ହେଡଲାଇନସ୍:

ଭଟଲି ରୁ ଜର୍ମାନୀ: ନୂତନ ଔଷଧ ଉପରେ ଗବେଷଣା ପାଇଁ ସୁଦର୍ଶନ ବେହେରା ମନୋନୀତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଉଜ୍ବଳ ଭବିଷ୍ୟତ କାମନା କଲେ ବିଧାୟକ ସୁଶାନ୍ତ ସିଂହ

ବରଗଡ :- ଭଟଲି ଦଧିବମାନ ଯୁକ୍ତ ଦୁଇ ମହାବିଦ୍ୟାଳୟ ର ପୁରାତନ ଛାତ୍ର ଶ୍ରୀସୁଦର୍ଶନ ବେହେରା ବର୍ତ୍ତମାନ ଭାରତବର୍ଷର ଜଣେ ଉଦିୟମାନ ଗବେଷକ ଭାବରେ ବେଶ ପରିଚିତ । ବେଙ୍ଗଲୋର ରେ କାର୍ଯରତ ଡାକ୍ତର ସୁଦର୍ଶନ ବେହେରା ନୂତନ ଔଷଧ ଉପରେ ଅଧିକ ଗବେଷଣା କରିବା ପାଇଁ ଆସନ୍ତା ଫେବ୍ରୁଆରୀ ମାସ 13 ତାରିଖ ବେଙ୍ଗଲୋର ରୁ ଜର୍ମାନୀ ଅଭିମୁଖେ ଯାତ୍ରା କରିବେ ଓ ଆସନ୍ତା 15 ତାରିଖ ଦିନ ନିଜର କାର୍ଯରେ ଯୋଗଦାନ କରିବେ ।
ଡାକ୍ତର ସୁଦର୍ଶନ ବେହେରା ଆଜି ପୁର୍ବତନ ମନ୍ତ୍ରୀ ତଥା ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଙ୍କୁ ସାକ୍ଷାତ କରିଥିଲେ । ବିଧାୟକ ଶ୍ରୀ ସିଂ ଡାକ୍ତର ସୁଦର୍ଶନ ଙ୍କର ଉପଲବ୍ଧି ବାବଦରେ ଜାଣି ଅତ୍ୟନ୍ତ ଖୁଶି ଜାହିର କରିବା ସହିତ ତାଙ୍କୁ ତାଙ୍କର ଉପଲବ୍ଧି ପାଇଁ ଶୁଭେଚ୍ଛା ଜଣାଇବା ସହିତ ଡାକ୍ତର ସୁଦର୍ଶନ ଙ୍କର ଉଜ୍ବଳ ଭବିଷ୍ୟତ କାମନା କରି କହିଥିଲେ ଯେ , ଡାକ୍ତର ସୁଦର୍ଶନ ନିଜର କଠୋର ପରିଶ୍ରମ ଦ୍ୱାରା ଆଜି ସଫଳ ହୋଇ ପାରିଛନ୍ତି , ଡାକ୍ତର ସୁଦର୍ଶନ ଙ୍କର ଏହି ସଫଳ ଉପଲବ୍ଧି ଯୁବ ସମାଜ କୁ ଅଧିକ ପରିଶ୍ରମ କରିବା ପାଇଁ ପ୍ରେରିତ କରିବ । ଡାକ୍ତର ସୁଦର୍ଶନ କେବଳ ଭଟିଲି ଦଧିବାମାନ କଲେଜ ପାଇଁ ନୁହେଁ ସାରା ଓଡିଶା ପାଇଁ ଗର୍ବ ଓ ଗୌରବ । ତାଙ୍କର ଗବେଷଣା ଓ ଅନୁସନ୍ଧାନ ଭବିଷ୍ୟତ ରେ ମାନବ ସମାଜ ପାଇଁ ଅଧିକ ଉପଯୋଗୀ ହେବ ବୋଲି ଶ୍ରୀ ସିଂହ ଆଶା ବ୍ୟକ୍ତ କରିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ ଝାରସୁଗୁଡା ଜିଲ୍ଲା, କଣ୍ଢେଇକେଲା ଗ୍ରାମର ଶ୍ରୀ ସୁବାସ ବେହେରା ଓ ଶ୍ରୀମତୀ ଶୁଭ୍ରକେସି ବେହେରା ଙ୍କର ପୁତ୍ର ଡାକ୍ତର ସୁଦର୍ଶନ ବେହେରା 14/04/1994ମସିହାରେ ଜନ୍ମଗ୍ରହଣ କରିଥିଲେ । ପ୍ରାଥମିକ ଶିକ୍ଷା ନିଜର ଗ୍ରାମରେ ସାରି ଭଟଲି ଦଧିବାମାନ ମହାବିଦ୍ୟାଳୟ ରେ ବିଜ୍ଞାନ ବିଭାଗରେ ନାମ ଲେଖାଇ ସଫଳତାର ସହିତ ଯୁକ୍ତ ଦୁଇ ରେ ଉତ୍ତୀର୍ଣ୍ଣ ହେବା ପରେ ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ରୁ B sc କରିଥିଲେ । ଏହାପରେ ସେ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟ ରୁ M sc କରିବା ପରେ ବେଂଲୋର ରୁ P hd କରି ବର୍ତମାନ ରିସର୍ଚ୍ଚ ଆସୋସିଏଟ ଭାବରେ କାର୍ଯ୍ୟ ସମ୍ପାଦନ କରୁଥିଲେ । ବର୍ତମାନ ଡାକ୍ତର ସୁଦର୍ଶନ ରସାୟନ ବିଜ୍ଞାନର ଉଚ୍ଚତର ଗବେଷଣା ପାଇଁ ଜର୍ମାନୀ ର ମ୍ୟାକ୍ସ ପ୍ଲାଙ୍କ ଭଳି ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଅନୁଷ୍ଠାନ ରେ ମନୋନୀତ ହେବା , ନିଶ୍ଚିତ ଭାବରେ ଗର୍ବ ଓ ଗୌରବ ର ବିଷୟ । ଡାକ୍ତର ସୁଦର୍ଶନ ବେହେରା ଆମ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।ଆଜି ଡକ୍ଟର ବେହେରାଙ୍କୁ ସୋହେଲା ଠାରେ ମାନ୍ୟବର ବିଧାୟକ ଙ୍କର ଦ୍ୱାରା ସ୍ୱାଗତ ଇ ସମ୍ବର୍ଦ୍ଧନା ଜଣାଇବା ସମୟରେ , ପଂଚାୟତ ମହାବିଦ୍ୟାଳୟ ବରଗଡ ର ଅଧ୍ୟକ୍ଷ ଶ୍ରୀ ପତିତପାବନ ସାହୁ ଓ ସୋହେଲା ବିଡ଼ିଓ ଶ୍ରୀ ବିଶ୍ବରଂଜନ କର ଉପସ୍ଥିତ ରହି ଡାକ୍ତର ସୁଦର୍ଶନ ବେହେରା ଙ୍କର ଉଜ୍ବଲ ଭବିଷ୍ୟତ କାମନା କରିଥିଲେ ।

0
0
0
s2sdefault