ହେଡଲାଇନସ୍:

ବିକାଶ କ୍ଷେତ୍ରରେ ବାରିପଦା ପୌରପରିଷଦ ଅନ୍ୟ ପାଇଁ ଉଦାହରଣ- ଡ଼ଃ. ଅରୁଣ ସାହୁ   

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )-  ସହରରେ ଜନ ସଂଖ୍ୟା ଦିନକୁ ଦିନ ପେଟ ଫୁଲାଇବାରେ ଲାଗିଛି । ବର୍ତ୍ତମାନ ଜନସାଧାରଣ ଗାଁଗଣ୍ଡା ଛାଡ଼ି ସହର ମୁହାଁ ହୋଇଛନ୍ତି । ଯୁଗ ବଦଳିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ଫଳରେ ସହରର କଳେବର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ସହରରେ ଭିତ୍ତିଭୂମି କ୍ଷେତ୍ରରେ ବିକାଶ ବାଧାପ୍ରାପ୍ତ ହେବା ସ୍ୱଭାବିକ । ସାମାଜିକ ପରିସ୍ଥିତିି, ଅର୍ଥନୈତିକ ଅବସ୍ଥିତି ଓ ରାଜନୈତିକ ପରିସ୍ଥିତିକୁ ବିଚାର କରି  ପୃଥିବୀର ବିଭିନ୍ନ ରାଜ୍ୟ ସହିତ ଭାରତ ଓ ଓଡ଼ିଶାର ବିଭିନ୍ନ ମୁନିସିପାଲିଟି  ସହିତ ବାରିପଦାକୁ ତୁଳନା କଲେ ବାରିପଦା ସମସ୍ତଙ୍କୁ ଭାରି ପଡ଼ିଯିବ । ପରିବେଶ ଓ ପରିମଳ କ୍ଷେତ୍ରରେ ବାରିପଦା ପୌରପରିଷଦ ନମ୍ବର ୱାନ ହୋଇଥିବା ବେଳେ ସହରର ମୁଖ୍ୟ ଓ ଗଳିକନ୍ଦିର ରାସ୍ତା ୨୫୦ କି.ମି. ରହିଥିବା ବେଳେ ଏହାର ନିର୍ମାଣ ଓ ମରାମତି କରିବା , ପାଣିପାଇପ ବିଛାଇବା, ଲାଇଟ ବ୍ୟବସ୍ଥା ଯୋଗାଇବା ଆଦି ବିଭିନ୍ନ କାର୍ଯ୍ୟ ସହଜସାଧ୍ୟ ହୋଇ ନ ଥିବା ବେଳେ ବାରିପଦା ପୌରପରିଷଦରେ ସବୁକିଛି ଠିକ୍ଠାକ୍ ରହିଥିବାର ପରିଲକ୍ଷିତ ହୋଇଛି । ସହରରେ ରହିଥିବା ଅତ୍ୟାଧୁନିକ ଶୌଚାଳୟ, ପାର୍କ, ପରିମଳ ବ୍ୟବସ୍ଥା, ପାନୀୟ ଜଳଯୋଗାଣ ବ୍ୟବସ୍ଥା, ପ୍ରଶାସନିକ ବ୍ୟବସ୍ଥା, ଶ୍ମଶାନଘାଟ ସବୁକିଛି ଦେଖିବା ପରେ ପୌରପରିଷଦର ବିକାଶ କ୍ଷେତ୍ରରେ କେତେପରିମାଣରେ ସଫଳତା ଅର୍ଜନ କରିଛି ତାହା ଆପଣାଛାଏଁ ବାରି ହୋଇପଡ଼ୁଛି ଓ ଏହା ଅନ୍ୟ ରାଜ୍ୟ ଓ ପୌରପରିଷଦ ନିମନ୍ତେ ଏକ ଉଦାହରଣ ସୃଷ୍ଟି କରାଇଛି ବୋଲି ବାରିପଦା ପୌରପରିଷଦର ସ୍ୱାୟତ୍ତ ଶାସନ ଦିବସ ପାଳନର ଉଦଯାପନୀ ସମାରୋହରେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ଼ଃ. ଅରୁଣ ସାହୁ ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ସେହିପରି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ଯୋଗ ଦେଇ ବାରିପଦା ପୌରପରିଷଦର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ଯୋଗାଇ ଦେଇଥିବା ପାଣ୍ଠି, ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ, ପୌରପରିଷଦ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ଓ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଆଦି ଉପରେ ଆଲୋକପାତ କରାଇଥିଲେ । ଅଗଷ୍ଟ ୩୧ରୁ ବାରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ତିନିଦିନ ଧରି ନିଆରା ଢ଼ଙ୍ଗରେ ବାରିପଦା ପୌରପରିଷଦ ପକ୍ଷରୁ ପାଳିତ ହୋଇଥାଏ ନିଖିଳ ଭାରତ ସ୍ୱାୟତ୍ତ ଶାସନ ସମାରୋହ ଓ ଆଜି ରହିଥିଲା ସମାରୋହର ଶେଷ ଅର୍ଥାତ୍ ଉଦଯାପନୀ ଦିବସ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ତଥା ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ମୋରଡ଼ା ବିଧାୟକ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି ଓ ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡ଼ା. ଦେବାଶିଷ ମାର୍ଣ୍ଡି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସହରକୁ ପଲିଥିନ ମୁକ୍ତ କରାଇବା ସହିତ ପରିବେଶକୁ ପରିମଳ ମୁକ୍ତ କରାଇବା ଉପରେ ଗୁରୁତ୍ୱାରୋପ କରିବା ସହିତ ଏ ଦିଗରେ ପୋରବାସୀଙ୍କ ସହଯୋଗ କାମନା କରିଥିଲେ ଏବଂ ପୌରପରିଷଦର ଉପନଗରପାଳ ଜିତେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ସହରରେ ଚାଲିଥିବା ସଫେଇ କାର୍ଯ୍ୟକ୍ରମର ସଫଳତାକୁ ଭୂୟିଅଶୀ ପ୍ରଶଂସା କରିଥିଲେ । ନଗରପାଳ ବବିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଉକ୍ତ ଉଦଯାପନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଉପନଗରପାଳ ଶ୍ରୀମହାନ୍ତି, ନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶ ପ୍ରମୁଖ ଯୋଗ ଦେଇ ମତ ବ୍ୟକ୍ତ କରିଥିବା ବେଳେ ପୌରପରିଷଦର ସମସ୍ତ କାଉନସିଲର, ପୌରକର୍ମଚାରୀମାନେ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । ଶେଷରେ ମୁଖ୍ୟ ଅତିଥି ଉପବାଚସ୍ପତି ଶ୍ରୀମାର୍ଣ୍ଡି ସ୍ୱାୟତ୍ତ ଶାସନ ପାଳନ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତ୍ତି ପ୍ରତିଯୋଗିମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

 

0
0
0
s2sdefault