ଗନ୍ଧମାର୍ଦ୍ଦନ ପର୍ବତରେ ରହିଛି ଔଷଧୀୟ ଭଣ୍ଡାର :- ଡା: ରଘୁରାମ ଭଟ୍ଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଛଅ ଦିନିଆ ରାଷ୍ଟ୍ରୀୟ ସିଏମଇ ର ଉଦ୍ଘାଟନ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାର୍ବତ ର ପାଦଦେଶରେ ପ୍ରସିଦ୍ଧ ପୁଣ୍ୟପୀଠ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଙ୍କର ମନ୍ଦିର ରୁ କିଛି ଦୂରରେ ଅବସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ । ଏହି ଅନୁଷ୍ଠାନ ନିଜର ଉନ୍ନତ ମାନର ଶିକ୍ଷାଦାନ ସହିତ ଉନ୍ନତ ମାନର ଚିକିତ୍ସା ପାଇଁ ଆଜି ସାରା ଦେଶରେ ଉଚ୍ଚ ପ୍ରଶଂସିତ । ଆୟୁର୍ବେଦ ଉପରେ ଗହନ ଅଧ୍ୟୟନ ଓ ଗବେଷଣା ପାଇଁ ଏହି ଅନୁଷ୍ଠାନ ର ଅନେକ ବିଶେଷଜ୍ଞ ବିଭିନ୍ନ ସ୍ତରରେ ପୁରସ୍କୃତ ହୋଇ ସାରିଛନ୍ତି । ସରକାର ଙ୍କର ଗାଇଡ଼ ଲାଇନ ମୁତାବକ ସବୁ ପ୍ରକାର କ୍ରାଇଟେରିଆ ପୂରଣ କରୁଥିବା ରାଜ୍ୟ ର ଏକ ମାତ୍ର ଆୟୁର୍ବେଦ ମହାବିଦ୍ୟାଳୟ ଭାବରେ ଚଳିତ ଶିକ୍ଷାବର୍ଷ ପାଇଁ ଓଡ଼ିଶାରେ କେବଳ ଏହି ଅନୁଷ୍ଠାନ କୁ ନାମ ଲେଖା ପାଇଁ ଅନୁମତି ପ୍ରଦାନ କରାଯାଇଛି ।
ଆଜିର ଦିନଟି ଏହି ଅନୁଷ୍ଠାନ ପାଇଁ ଏକ ଗୌରବ ମୟ ଦିନ , କାରଣ କେନ୍ଦ୍ର ସରକାର ଙ୍କର ଆୟୁଷ ମନ୍ତ୍ରାଳୟ ଓ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ଆୟୁର୍ବେଦ ବିଦ୍ୟାପୀଠ ଦ୍ୱାର , ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ଏକ ଛଅ ଦିନିଆ ସର୍ବଭାରତୀୟ ସି ଏମ ଇ ର ଆୟୋଜନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ପ୍ରଥମଥର ପାଇଁ ଓଡିଶା ରେ ଏହିଭଳି ଆୟୋଜନ ପାଇଁ ଏହି ଅନୁଷ୍ଠାନ ମନୋନୀତ ହୋଇ ପାରିଛି । ଏହି ସି ଏମ ଇ କୁ ନେସନାଲ କମିଶନ ଅଫ ଇଣ୍ଡିଆନ ସିଷ୍ଟମ ଅଫ ମେଡିସିନ ର ଅଧ୍ୟକ୍ଷ ଡାକ୍ତର ରଘୁରାମ ଭଟ୍ଟ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ବୁର୍ଲା ଭୀମସାର ର ପ୍ରଫେସର ଭାଗିରଥି ରଥ ସମେତ ଅନୁଷ୍ଠାନ ର ସଭାପତି ଶ୍ରୀ ସତ୍ୟଭୂଷଣ ସାହୁ ଓ ପରିଚାଳନା କମିଟି ର ସମ୍ପାଦକ ଶ୍ରୀ ମନୋଜ କୁମାର ତ୍ରିବେଦୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଓଡିଶା, ମହାରାଷ୍ଟ୍ର, ଉତ୍ତରପ୍ରଦେଶ , ଦିଲ୍ଲୀ, ବିହାର , ତାମିଲନାଡୁ, ହରିୟାଣା , ଗୁଜରାଟ ଆଦି ରାଜ୍ୟରୁ ପ୍ରାୟ 22 ଜଣ ସହକାରୀ ପ୍ରଫେସର ଯୋଗଦାନ କରି ଟ୍ରେନିଂ ନେବେ । ଆଜି ଠାରୁ ଆସନ୍ତା ଛଅ ଦିନ ଧରି ଅନୁଷ୍ଠାନ ର ଅଧ୍ୟକ୍ଷା ଡାକ୍ତର କେଟି ରାଉତରାୟ ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ଦ୍ରବ୍ୟଗୁଣ ବିଭାଗର ମୁଖ୍ୟ ଡାକ୍ତର ଶିବ ପ୍ରସାଦ ମହାନ୍ତି ଓ ସହକାରୀ ପ୍ରଫେସର ଡାକ୍ତର ଯୋଗାନ୍ସୁ ବର୍ମା ତଥା ଅନ୍ୟ ସମସ୍ତ ଫେକଲ୍ଟି ମାନଙ୍କ ସହଯୋଗ ରେ ଏହି ସି ଏମ ଇ ପରିଚାଳିତ ହେବ । ପ୍ରଥମ ଥର ପାଇଁ ଏହିଭଳି ଆୟୋଜନ ର ଗୁରୁଦାୟିତ୍ୱ ମିଳିଥିବାରୁ ପରିଚାଳନା କମିଟି , ମହାବିଦ୍ୟାଳୟ ର ଫେକଲ୍ଟି , ଛାତ୍ରଛାତ୍ରୀ ସମସ୍ତେ ଖୁସି ଜାହିର କରିଛନ୍ତି ।

0
0
0
s2sdefault