ହେଡଲାଇନସ୍:

ଆନ୍ଦୋଳନ ଧମକ ଦେଲା ଓଡ଼ିଶା ରାଜ୍ୟ ପଞ୍ଚାୟତି ସମିତି ସଭ୍ୟ/ସଭ୍ୟା ମହାସଂଘ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଆମେ ଆମର ବିଭିନ୍ନ ଦାବିଗୁଡ଼ିକୁ ପୂର୍ବରୁ ବହୁଥର ସରକାରଙ୍କ ପାଖରେ ଉପସ୍ଥାପନ କରିଆସୁଥିଲେ ମଧ୍ୟ ସରକାର ସେ ସବୁ ବିଷୟରେ ଆଜି ପର୍ଯ୍ୟନ୍ତ ଅଣଦେଖା କରିଆସୁଛନ୍ତି  । ଏଣୁ ମହାସଂଘ ତା’ର ରାଜ୍ୟ ସଭାପତି ଶରତ ଖିଲାରଙ୍କ ନେତୃତ୍ୱରେ ଆଗାମୀ ୪ତାରିଖ ମଙ୍ଗଳବାରଠାରୁ ବିଧାନସଭା  ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିବା ପାଇଁ ନିଷ୍ପତ୍ତି ନିଆଯାଇଛି ଏବଂ ସରକାର ଦାବିଗୁଡ଼ିକ ସମ୍ପର୍କରେ ଯଦି କୌଣସି ସକରାତ୍ମକ ନିଷ୍ପତ୍ତି ନ ନିଅନ୍ତି, ତେବେ ଆନ୍ଦୋଳନକୁ ଜୋର୍ଦାର କରାଯିବ ବୋଲି ଓଡ଼ିଶା ରାଜ୍ୟ ପଞ୍ଚାୟତି ସମିତି ସଭ୍ୟ/ସଭ୍ୟା ମହାସଂଘ ତରଫରୁ  ଚେତାବନୀ ଦିଆଯାଇଛି   ।

ଓଡ଼ିଶା ରାଜ୍ୟ ପଞ୍ଚାୟତି ସମିତି ସଭ୍ୟ/ସଭ୍ୟା ମହାସଂଘ ପକ୍ଷରୁ  ବିଭିନ୍ନ ଦାବି ଓ ସମସ୍ୟା ସମ୍ପର୍କରେ ଏକ ସାମ୍ବାଦିକ  ସମ୍ମିଳନୀର ଆୟୋଜନ କରାଯାଇଥିଲା |  ମହାସଂଘର ଦାବିଗୁଡ଼ିକ ହେଲା (୧) ପଞ୍ଚାୟତ ଅଫିସ୍ ମାନଙ୍କରେ ସମିତି ସଭ୍ୟ/ସଭ୍ୟାମାନଙ୍କୁ ବସିବା ପାଇଁ ସ୍ୱତନ୍ତ୍ର କୋଠରୀ ବ୍ୟବସ୍ଥା (୨) ପଞ୍ଚାୟତ ଉନ୍ନୟନ ପାଇଁ ଆସୁଥିବା ଅନୁଦାନକୁ ସଫଳ ରୂପାୟନ ଦେବାପାଇଁ ସମିତି ସଭ୍ୟସଭ୍ୟାମାନଙ୍କର ସରପଞ୍ଚମାନଙ୍କ ପରି ସ୍ୱାକ୍ଷର କରିବା ବ୍ୟବସ୍ଥା  (୩) ବାର୍ଷିକ ହାତପାଣ୍ଠି ୩୦ ଲକ୍ଷ ଟଙ୍କା ଏବଂ ମାସିକ ଭତ୍ତା ୩୦ ହଜାର ଟଙ୍କାକୁ ବୃଦ୍ଧି କରିବା (୪) ପଦବୀ ଥିବା ସମୟରେ ଆକସ୍ମିକ ଦୁର୍ଘଟଣା ପାଇଁ ବୀମା ବ୍ୟବସ୍ଥା ଓ କାର୍ଯ୍ୟକାଳ ସରିବା ପରେ ପେନ୍ସନ୍ ବ୍ୟବସ୍ଥା ଲାଗୁ କରିବା (୫) ପଞ୍ଚାୟତର ବାର୍ଷିକ ଖସଡ଼ା ଅନୁମୋଦନରେ ସମିତି ସଭ୍ୟସଭ୍ୟାମାନଙ୍କ ଦସ୍ତଖତ ବ୍ୟବସ୍ଥା (୬) ସମିତି ସଭ୍ୟସଭ୍ୟାମାନଙ୍କ ପଞ୍ଚାୟତ ବୈଠକରେ ଭୋଟିଂ ପାୱାର ସହ ସରପଞ୍ଚ ଭଳି କ୍ଷମତା ପ୍ରଦାନ ଓ ବ୍ଲକ ଚେୟାରମ୍ୟାନ ମାନଙ୍କୁ ଯେକୌଣସି ମୂଲ୍ୟର ପ୍ରକଳ୍ପ ପାଇଁ କାଉଣ୍ଟର ସାଇନ୍ର ବ୍ୟବସ୍ଥା କରିବା (୭) ପଞ୍ଚାୟତ ସ୍ତରର ବିଭିନ୍ନ ଚିହ୍ନ ପ୍ରମାଣପତ୍ର ପ୍ରଦାନରେ ସମିତି ସଭ୍ୟସଭ୍ୟାମାନଙ୍କୁ କ୍ଷମତା ପ୍ରଦାନ ଓ ପଞ୍ଚାୟତ ବୈଠକରେ ଆସୁଥିବା ଚିଠା ଅନୁମୋଦନରେ ସ୍ୱାକ୍ଷର ତଥା ପର୍ଯ୍ୟବେକ୍ଷଣ ବ୍ୟବସ୍ଥାରେ ଅନୁମତି ପ୍ରଦାନ ଭଳି ଦାବିଗୁଡ଼ିକ ସମ୍ପର୍କରେ ଆଲୋକପାତ କରାଯାଇଥିଲା  । ଏହି ସାମ୍ବାଦିକ ସମ୍ମିଳନୀରେ ମହାସଂଘର ସଭାପତି ଶରତ ଖିଲାରଙ୍କ ସହ କାର୍ଯ୍ୟକାରୀ ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀ, ଗୋପବନ୍ଧୁ ସ୍ୱାଇଁ ଓ ବିଷ୍ଣୁପି୍ରୟା ଚାନ୍ଦ ଉପସ୍ଥିତ ଥିଲେ  । 

0
0
0
s2sdefault