ହେଡଲାଇନସ୍:

ଲଘୁଚାପ ପ୍ରଭାବରେ ସେପ୍ଟେମ୍ବର ୫ ରୁ ୭ ତାରିଖ ମଧ୍ୟରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ଉତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେବା ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଗାମୀ ତିନି ଦିନ ଧରି ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ସୋଆ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର । 

ବୁଧବାର ଉତରପଶ୍ଚିମ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏହା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ଫଳରେ ସେପ୍ଟେମ୍ବର ୫ ରୁ ୭ ତାରିଖ ମଧ୍ୟରେ ଓଡ଼ିଶାର ଉପକୂଳ, ଉତର, ପଶ୍ଚିମ ଏବଂ କେନ୍ଦ୍ର ଅଂଚଳରେ ବର୍ଷା ହୋଇପାରେ ବୋଲି କହିଛନ୍ତି ସିଇସିର ନିଦେ୍ର୍ଧଶକ ଡ. ଶରତ ଚନ୍ଦ୍ର ସାହୁ । 

ସେପ୍ଟେମ୍ବର ୫ ଓ ୬ରେ ଓଡ଼ିଶାର ଉପକୂଳ ଏବଂ ଉତରାଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଡ. ସାହୁ ସୂଚନା ଦେବା ସହ ସେପ୍ଟେମ୍ବର ୬ ତାରିଖରୁ ଦୁଇଦିନ ଧରି ଛତିଶଗଡର କେତେକ ଅଂଚଳରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସେ କହିଛନ୍ତି । ବୃଷ୍ଟିପାତ ସେପ୍ଟେମ୍ବର ୮ରୁ କମିବାର ସମ୍ଭାବନା ଥିବା ସେ କହିଛନ୍ତି । 

                                                                                 

0
0
0
s2sdefault