ହେଡଲାଇନସ୍:

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଝାରସୁଗୁଡ଼ା,: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଏହାର କର୍ମଚାରୀ, ବ୍ୟବସାୟିକ ଭାଗିଦାରୀ ଓ ଗୋଷ୍ଠୀ ମଧ୍ୟରେ ସଡ଼କ ସୁରକ୍ଷା ଉପରେ ଏକ ସପ୍ତାହବ୍ୟାପୀ ସଚେତନତା ଅଭିଯାନର ଆୟୋଜନ କରି ଝାରସୁଗୁଡ଼ାରେ ଏହାର କାର୍ଯ୍ୟ ତଥା ଏହାର ଆଖପାଖରେ ଲେକମାନଙ୍କୁ ସଡ଼କ ସୁରକ୍ଷା ବିଷୟରେ ସଚେତନ କରାଇଛି । ସଡ଼କ ସୁରକ୍ଷା ଜୀବନ ରକ୍ଷା ବିଷୟବସ୍ତୁ ଉପରେ କଂପାନି ଟ୍ରାଫିକ ନିୟମ ପାଳନ କରିବା ଓ ସଡ଼କ ସୁରକ୍ଷା ପ୍ରୋଟୋକଲ ପାଳନର ଗୁରୁତ୍ୱ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲାର ୨୧୦୦୦ରୁ ଅଧିକ ଲୋକଙ୍କ ପାଖରେ ପହଁଚିଥିଲା ।

ସପ୍ତାହବ୍ୟାପୀ ଚାଲୁରହିଥିବା କାର୍ଯ୍ୟକ୍ରମରେ କଂପାନିର ଏକ ଅଂଶ ଭାବରେ ସଡ଼କ ସୁରକ୍ଷା ଉପରେ ପ୍ରଦର୍ଶନ କରିଥିଲା, ଯେଉଁଥିରେ ଏକ ବାଇକ ରାଲି, ସହରରେ ନୁକଡ ନାଟକ ପ୍ରଦର୍ଶନ ଓ ଯମରାଜ ଏବଂ ଚିତ୍ରଗୁପ୍ତ ସହିତ ଏକ ସ୍କିଟ ପ୍ରଦର୍ଶନ କରାଯାଇଥିଲା । ଜନସାଧାରଣଙ୍କ ଦ୍ୱାରା କାର୍ଯ୍ୟକ୍ରମ ବହୁତ ଆଦୃତ ହୋଇଥିଲା । ଏହା ବ୍ୟତୀତ ସଡ଼କ ସୁରକ୍ଷା ଉପରେ କର୍ମଚାରୀ ଓ ବ୍ୟବସାୟିକ ଅଂଶୀଦାରମାନଙ୍କୁ ମୂଲ୍ୟାଙ୍କନ କରିବା ପାଇଁ ବିଭିନ୍ନ ତାଲିମ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଡ୍ରାଇଭରମାନଙ୍କ ପାଇଁ ଏକ ମେଡିକାଲ ଶିବିର ସୁରକ୍ଷା ରଥର ଶୁଭାରମ୍ଭ କରାଯାଇଥିଲା । ଏହା ବ୍ୟତୀତ ବ୍ୟବସାୟିକ ଅଂଶୀଦାର ଓ କର୍ମଚାରୀଙ୍କ ପାଇଁ ପୁରସ୍କାର ବିତରଣ ସମାରୋହ ସୁରକ୍ଷା ଅଭ୍ୟାସ କରାଯାଇଥିଲା । ଏହି ଅଭିଯାନ ମା ସମଲେଶ୍ୱରୀ ନଗର, କାତିକେଲା, ବଡମାଳ ପୋଲିସ ଷ୍ଟେସନ, ଝାରସୁଗୁଡ଼ା ବସ ଷ୍ଟାଣ୍ଡ ତଥା ବିଭିନ୍ନ ସ୍କୁଲ ଓ କଲେଜମାନଙ୍କରେ ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲାର ପ୍ରମୁଖ ପ୍ରଶାସନିକ କର୍ମଚାରୀ ସରୋଜ କୁମାର ସାମଲ, ଜିଲ୍ଲା ମାଜିଷ୍ଟ୍ରେଟ ଓ କଲେକ୍ଟର, ଝାରସୁଗୁଡ଼ା, ଶ୍ରୀ ଦୀନବନ୍ଧୁ ସୁଣ୍ଢି, ଅଂଚଳିକ ପରିବହନ ଅଧିକାରୀ, ଝାରସଗୁଡ଼ା, ଶ୍ରୀ ଲୋକନାଥ ମେହେର, ମୋଟର ଯାନ ନିରୀକ୍ଷକ, ଶ୍ରୀ ଅମିତାଭ ପଣ୍ଡା, ଆଇଆଇସି, ବଡ଼ମାଳ ପୋଲିସ ଷ୍ଟେସନ, ଶ୍ରୀ ନିର୍ମଳ ମହାପାତ୍ର, ଏସଡିପିଓ, ଝାରସୁଗୁଡ଼ା ଓ ଏସଏନ ଦାସ, ସଭାପତି, ଘରୋଇ ବସ ମାଲିକ ସଂଘ, ଝାରସୁଗୁଡ଼ା ଉପସ୍ଥିତ ଥିଲେ ।

କଂପାନିର ସୁରକ୍ଷା ସଂସ୍କୃତି ଉପରେ ମତ ଦେଇ ଶ୍ରୀ ସୁନିଲ ଗୁପ୍ତା, ସିଇଓ- ବେଦାନ୍ତ ଲିଃ, ଝାରସୁଗୁଡ଼ା କହିଥିଲେଯେ ଜାତୀୟ ସଡ଼କ ସୁରକ୍ଷା ଅଭିଯାନର ଏକ ଅଂଶ ଭାବରେ ଆମେ କାରଖାନା ଓ ବାହାରେ ସଡ଼କ ସୁରକ୍ଷା ସଚେତନତା ବୃଦ୍ଧି ଉପରେ ବହୁ ପଦକ୍ଷେପ ଗ୍ରହଣ କରିଛୁ । ଡ୍ରାଇଭରମାନଙ୍କୁ ସେମାନଙ୍କ କର୍ତବ୍ୟ ପାଳନ ପାଇଁ କେଉଁ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ସେବିଷୟରେ ଉପଯୁକ୍ତ ପରାମର୍ଶ ଦେଇଛୁ ।

ସଡ଼କ ସୁରକ୍ଷା ସଚେତନତା ଉପରେ କଂପାନିର ପଦକ୍ଷେପକୁ ସ୍ୱାଗତ କରି ଶ୍ରୀ ସରୋଜ କୁମାର ସାମଲ- ଜିଲ୍ଲା ମାଜିଷ୍ଟ୍ରେଟ ଓ କଲେକ୍ଟର, ଝାରସୁଗୁଡ଼ା କହିଛନ୍ତିଯେ ସଡ଼କ ସୁରକ୍ଷା ଆଚରଣ ପାଳନ କରିବା ଆମ ଦୈନନ୍ଦିନ ଜୀବନର ଏକ ଅଂଶ ହେବା ଉଚିତ । ଆମର ଲୋକମାନଙ୍କୁ ଏ ବିଷୟରେ ଉପଯୁକ୍ତ ଶିକ୍ଷା ଓ ସଚେତନ କରିବା ଆବଶ୍ୟକ । ଏକ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପ ନେଇଥିବା ଯୋଗୁ ମୁଁ ବେଦାନ୍ତକୁ ପ୍ରଶଂସା କରୁଛି ।

କଂପାନିର ଏହି ମହତ କାର୍ଯ୍ୟକୁ ପ୍ରଶଂସା କରି ଦୀନବନ୍ଧୁ ସୁଣ୍ଢି, ଅଂଚଳିକ ପରିବହନ ଅଧିକାରୀ, ଝାରସଗୁଡ଼ା କହିଛନ୍ତିଯେ ସଡ଼କ ସୁରକ୍ଷା ଉପରେ ଲେକମାନଙ୍କୁ ଉପଯୁକ୍ତ ସଚେନତନ କରାଇବା ଆମ ସଭିଙ୍କର ପ୍ରମୁଖ ଦାୟିତ୍ୱ । ମୁଁ ଭାବୁଛି ବେଦାନ୍ତ ଦ୍ୱାରା ଏହି ସଚେତନତା ମୂଳକ ପଦକ୍ଷେପ ଦ୍ୱାରା ବହୁ ଲୋକ ଉପକୃତ ହୋଇ ପାରିବେ ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ରାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

0
0
0
s2sdefault