ହେଡଲାଇନସ୍:

ବାଉଳି ଚାଉଳି ହେଉଛନ୍ତି ଜୟନାରାୟଣ : ଶ୍ରୀମୟୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜାମିନରେ ଆସିଥିବା ଜଣେ ହତ୍ୟା ଅଭିଯୁକ୍ତଙ୍କ ମନ୍ତବ୍ୟକୁ ବିଜେଡି ଗୁରୁତ୍ୱ ଦିଏ ନାହିଁ

ଭୁବନେଶ୍ୱର: ବିଜେପି ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ନିଜେ ଜଣେ ହତ୍ୟା ଅଭିଯୁକ୍ତ । ଜଣେ ବିଜେଡି କର୍ମୀଙ୍କ ହତ୍ୟା ମାମଲାରେ ସଂପୃକ୍ତ ଶ୍ରୀ ମିଶ୍ର ଗିରଫ ହୋଇ ଜେଲରେ ରହିବା ପରେ କୋର୍ଟରୁ ଜାମିନରେ ବାହାରକୁ ଆସିଛନ୍ତି ।
ତେଣୁ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ତାଙ୍କ ମନକୁ ସ୍ୱାଭାବିକ ଭାବେ ଭୟ ଗ୍ରାସିଛି । ଆଉ ଶ୍ରୀ ମିଶ୍ର ବାଉଳି ଚାଉଳି ହୋଇ ଏ ସଂପର୍କରେ ନାନା ଅବାନ୍ତର ମନ୍ତବ୍ୟ ଦେଉଛନ୍ତି । ତାଙ୍କ ଭଳି ଜଣେ ହତ୍ୟା ଅଭିଯୁକ୍ତର ମନ୍ତବ୍ୟକୁ ବିଜୁ ଜନତା ଦଳ ଆଦୌ ଗୁରୁତ୍ୱ ଦେବାକୁ ଚାହୁଁନାହିଁ ବୋଲି ବିଜୁ ଜନତା ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ।

0
0
0
s2sdefault