ବଲାଙ୍ଗୀର ଜିଲ୍ଲାରେ ବିଜେପି କୁ ଲାଗିଲା ଜୋର କା ଝଟକା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜା ସାହେବ ଙ୍କୁ ପୁଣିଥରେ ମାତ୍ ଦେଲେ ବିଧାୟକ ସରୋଜ ମେହେର

ଭୁବନେଶ୍ୱର / ବଲାଙ୍ଗୀର :- ଗତ 2019 ସାଧାରଣ ନିର୍ବାଚନ ରେ ପଶ୍ଚିମ ଓଡିଶାର ଅଧିକାଂଶ ଲୋକସଭା ଆସନ ବିଜେପି ଦଳ ପାଖକୁ ଯାଇଥିବା ବେଳେ ବିଜେପି ର କିଛି ପାରମ୍ପରିକ ବିଧାୟକ ଆସନ ଉପରେ ରାଜନୈତିକ ସମୀକ୍ଷକ ମାନଙ୍କ ଆକଳନ କୁ ଭୁଲ ପ୍ରମାଣିତ କରି ବିଜୁ ଜନତା ଦଳର ପ୍ରାର୍ଥୀ ମାନଙ୍କ ବିଜୟ ହୋଇଥିଲା । ପଶ୍ଚିମ ଓଡିଶାର ର ଏହି ଭଳି ଏକ ଆସନ ହେଉଛି ପଟଣାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ । ଦୀର୍ଘ ଦିନ ଧରି ଏହି ଆସନ ଉପରେ ନିଜର ବିଜୟ କୁ ସୁନିଶ୍ଚିତ କରି ଆସୁଥିଲେ ରାଜା ସାହେବ ଅର୍ଥାତ କନକ ବର୍ଦ୍ଧନ ସିଂ ଦେଓ । ହେଲେ 2019 ସାଧାରଣ ନିର୍ବାଚନ ରେ ଏହି ପୋଖତ ରାଜନୈତିକ ଖେଳଡ଼ି ଙ୍କୁ ବିଜୁ ଜନତା ଦଳର ଜଣେ ଯୁବ ପ୍ରାର୍ଥୀ ଶ୍ରୀ ସରୋଜ ଜୁମର ମେହେର , ନିର୍ବାଚନ ରେ ପରାଜିତ କରିଥିଲେ । ଯାହାକି କେବଳ ପଟଣାଗଡ଼ ରାଜନୀତି ପାଇଁ ନୁହେଁ ସମଗ୍ର ବଲାଙ୍ଗୀର ଜିଲ୍ଲାର ରାଜନୈତିକ ମହୋଲ କୁ ହଲଚଲ କରିଦେଇଥିଲା । ଉପନିର୍ବାଚନ ପରେ ବିଧାୟକ ଶ୍ରୀ ମେହେର ଦଳୀୟ ନେତା ମାନଙ୍କର ମାର୍ଗଦର୍ଶନ ଓ ପରାମର୍ଶ କ୍ରମେ ତୃଣମୂଳ ସ୍ତରରୁ ସଂଗଠନ କୁ ସୁଦୃଢ଼ କରିବାରେ ଲାଗିଛନ୍ତି । ଧୀରେ ଧୀରେ ବିଧାୟକ ଙ୍କର ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।
ଆଜି ପଟଣାଗଡ଼ ବିଜୁ ଜନତା ଦଳ ଅଫିସରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ପାଟଣାଗଡ଼ ଭାରତୀୟ ଜନତା ପାର୍ଟିର ବର୍ତମାନ ଜିଲ୍ଲା ଉପସଭାପତି ତଥା ପୂର୍ବତନ N A C ଅଧ୍ୟକ୍ଷା ଶ୍ରୀମତୀ ଶୈଳଵାଲା ବାଗ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଶ୍ରୀମତୀ ବାଗ ପଟଣାଗଡ଼ ତଥା ବଲାଙ୍ଗୀର ଜିଲ୍ଲାର ଜଣେ ସୁପରିଚିତ ନାରୀ ନେତ୍ରୀ । ଆଜି ଶ୍ରୀମତୀ ବାଗ ଙ୍କର ସହିତ ପ୍ରାୟ 25 ଜଣ ମହିଳା ନେତ୍ରୀ ପଟଣାଗଡ଼ ବ୍ଲକ ର ବିଭିନ୍ନ ସ୍ଥାନରୁ ଆସି ବିଜେଡି ରେ ସାମିଲ ହୋଇଛନ୍ତି । ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କର ନିର୍ମଳ ଭାବମୂର୍ତି , ବଳିଷ୍ଠ ନେତୃତ୍ୱ , ମହିଳା ମାନଙ୍କ ପ୍ରତି ରହିଥିବା ସମ୍ମାନ ଓ ବିଜେଡି ଦ୍ୱାରା ହେଉଥିବା ବିକାଶ ରେ ଅନୁପ୍ରାଣିତ ହୋଇ ସେ ନିଜର ସମ୍ମର୍ଥକ ଙ୍କର ସହିତ ବିଜେଡି ରେ ଯୋଗଦାନ କରିଥିବା ଶ୍ରୀମତୀ ବାଗ କହିଛନ୍ତି । ଆଜିକାର ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ କଣ୍ଟାବାଞ୍ଜି ରୁ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ଅଜୟ କୁମାର ଦାସ , ପଟଣାଗଡ଼ ଏନ ଏ ସି ଅଧ୍ୟକ୍ଷା ମାନସୀ ବିଶ୍ୱାଳ , ଉପାଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ମେହେର , ଏନ ଏ ସି ର ସମସ୍ତ କାଉନ୍ସିଲର ଓ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

0
0
0
s2sdefault