ହେଡଲାଇନସ୍:

ସରକାରୀ ଜମିକୁ ଜବର ଦଖଲକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଅସନ୍ତୋଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,/ସୁମନ୍ତକୁମାରଦାସ:ଜଗତସିଂହପୁର ପୌରାଞ୍ଚଳ ଅଧିନସ୍ଥ ଚାଟରା ଗ୍ରାମ ୧୪ ନଂ ୱାର୍ଡରେ ଅବସ୍ଥିତ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ ବିହାର ସରକାରୀ ଜମି ଜବର ଦଖଲକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କର ଅସନ୍ତୋଷ ଦେଖାଯାଇଛି l ସତସଙ୍ଗ ବିହାର ନିକଟରେ କିଛି ଅନୁସୂଚିତ ଜାତି ର ବାସିନ୍ଦା ବାସ କରନ୍ତି l ତାଙ୍କ ଯାତାୟାତ ପଥରେ କିଛି ସରକାରୀ ଜମିକୁ ଜବର ଦଖଲ କରି ସତସଙ୍ଗ ବିହାରର ପାଚେରୀ ନିର୍ମାଣ କରିବା ସହିତ ସରକାରୀ ସ୍କୁଲ ଘର ଭାଙ୍ଗି ରୋଷେଇ ଘର କରିଛନ୍ତି ଓ ବାତ୍ୟା ଆଶ୍ରେୟସ୍ଥଳୀକୁ ମଧ୍ୟ ନିଜ କବଜାରେ ରଖିଛନ୍ତି l ଯାହାଦ୍ୱାରା ଅନୁସୂଚିତ ଜାତି ବାସିନ୍ଦାଙ୍କର ସ୍କୁଲ କଲେଜ ପିଲା ଓ ଗର୍ଭବତୀ ମହିଳା ଙ୍କ ଯିବା ଆସିବାରେ ଘୋର ଅସୁବିଧା ହଉଅଛି l ଏହି ଅସୁବିଧାର ପ୍ରତିକାର ପାଇଁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଉକ୍ତ ବାସିନ୍ଦା ମାନେ ଏକ ଲିଖିତ ଅଭିଯୋଗ କରିଛନ୍ତି ଓ ସେମାନଙ୍କ ଦାବି ରହିଛି ଯେ ଦୟା ପରବସ ହୋଇ ଉକ୍ତ ସତସଙ୍ଗ ବିହାର ଜାଗାକୁ ସରକାରୀ ଅମିନ ଦ୍ଵାର ମାପଚୁପ କରାଇ ସେମାନଙ୍କୁ ନ୍ୟାୟ ଦେଲେ ସେମାନେ ବିଶେଷ ଉପକୃତ ହେବେ l

0
0
0
s2sdefault