ହେଡଲାଇନସ୍:

ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଗୋଟେ ପରିବାର ର ଚାରିଜଣ ଆହତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦୁର୍ଘଟଣା ସ୍ଥଳକୁ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେ ବିଧାୟକ ଶ୍ରୀ ସୁଶାନ୍ତ ସିଂ

ବରଗଡ :-ଆଜି କଲିକତା ମୁମ୍ବାଇ ଜାତୀୟ ରାଜପଥ ର ସୋହେଲା ନିକଟସ୍ଥ ହଳଦୀପାଳି ଛକ ଠାରେ ଏକ ସଡକ ଦୁର୍ଘଟଣାରେ ଏକ କାର ରେ ଯାତ୍ରା କରୁଥିବା ଚାରି ଜଣ ଗୁରୁତର ଭାବରେ ଆହତ ହୋଇଥିବା ସୂଚନା ରହିଛି । ଝାରଖଣ୍ଡ ରାଜ୍ୟର ବୋକାରୋ ରୁ ଏକ କାର ଯୋଗେ ଛତିଶଗଡ଼ ଭିଳାଇ କୁ କାର ରେ ଯାତ୍ରା କରୁଥିବା ଏକ ଦମ୍ପତି ଓ ତାଙ୍କର ଦୁଇ କନ୍ୟା ଙ୍କର ଗାଡିଟି ହଲଦୀପାଳି ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇପଡିଥିଲା । ଦୁର୍ଘଟଣା ର ଖବର ପାଇବା ମାତ୍ରେ ଆଜି ନିଜର ବ୍ୟସ୍ତ ବହୁଳ କାର୍ଯକ୍ରମ ପାଇଁ ବାହାରୁ ଥିବା ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ତୁରନ୍ତ ପ୍ରଥମେ ଦୁର୍ଘଟଣା ସ୍ଥଳକୁ ପହଞ୍ଚି ଆହତ ମାନଙ୍କୁ ଡାକ୍ତରଖାନା ଆଣି ଚିକିତ୍ସା କରାଇବାର ବ୍ୟବସ୍ଥା କରିଥିଲେ । କୁହୁଡି ଅଧିକ ଥିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ଦମ୍ପତ୍ତିଙ୍କ ସାନ ଝିଅ ହାତ ଭାଙ୍ଗି ଯାଇଥିବା ବେଳେ ଅନ୍ୟମାନେ କିଛି କମ ଆଘାତ ପାଇଛନ୍ତି । 

ବିଧାୟକ ଶ୍ରୀ ସିଂ ଡାକ୍ତରଖାନାରେ ବହୁ ସମୟ ଧରି ଅଟକି ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବାବଦରେ ଡାକ୍ତର ମାନଙ୍କର ସହିତ ଆଲୋଚନା କରିବା ସହିତ ଉପଯୁକ୍ତ ସେବା କରିବା ପାଇଁ ନିର୍ଦେଶ ଦେଇଥିଲେ ।

0
0
0
s2sdefault