ହେଡଲାଇନସ୍:

୭୪ତମ ସାଧାରଣତନ୍ତ୍ର ଦିବସ ପାଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ର ସମସ୍ତ ସ୍ଥାନରେ ଆଜି 74ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଜିଲ୍ଲା ସ୍ତରୀୟ ମୁଖ୍ୟ ସମାରୋହ ରେ ରାଜ୍ୟସରକାର ଙ୍କର ଯୋଜନାମନ୍ତ୍ରୀ ଶ୍ରୀ ତଜେନ୍ଦ୍ର ଢୋଲକିଆ ଯୋଗଦାନ କରି ଜାତୀୟ ପତାକା ଉତ୍ତଳନ କରିଥିଲେ । ସେହିଭଳି ପାଇକମାଳ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ 74ତମ ସାଧାରଣତନ୍ତ୍ର ଦିବସ ଉତ୍ସବ ରେ ପଦମପୁର ବିଧାୟିକା ବର୍ଷା ସିଂହ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତକା ଉତୋଳନ କରିଥିଲେ । ଏହି ଅବସରରେ ଗତ 21.1.23 ତାରିଖ ରେ ଅନୁଷ୍ଠିତ ହୋଇ ଥିବା ବ୍ଲକ ସ୍ତରୀୟ ବକୃତା ଓ ସଙ୍ଗୀତ ପ୍ରତିଯୋଗୀତା ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନ୍ୟବର ବିଧାୟିକା ପୁରସ୍କୃତ କରିଥିଲେ। ଉକ୍ତ ପ୍ରତିଯୋଗିତା ପାଇକମାଳ ଉଚ୍ଚ ବିଦ୍ୟାଳୟ ରେ ହୋଇଥିବା ବେଳେ ବିଚାରକ ଭାବେ ମହାଦେବ ବେହେରା, ଦ୍ୱାରୁ ପ୍ରଧାନ, ଆଶୋକ ସାହୁ, ତ୍ରିଲୋଚନ ମେହେର, ଦିନମଣି ସୁନା, ତରଣିସେନ ଦଣ୍ଡସେନା, ରାଜେନ୍ଦ୍ର ସାହୁ, ସବିତା ଭୋଇ, ସଂଜୀବ ଠାକୁର ଯୋଗ ଦେଇଥିଲେ। ବ୍ଲକ ସ୍ତର ରେ ମାଟ୍ରିକ ଟପର ରୋହନ ବାରିକ ଓ ଶିକ୍ଷା କ୍ଷେତ୍ର ରେ ଅବତୋଇନିକ ଭାବେ ସେବା କରିଥିବା ସୁଦାମ ଚରଣ ଦାଶ ଙ୍କୁ ସମ୍ମାନିତ କରାଯଇଥିଲା। ଏହି କାର୍ଯକ୍ରମ କୁ ସକ୍ରିୟ ଭାବେ ଅତିରିକ୍ତ ଗୋଷ୍ଠୀ ଅଧିକାରୀ, ଗ୍ରାମ ପଞ୍ଚାୟତ ଅଧିକାରୀ ତଥା ବ୍ଲକ ର ସମସ୍ତ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ। କାର୍ଯକ୍ରମ କୁ ମହାଦେବ ବେହେରା ଓ ତ୍ରିଲୋଚନ ନାୟକ ସଂଯୋଜନା କରିଥିବା ବେଳେ ପାଇକମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମସ୍ତ କୁ ଯୋଗଦାନ କରି ସହଯୋଗ କରିଥିବାରୁ ପ୍ରଶଂସା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ 18 ଗୋଟି ସ୍କୁଲ ର ଛାତ୍ରଛାତ୍ରୀମାନେ ପେରେଡ଼ ରେ ଅଂଶ ଗ୍ରହଣ କରିଥିଲେ । ବିଧାୟିକା ଙ୍କର ସହିତ ପାଇକମାଲ ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବନା ସିଂ ମଧ୍ୟ ଉପସ୍ଥିତ ଥିଲେ ।
ସେହିଭଳି ପାଇକମାଲ ଥାନା ପରିସରର ରେ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢ଼େଇ , ଜଗଦଲପୁର ଥାନାରେ ଥାନା ଅଧିକାରୀ ସୁଷମା କୁଅଁର , ପାଇକମାଲ ପଞ୍ଚାୟତ ସମିତି ରେ ଶ୍ରୀମତୀ ଭାବନା ସିଂ , ଝାରବନ୍ଧ ପଞ୍ଚାୟତ ସମିତି ରେ ଶ୍ରୀମତୀ ଲିପ୍ସା ପ୍ରଧାନ , ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଙ୍କର ମନ୍ଦିର ପରିସରରେ କାର୍ୟ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ରେ ଅନୁଷ୍ଠାନ ର ଅଧ୍ୟକ୍ଷା ଡାକ୍ତର କେ ଟି ରାଉତରାୟ , ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟ ରେ ଅନୁଷ୍ଠାନ ର ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ , ପଦ୍ମପୁର ବିଜୁ ଜନତା ଦଳର ଅଫିସରେ ଟାଉନ ସଭାପତି ନବ କିଶୋର ସାହୁ ପତାକା ଉତ୍ତୋଳନ କରି ଅଭିବ୍ୟକ୍ତ ପ୍ରଦାନ କରିଥିଲେ l ଯୁବ ନେତା ଭୋଜ ରାଜ ସିଂ ବରିହା, ପ୍ରଶାନ୍ତ ମହାନ୍ତି, ପ୍ରିୟରଞ୍ଜନ ଭୋଇ, ସୌମ୍ୟଜିତ ପାଢୀ, ସରଜୁ ପଟ୍ଟନାୟକ, ଜାୟରାମ ମହାପାତ୍ର, ପିଣ୍ଟୁ ମେହର ଓ ଦଳୀୟ କର୍ମ କର୍ତ୍ତା ଉପସ୍ଥିତ ଥିଲେ l

0
0
0
s2sdefault