୁଲ ମାନଙ୍କରେ ଆଉ ମଧ୍ୟାହ୍ନ ଭୋଜନ ରନ୍ଧା ହେବନାହିଁ ବୋଲି ଡିଇଓ ଅଫିସ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ସୋମବାର ଏହି କାର୍ଯ୍ୟକ୍ରମ ଆରମ୍ଭରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଶତାଧିକ ସ୍କୁଲକୁ ମଧ୍ୟାହ୍ନଭୋଜନ ପହଞ୍ଚାଇବାରେ ଟ୍ରଷ୍ଟ ଫେଲ ମାରିଥିଲା । ଫଳରେ ବହୁ ସ୍କୁଲରେ ସହସ୍ରାଧିକ ଛାତ୍ରୀଛାତ୍ର ମଧ୍ୟାହ୍ନଭୋଜନ ନ ପାଇ ଭୋକରେ ଆଉଟୁ ପାଉଟୁ ହୋଇଥିଲେ। କେତେକ ସ୍କୁଲରେ ଶିକ୍ଷୟିତ୍ରୀ, ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କୁ ବିସ୍କୁଟ ବଣ୍ଟନ କରିଥିଲେ । ଅପରାହ୍ଣ ୪ଟା ସୁଦ୍ଧା ଖାଦ୍ୟ ନ ପହଞ୍ଚାଇବାରୁ ଭୋକରେ ଛାତ୍ରୀଛାତ୍ରମାନେ ଘରକୁ ଫେରିଥିଲେ

0
0
0
s2sdefault