ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ କମ୍ପାନୀ ଅଲ୍ଟ୍ରାଟେକ୍ ସିମେଣ୍ଟର କଟକ କାରଖାନାରୁ ବ୍ୟବସାୟିକ ଉତ୍ପାଦନ ଚଳିତ ସପ୍ତାହରେ ଆରମ୍ଭ ହୋିଚି । ସିମେଣ୍ଟ କାରଖାନାରୁ ଉତ୍ପାଦିତ ପ୍ରଥମ ସିମେଣ୍ଟ ପ୍ରେରଣକୁ ଶ୍ରୀ ଅମିତାଭ ପାଣ୍ଡେ, ଜୋନାଲ ହେଡ୍, ସେଲସ୍ ଆଣ୍ଡ ମାର୍କେଟିଂ ଏବଂ ଶ୍ରୀମତୀ ଶୁସ୍ନତା ମହାନ୍ତି, ଟିମ୍ ଲିଡ୍ ଡିଆଇପିଏ, ଇପିକଲ୍ ଶୁଭାରମ୍ଭ କରିଥିଲେ । ଏହି କାରଖାନା କଟକ ଜିଲ୍ଲା ଆଠଗଡ ସବ୍ଡିଭିଜନ ଅନ୍ତର୍ଗତ ଖମାରନୂଆଗାଁ ଏବଂ କୋଳଥପାଙ୍ଗି ମୌଜାରେ ଅବସ୍ଥିତ ଏବଂ ଏହାର ଗ୍ରାଇଣ୍ଡିଂ ୟୁନିଟ୍ କ୍ଷମତା ୨.୨ ଏମ୍ଟିପିଏ ରହିଛି । ଏହାର ଶୁଭାରମ୍ଭ ଅବସରରେ ଶ୍ରୀ ପୀୟୁଷ କୁମାର, ଜୋନାଲ ହେଡ-ଲଜିଷ୍ଟିକ୍ସ, ଶ୍ରୀ ଦୀନେଶ ଗୁପ୍ତା, ପ୍ରୋଜେକ୍ଟ ହେଡ୍, ଶ୍ରୀ ଅଶୋକ ପଟ୍ଟନାୟକ, ହେଡ-ଲିଆସନିଂ, ଶ୍ରୀ କାର୍ତ୍ତିକେୟନ, ରିଜିଓନାଲ ହେଡ୍ ମାର୍କେଟିଂ ଏବଂ ଶ୍ରୀ ବିଧାନ ସ୍ୱାଇଁ, ରାଧାକିଶୋରପୁର ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ । କାରଖାନାରୁ ପ୍ରଥମ ଉତ୍ପାଦନକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା ଏବଂ ପ୍ରଥମ ଟ୍ରକ ବୋଝେଇ ସିମେଣ୍ଟ ଶ୍ରୀ ଜଗନ୍ନାଥ ମନ୍ଦିରକୁ ପଠାଯାଇଥିଲା ବୋଲି କମ୍ପାନୀର ଭାଇସ୍ ପ୍ରେସିଡେଣ୍ଟ (କର୍ପ କମ୍ ଓ ମିଡିଆ ରିଲେସନ୍ସ) ଡଃ.ବିଭୁଦତ୍ତ ମହାପାତ୍ର ପ୍ରକାଶ କରିଛନ୍ତି ।
ରାଜ୍ୟ
ଅଲ୍ଟ୍ରାଟେକ୍ର କଟକ ସିମେଣ୍ଟ କାରଖାନାରୁ ବ୍ୟବସାୟିକ ଉତ୍ପାଦନ ଆରମ୍ଭ
- Hits: 263