ହେଡଲାଇନସ୍:

 ଯୋଡାର ଉନ୍ନତି ଓ ବିକାଶ ନିମନ୍ତେ ଯୋଡା ବାସୀଙ୍କ ସହଯୋଗ ଏକାନ୍ତ ଲୋଡା : ପଦ୍ମଶ୍ରୀ ତୁଳସୀ ମୁଣ୍ଡ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଯୋଡା/ ସମୀର  ନନ୍ଦ : ଯୋଡା ପୌରପାଳିକା ପକ୍ଷରୁ ଆଜି ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଯୋଡା ପୌର ପରିଷଦ ପରିସର ମଧ୍ୟରେ ଆୟୋଜିତ ଏହି ଦିବସ ଉପଲକ୍ଷେ ପୌରପାଳିକା ପକ୍ଷରୁ ଆଜି ପ୍ରାତଃ ୫.୩୦ ମି. ସମୟରେ ରାମଧୂନ, ସକାଳ ୭ଘଟିକା ସମୟରେ ଜାତିର ପିତା ମହାତ୍ମା  ଗାନ୍ଧୀ,ଉତ୍କଳ ମଣି ଗୋପବନ୍ଧୁ ଦାସ ଏବଂ ଧରଣୀ ଧର ଭୂୟାଁଙ୍କ ପ୍ରତିମୂତିରେ ମାଲ୍ୟାର୍ପଣ, ୭.୪୫ମି. ସମୟରେ ପୌରପରିଷଦ କାର୍ଯ୍ୟାଳୟରେ ଜାତୀୟ ପତାକା ଉତୋ୍ôଳନ, ୮.୩୦ମି. ସମୟରେ ଯୋଡା କେନ୍ଦ୍ରୀୟ ଚିକିତ୍ସାଳୟ ,କମାରଯୋଡା ସରକାରୀ ଡାକ୍ତର ଖାନା ଓ ଟାଟାଷ୍ଟିଲ ଡାକ୍ତରଖାନାରେ ଫଳ ବନ୍ଟନ, ୯.୩୦ମି. ସମୟରେ ସାସ୍କୃଂତିକ କାର୍ଯ୍ୟକ୍ରମ ପରିବେଷଣ ପରେ ପୂର୍ବାହ୍ନ ପ୍ରାୟ ୧୧ଘଟିକା ସମୟରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଶକୁନ୍ତଳା  ଲାଗୁରୀ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା, ସମ୍ମାନୀତ ଅତିଥିଭାବେ ଚମ୍ପୁଆ ଉପଜିଲାପାଳ ପାରୁଲ ପଟ୍ଟାୱରୀ, କେନ୍ଦୁଝର ଜିଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୂର୍ମୁଙ୍କ ସମେତ ଯୋଡା ପୌରାଧ୍ୟକ୍ଷା ମଂଜୁଳା ପାତ୍ର, ଉପାଧ୍ୟକ୍ଷ ସୁରେନ୍ଦ୍ର ନାଥ ଜେନା,ପୌରନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଓ ସମସ୍ତ କାଉନସିଲର ମଂଚାସୀନ ଥିଲେ । ଯୋଡା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ମୃଦୁଳା ମହାନ୍ତି ସଭାପରିଚାଳନା କରିଥିଲେ ।ସଭାପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ଏହି ସଭାରେ ଯୋଡା ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନ୍ୟାନ ଅତିଥି ମାନେ ସ୍ୱାୟତ ଶାସନ ଦିବସ ପାଳନ ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଯୋଡାର ଉନ୍ନତି ଓ ବିକାଶ ନିମନ୍ତେ ଯୋଡା ବାସୀଙ୍କ ସହଯୋଗ ଏକାନ୍ତ ଲୋଡା, ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମାଜର ସବୁ ବର୍ଗର ଲୋକ ମାନଙ୍କ ପାଇଁ ଚିନ୍ତା କରିବା, ସମାଜରୁ ବେକାରୀ ସମସ୍ୟା ଓ ନିରକ୍ଷରତା ହଟାଇବା, ଶିଶୁ ମାନଙ୍କୁ ଶିକ୍ଷା ଦାନ ଦେଇ ମୁଖ୍ୟ ସ୍ରତରେ ସାମିଲ କରାଇବା ଆମର ମୁଖ୍ୟ କର୍ତବ୍ୟ ବୋଲି କହିବା ସହିତ ସମଗ୍ର ଭାରତ ବର୍ଷରେ ଏହାର ବିଚାର କରିବା ସମୟ ଆସିଛି ବୋଲି ସେ କହିଥିଲେ । ଏହି ଅବସରରେ ପୌରପରିଷଦର ସ୍ମରଣିକା ‘ଉପତ୍ୟକା ସହର’, ଯୋଡା ପୌରପାଳିକା ର ଉନ୍ମୋଚନ କରାଯାଇଥିଲା । ଏହା ସହିତ ଯୋଡା ସହରକୁ ବାହ୍ୟ ଶୌଚମୁକ୍ତ ସହର ଭାବେ ଘଷଣା କରାଯିବା ସହିତ ଶପଥ ପାଠ କରାଯାଇଥିଲା । ଶେଷରେ ବିଭିନ୍ନ ବିଦ୍ୟାଳୟର କୃତି ପ୍ରତିଯୋଗି ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

0
0
0
s2sdefault